ଉଇକିପାଠାଗାର:ଆଲୋଚନା ସଭା

ଉଇକିପାଠାଗାର ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଏହ ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପାଠାଗାର ଓ/କିମ୍ବା ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ ଗଠିତ । ଏଥିରେ ନିୟମାବଳୀ, ବୈଷୟିକ (Technical) ଅସୁବିଧା ଓ ଅନ୍ୟାନ୍ୟ ଉଇକିପାଠାଗାର ଭିତ୍ତିକ ଆଲୋଚନା ହୋଇଥାଏ । ମନେ ରଖନ୍ତୁ, କୌଣସି ଆଲୋଚନାରେ ମତ ଦେଲା ପରେ "~~~~" ଟାଇପ କରି କିମ୍ବା ଏଡିଟ ଟୁଲ ବାର (Edit Toolbar)ରେ ଥିବା ସନ୍ତକ ଓ ସମୟଚିହ୍ନ ଆଇକନ ଉପରେ କ୍ଲିକ କରି ନିଜର ଦସ୍ତଖତ କରନ୍ତୁ ।
ନୂଆ ଆଲୋଚନାଟିଏ ଆରମ୍ଭ କରନ୍ତୁ


ଆଗରୁ ଥିବା ଲେଖା ଭିତରେ ଖୋଜନ୍ତୁ

ସର୍ଟକଟଗୁଡ଼ିକ:

ବିଷୟସୂଚୀ

ଉଇକିପାଠାଗାରରେ ଛୋଟ ଇଉଆରଏଲ (ShortURL‌)[ସମ୍ପାଦନା]

ଉଇକିପାଠାଗାରରେ ShortURL ବ୍ୟବସ୍ଥା ସଚଳ କରିବା ପାଇଁ ସମସ୍ତ ବ୍ୟବହାରକାରୀଙ୍କ ମତାମତ ଆବଶ୍ୟକ । ଏହି ସୁବିଧା ବର୍ତ୍ତମାନ ଓଡ଼ିଆ ଉଇକିପିଡ଼ିଆ ଓ ଓଡ଼ିଆ ଉଇକିପାଠାଗାରରେ ଉପଲବ୍ଧ ଅଛି । ଏହି ଛୋଟ ଇଉଆରଏଲ କୁ ଆମେ ଇମେଲ, ସୋସିଆଲ ମିଡ଼ିଆ ଆଦିରେ ବ୍ୟବହାର କରିପାରିବା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୯:୨୫, ୨୨ ଜାନୁଆରୀ ୨୦୧୬ (IST)

ସମର୍ଥନ ସମର୍ଥନ[ସମ୍ପାଦନା]

ବିରୋଧ ବିରୋଧ[ସମ୍ପାଦନା]

ନିରପେଖ ନିରପେକ୍ଷ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

Yes check.svg ଛୋଟ ଇଉଆରଏଲ ସଚଳ ହେଲା । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୦:୦୦, ୫ ଫେବୃଆରୀ ୨୦୧୬ (IST)

ଲେଖକ ବା Author ନେମସ୍ପେସ ତିଆରି ପାଇଁ ଆପଣଙ୍କ ମତ ଲୋଡ଼ା[ସମ୍ପାଦନା]

WikiConference India 2016 Survey[ସମ୍ପାଦନା]

Wiki conference 2016 logo v2.png

Hi,

Greetings from Wiki Conference India 2016 Team. Sorry for writing in English. Please feel free to translate the message in your language to help other community members.

Everyone is requested to participate in this short survey to help us learn more about WikiConference India 2016 participants' capabilities, needs, interests and expectations regarding conference programs.

How we’ll use this data: We will collect responses to assess whether and what type of conference programs would be most beneficial for the Wikimedia community in India. Individual responses or comments will not be made publicly available unless in anonymized or aggregate form.

In legalese: Your privacy is important to us. As allowed by law, we will only share your responses with WCI 2016 helping on this survey. We may, however, publicly share anonymous statistics about the responses in aggregate form. Wikimedia is a worldwide organization. By answering these questions, you permit us to record and transfer your responses to the United States and other places as may be necessary to carry out the objectives of this project. You also agree to refrain from incorporating your personal information in response to a question that doesn’t ask for it and to donate your responses to the public domain. For terms and privacy considerations related to Google Forms, consult the Privacy Policy (https://www.google.com/policies/privacy/) and Terms of Use (http://www.google.com/intl/en/policies/terms/) of Google.

