Jump to content

ପୃଷ୍ଠା:Saikelara Kahani.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

لاتكـا \

  • ~,

Z-N 2 ଗୋଟିଏ ବଡ଼ ଚକ ଥରେ ଘୁରିଲେ ଅଧିକ ବାଟ ଗଡ଼ିଯିବ । କିନ୍ତୁ ସେଥିରେ ମଧ୍ୟ ଏକ ଅସୁବିଧା ରହିଥିଲା । କୌଣସି ଯନ୍ତ୍ରକୁ ପେତାଲ ମାରି ଚଳାଉଥିବା ଲୋକର ଶକ୍ତି ନିର୍ଗମର ପରିମାଣ ବା କାମ କରିବାର ହାର ନିର୍ଭର କରେ ସେ କ୍ରୀଙ୍କ ଉପରେ ପ୍ରୟୋଗ କରୁଥିବା ବଳ ଏବଂ ପେଡ଼ାଲ ମାରିବାର ବେଗ (ମିନିଟ୍ ପ୍ରତି ପୂର୍ଣ୍ଣନ ବା ଆରପିଏମ୍) ଉପରେ । ବଳ ପ୍ରୟୋଗରେ କିଛି ପରିବର୍ତନ ହେଉ ନଥିଲେ ମିନିଟ୍ ପ୍ରତି ଘୁର୍ଣ୍ଣ ନ ବଢ଼ିଲେ ଶକ୍ତି ନିର୍ଗମ ବଢ଼ିବ । କିନ୍ତୁ ବାରମ୍ବାର ପରୀକ୍ଷାରୁ ଜଣା ପଡ଼ିଛି ଯେ ପୂର୍ଣ୍ଣନର ବେଗ ବଢ଼ିଲେ ଏହି ବଳ କମିଯାଏ । ଯେତେବେଳେ ପେଡାଲକୁ ଅଟକାଇ ରଖାଯାଇଥାଏ, ବଳ ପ୍ରୟୋଗ ସର୍ବାଧିକ ହୁଏ । କିନ୍ତୁ ପାୱାର ନିର୍ଗମ ହୁଏନାହିଁ, କାରଣ ପେତାଲକୁ ଅଟକାଇ ରଖାଯାଇଥିବାରୁ ତାହା ଘୁରିପାରେନାହିଁ ବା ବଳ କାର୍ଯ୍ୟରେ ପରିଣତ ହୁଏ ନାହିଁ । ସେଭଳି ପରୀକ୍ଷାରୁ ଦେଖାଯାଇଛି ଯେ ମିନିଟ୍ ପ୍ରତି ଘୁର୍ଣ୍ଣ ନ ୪୫ରୁ ୬o ଭିତରେ ଥିବାବେଳେ ପ୍ରୟୋଗ କରାଯାଉଥିବା ବଳରୁ ସବୁଠାରୁ ଅଧିକ କାର୍ଯ୍ୟ ମିଳିଥାଏ । ଏହି ହିସାବରେ ଦେଖିଲେ ଏବେକାର ସାଇକେଲର ବେଗରେ ଯିବା ପାଇଁ ହାଡ଼-ଦେହଲାର ଚାଳକକୁ ଖୁବ ଅଧିକ ବେଗରେ ପେଡାଲ ମାରିବାକୁ ପଡ଼ିଥା’ନ୍ତ! ଏବଂ ଏହା କେବେହେଲେ ଆରାମଦାୟକ ହୋଇନଥାନ୍ତ! । ଏହି ସମସ୍ୟାକୁ ଦୂରେଇବା ପାଇଁ ଆଗ ଚକକୁ ବଡ଼ 2?) Qisačo Giglés;