ପୃଷ୍ଠା:Barnabodha (1901).pdf/୪୮

ଉଇକିପାଠାଗାର ରୁ
(ପ୍ରଭାତ ରୁ ଲେଉଟି ଆସିଛି)
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ବର୍ଣ୍ଣବୋଧ

୪୭

ଧନ୍ୟ ମହାପ୍ରଭୁ ମହିମା ତୁମ୍ବର
 ଅଟେ ଅନନ୍ତ ଅପାର ।
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ବର ଆଜ୍ଞାରେ
 ବରଷନ୍ତି ଜ୍ୟୋତିରାଶି ।
ତୁମ୍ବରି କୁସୁମ ପ୍ରତି ପ୍ରଭାତରେ
 ହସଇ ଆନନ୍ଦେ ଭାସି ।
ପିତା ମାତା ବନ୍ଧୁ ଭାଇ ଭଗିନୀର
 ହୃଦୟେ ଦେଇଛ ପ୍ରୀତି ।
ତେଣୁ ମୁଁ ସଂସାରେ ରହିଅଛି ଆନନ୍ଦେ
 ସୁଖ ଭୁଞ୍ଜି ନିତି ନିତି ।
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
 ବିରାଜ ନିତ୍ୟ ତହିଁରେ ।
ସତ୍ୟପଥେ ରହି ତୁମ୍ବରି ଆଶ୍ରାରେ
 ଯାଉ ମୋ ଦିନ ମହୀରେ ।

ପ୍ରଭାତ ।

ପାହିଲା ଅନ୍ଧାର ଅଜନୀ ଉଠ ଉଠ ବାଳକେ,
ମ୍ବୀନ ପ୍ରଭାତ ସମୟ ଏବେ ଗାଅ ପୁଲକେ ।
ଦଶଦିଗ ଦେଖ ଉଜ୍ଜ୍ୱଳ ପାଇ ରବିକିରଣ,
ଫୁଲ ଫୁଟିଅଛି କାନନେ ଧୀରେ ବହେ ପବନ ।
ଥିଲେ ଅଚେତନ ନିଦ୍ରାରେ ସର୍ବେ ଧରଣୀ ବାସୀ,
କି ମନ୍ତ୍ର ପଡିଲା ପ୍ରଭାତ କେଇଁ ଦେଶରୁ ଆସି ।