Survey link - https://docs.google.com/forms/d/1Tn5TCFE4DkrAhIVmXk_Hx--upllCRU5pQlz6G_7Qb5M/edit?ts=575ad1a7

Regards,

WikiConference India Team


ଲେଖକ ବା Author ଏଯାଏ ଏକ ନେମସ୍ପେସ ଭାବେ ଗଣା ହେଉନି । ଏଥି ପାଇଁ କେବଳ ବିଭିନ୍ନ ଆକଳନ ପାଇଁ ଅସୁବିଧା ହେଉନି ବରଂ ପରିଚାଳନାରେ ମଧ୍ୟ ବାଧା ହେଉଛି । ଏଥି ପାଇଁ କରାଯାଇଥିବା ଅନୁରୋଧରେ ଡେଭଲପର୍ସମାନେ ଆପଣମାନଙ୍କ ମତ ଲୋଡ଼ିଛନ୍ତି । ଦୟାକରି ତଳେ ଉପଯୁକ୍ତ ବିଭାଗରେ ଏହି ଭଳି WikiSign.png ଦସ୍ତଖତ କରି ମତ ଦେବାକୁ ଅନୁରୋଧ ।--ସୁଭାସିସ ପାଣିଗାହି (ମୋ ଆଲୋଚନା) ୦୯:୦୯, ୧୬ ଫେବୃଆରୀ ୨୦୧୬ (IST)

ସମର୍ଥନ ସମର୍ଥନ[ସମ୍ପାଦନା]

ବିରୋଧ ବିରୋଧ[ସମ୍ପାଦନା]

ନିରପେଖ ନିରପେକ୍ଷ[ସମ୍ପାଦନା]

ଫଳାଫଳ[ସମ୍ପାଦନା]

ସମର୍ଥନ[ସମ୍ପାଦନା]

ଭିନ୍ନ ମତ /ବିରୋଧ[ସମ୍ପାଦନା]

ଦିଲ୍ଲୀରେ ଓଡ଼ିଆ ଉଇକିପାଠାଗାର କର୍ମଶାଳା+ତାଲିମ କାର୍ଯ୍ୟକ୍ରମ[ସମ୍ପାଦନା]

ବିଗତ କିଛି ସପ୍ତାହ ଧରି ପଙ୍କଜମାଳା ଷଡ଼ଙ୍ଗୀଙ୍କ ସଙ୍ଗେ ଇମେଲ ଯୋଗେ ବିଭିନ୍ନ ବିଷୟରେ ଉଇକିପାଠାଗାର ବାବଦରେ ଆଲୋଚନାରୁ ବିଭିନ୍ନ ଆବଶ୍ୟକତା ବାବଦରେ ଅବଗତ ହେଲି ।--ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୬:୩୦, ୧୬ ଫେବୃଆରୀ ୨୦୧୬ (IST)

  • ସେ ଆମେ ତିଆରି କରିଥିବା ଶିକ୍ଷଣରେ ଅଧିକ କିଛି ଯୋଡ଼ିବାକୁ ଅନୁରୋଧ କରିଛନ୍ତି:
    • ବହିର ସୂଚୀ ତିଆରି
    • ଡିଜିଟାଇଜ କଲାବେଳେ ଛବିକୁ ଯଥାରୀତି ରଖିବା (ଏଇଟି ହୋଇଯାଇଛି‌)
    • ଟେବୁଲ ତିଆରି କରିବା
    • ଏକ ପୃଷ୍ଠାକୁ ଲିଙ୍କ କରିବା (ଉଇକି ଭିତର ଓ ବାହାର ଲିଙ୍କ)
  • ପୁରୁଣା ଓ ନୂଆ ଉଇକିଆଳିଙ୍କ ଇମେଲ ଆଦି ଥାଇ ଏକ ଡାଟାବେସ ତିଆରି ଫଳରେ ନୂଆମାନେ ପୁରୁଣାମାନଙ୍କ ସଙ୍ଗେ ଯୋଗାଯୋଗ କରିପାରିବେ।
  • ଏକ ପୃଷ୍ଠାକିଆ ସର୍ଭେ ତିଆରି । ଏହା ଉଇକିପିଡ଼ିଆ ଓ ଉଇକିପାଠାଗାର ପାଇଁ ବ୍ୟବହାର କରାଯାଇପାରେ । ଉଇକିପାଠାଗାର ପାଇଁ ହେଲେ ତଳେ ଥିବା "ଉଇକିପିଡ଼ିଆ" ବଦଳରେ "ଉଇକିପାଠାଗାର" ପଢ଼ିବେ । ପ୍ରତି କର୍ମଶାଳାରେ ଏହାକୁ ବ୍ୟବହାର କରି ନୂଆମାନଙ୍କ ଅସୁବିଧା, ଆବଶ୍ୟକତା ବାବଦରେ ଜାଣିବା ଓ ପରେ ସେହି ଅନୁସାରେ ବିଭିନ୍ନ ସଜ ତିଆରି:
    • ଉଇକିପିଡ଼ିଆ ଓ ଅନ୍ୟାନ୍ୟ ଉଇକିପ୍ରକଳ୍ପ
    • ସେମାନେ ଆଗରୁ ଓଡ଼ିଆ ଉଇକିପିଡ଼ିଆ ପ୍ରକଳ୍ପ ବାବଦରେ ଜାଣିଛନ୍ତି କି?
    • ଜଣେ ଦିନ/ସପ୍ତାହ/ମାସରେ କେତେ ଥର ଉଇକିପିଡ଼ିଆକୁ ଦେଖେ?
    • ଯଦି ସେମାନେ ଉଇକିପିଡ଼ିଆରେ ଯୋଗ ଦେଇ ଲେଖିବାକୁ ଚାହାନ୍ତି ତାହେଲେ ତାଙ୍କର ପ୍ରଥମ ପସନ୍ଦ କଣ ହେବ; ଓଡ଼ିଆ ନାଁ ଇଂରାଜୀ?
    • ସେମାନେ କାମକରିବା ପାଇଁ କଣ ଚାହାନ୍ତି?
    • ତାଙ୍କ ଦୈନନ୍ଦିତ ଜୀବନରେ ଉଇକିପିଡ଼ିଆ ଲୋଡ଼ା କି? କିପରି ଲୋଡ଼ା?
    • ସେମାନେ ଉଇକିପିଡ଼ିଆରେ କି କି ବଦଳ ଚାହାନ୍ତି?
  • ପ୍ରତି କର୍ମଶାଳାରେ ଭାଗନେଉଥିବା ଉଇକିଆଳିଙ୍କଠାରୁ ମତାମତ ସଂଗ୍ରହ:
    • ସେମାନେ କଣ କଣ ନୂଆ ଶିଖିଲେ?
    • ଏହି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ କେତେ ଉପଯୋଗୀ ହେଲା?
    • ସେମାନେ ଉଇକିପିଡ଼ିଆରେ ଆଗକୁ ଲେଖିବାକୁ ଚାହିଁବେ କି?
    • ସେମାନେ ନିଜର ସାଙ୍ଗସାଥିମାନଙ୍କୁ ଏ ବାବଦରେ ଜଣାଇବାକୁ ଚାହିଁବେ କି?
    • ସ୍ଥାନୀୟ ଅଞ୍ଚଳର କେଉଁ କେଉଁ ନିଆରା ବିଷୟ ଯଥା: ଖାଦ୍ୟ, ହାତକାମ, ଲୋକ ଆଦିଙ୍କ ବିଷୟରେ ସେମାନେ ଲେଖିବାକୁ ଚାହିଁବେ? (ଏହା ଉଇକିପାଠାଗାର ପାଇଁ ବଦଳି ୧୯୫୫ ଆଗର କେଉଁ କେଉଁ ପୁରୁଣା ବହି ସେମାନେ ଡିଜିଟାଇଜ କରିବାକୁ ଚାହିଁବେ ହେବ ।)
  • ଆମେ ଏକ ତାଲିକା କରି ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସେଥିରେ ଦେଖିବା ଉଚିତ ଯେ କଣ ଯୋଜନା କରାଯାଇଥିଲା, ସେଥିରୁ ସେହି ସମୟ ବ୍ୟବଧାନରେ କେତେ କାମ ଆଗେଇଲା ଆଉ କେମିତି ବାକିଆ କାମ ଆଗେଇବ ତା' ଯୋଜନା କରିବା । ଏଥି ସହିତ ନୂଆ କାମ ପାଇଁ ଯୋଜନା । କାମ ସମ୍ପୂର୍ଣ୍ଣ ନ ହେବା ଯାଏ ଏ ଯୋଜନାକୁ ଆଗ ଭଳି ଦେଖିବା ଓ କାମସବୁ ଯେମିତି ଆଗେଇବ ତା' ବ୍ୟବସ୍ଥା କରିବା ।
  • ଆମେ ଉଇକିଆଳିମାନେ କାମସବୁକୁ ନିଜ ନିଜ ଭିତରେ ବାଣ୍ଟିଦେବା ଫଳରେ ଜଣେ ସବୁ କାମର ଭାରରେ ଚାପିହୋଇନଯାଉ । ମୁଁ ଭାବୁଛି ପରିଚାଳକମାନେ ବିଭିନ୍ନ କାମର ଭାର ନେଇଛନ୍ତି । ଉଦାହରଣ ସ୍ୱରୂପ ମୋତେ ଉଇକିଆଳିମାନଙ୍କର ଏକ ଡାଟାବେସ ତିଆରି କାମ ଦିଆଯାଇଥିବ କିମ୍ବା ପ୍ରଧାନ ପୃଷ୍ଠାରେ ସପ୍ତାହର ବଛା ଲେଖା କିମ୍ବା ଛବି ବାଛିବା ଦାୟିତ୍ୱ ଦିଆଯାଇଥିବ । ତେଣୁ ସେ କାମଟି ମୁଁ କରିବି ଓ ଏହି ଭଳି ବିଭିନ୍ନ ଅଲଗା ଅଲଗା କାମ ଭିନ୍ନ ଭିନ୍ନ ଉଇକିଆଳି କରିପାରିବେ । ଏଥି ସହିତ ଉଇକିରେ ନୂଆମାନଙ୍କୁ ଜନ୍ମଦିନ/ବିବାହାଦି ବର୍ଷପୂରାଣି ଶୁଭେଚ୍ଛା । ସେମାନଙ୍କଠାରୁ ବିଭିନ୍ନ ବିଷୟରେ ମତ ନେବା ଫଳରେ ସେମାନେ ନିଜେ ଉଇକିପିଡ଼ିଆ ସହ ଅଧିକ ଯୋଡ଼ିହୋଇ ରହିବେ । ଯଦି ଜଣେ ସପ୍ତାହେ ଯାଏ କିଛି ସମ୍ପାଦନା ନ କଲା ତାହେଲେ ଆପେ ଆପେ ମେଲଟିଏ/ମେସେଜଟିଏ ଯାଉ ଓ ସେମାନଙ୍କୁ ପଚାରୁ, "ଆପଣ କାହିଁକି ଦୂରେଇଗଲେ?" କିମ୍ବା "ଆପଣ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି?"
  • ମୋର କିଛି ସାଙ୍ଗସାଥି ପାରଳାଖେମୁଣ୍ଡିରେ ଥିବାରୁ ତାଙ୍କ ସହଯୋଗ ନେଇ ସେଠାରେ ଏକ କର୍ମଶାଳା କରିପାରିବା ।
  • ମଞ୍ଜୁଷା ଯୁବ ଲାଇବ୍ରେରୀ କଥା କଣ ହେଲା, ସେଠାକୁ କେହି ଯାଇଥିଲେ କି?
  • ସୁଭାସିସ: ଅପା, ମୁଁ ତାଙ୍କୁ ୧୯୫୦ ଆଗର ସବୁ ବହିର ତାଲିକା ସଙ୍ଗେ କେଉଁ କେଉଁ ବହିଗୁଡ଼ିକୁ ଆଗେ ଡିଜିଟାଇଜ ଅଗ୍ରାଧୀକାର ଦିଆଯିବ ପଚାରିଥିଲି । ନିୟମିତ ଯୋଗାଯୋଗ କରି ସେଇଟି ପାଇବାକୁ ଚେଷ୍ଟାକରୁଛି । ସେମାନେ ତାଲିକାଟିଏ ଦେଲେ କେଇଜଣ ଉଇକିଆଳି ସ୍କାନର ସହ ନିୟମିତ ସେଠାକୁ ଯାଇ ସେଗୁଡ଼ିକ ଡିଜିଟାଇଜ କରିବେ
  • ଓଡ଼ିଆ ଉଇକିପିଡ଼ିଆର ଏକ ମାସିକ ନିଉଜଲେଟର ପ୍ରକାଶନ ବାବଦରେ ଆଲୋଚନା ହୋଇଥିଲା । ତାହା ଏବେ କେଉଁଠି? ତାହାର ମୁଖ୍ୟ ଦାୟିତ୍ୱ କିଏ ନେବେ? ତାହାର ଫର୍ମାଟ କଣ ହେବ ଓ କେଉଁ କେଉଁ ବିଷୟ ଓ ଛବି ସେଥିରେ ରହିବ?
ସୁଭାସିସ: ଅପା, ଏଇ ଆଇଡ଼ିଆଟି ଦେଲା ବେଳେ ମୋ ମନରେ ବି ଶଙ୍କା ଥିଲା କେମିତି ସମ୍ପୂର୍ଣ୍ଣ ଭାବେ ଏହା କମୁନିଟି ଦ୍ୱାରା କରାଯିବ । ତା' ଏକ ବଡ଼ ଆହ୍ୱାନ । ବୋଧେ ସମସ୍ତଙ୍କୁ ଜଣ ଜଣ କରି ପଚାରି ଏ ବାବଦରେ କିଛି ଗୋଟେ ନିର୍ଣ୍ଣୟ କରିବାକୁ ପଡ଼ିବ
  • ଆମେ ଆମର କାମର ଯୋଜନା ଉଲ୍ଲେଖ କଲା ବେଳେ ଓଡ଼ିଶାକୁ ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଆଦି ଭାବେ ଅଲଗା ଅଲଗା ଭାଙ୍ଗିବା ଅନୁଚିତ । ଗୁଣୁପୁର ହେଉକି ଫୁଲବାଣୀ, କଳାହାଣ୍ଡୀ ହେଉ କି କଟକ, ଓଡ଼ିଶା ହେଉଛି ଓଡ଼ିଶା । ଏକ ଛୋଟ ରାଜ୍ୟକୁ ଏମିତି ଭାଗ ଭାଗ କରିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପଡ଼ିବ ।
  • ନୂଆ ଓ ପୁରୁଣାମାନଙ୍କ ପାଇଁ ଆବଶ୍ୟକ ତାଲିମ:
ଉଇକିଆଳିଙ୍କ ପ୍ରକାର ଆବଶ୍ୟକ ତାଲିମ ଆଗରୁ ଥିବା ସଜ (ଟୁଲ, ଶିକ୍ଷଣ)/ଉତ୍ତର
ନୂଆ (ଉଇକିପିଡ଼ିଆ)
  1. କେଉଁ ଭଳି ଲେଖା ଉଇକିପିଡ଼ିଆ ଯୋଗ୍ୟ ଲେଖା ଭାବେ ଗଣାଯିବ?
  2. ଏକ ପ୍ରସଙ୍ଗରେ ଆବଶ୍ୟକ ଉପାଦାନ
  3. କିପରି ଲେଖା ସଜାଯିବ?
  4. ଓଡ଼ିଆରେ ଟାଇପ କିପରି କରିବେ? କି କି ସଫ୍ଟଓଏର, ଆପ ଓ ଫଣ୍ଟ ରହିଛି?
  5. ନୂଆମାନେ ଉଇକିପିଡ଼ିଆ କି କି କାମ କରିପାରିବ?
  6. ବିଭିନ୍ନ ପ୍ରକଳ୍ପ (ଉଇକିମିଡ଼ିଆ ପ୍ରକଳ୍ପ ଓ ଉଇକିପ୍ରକଳ୍ପ)
  7. ଏକ ପ୍ରକଳ୍ପରେ ଭାଗ ନେବ ବାବଦରେ ନୂଆ ଜଣେ କେମିତି ସିଦ୍ଧାନ୍ତ ନେବ?
  8. କିପରି ଜଣେ ଯୋଗଦେଇ ଭାଗନେବ?
  9. କିପରି ଆଧାର ଯୋଡ଼ାଯିବ

୩. ଉଇକିପିଡ଼ିଆ ଓ ପାଠାଗାର ପାଇଁ ସଜାଣି ଏକା । ଏଥି ପାଇଁ ଏକ ଶିକ୍ଷଣ ତିଆରି କରାଯିବ ।

ନୂଆ (ଉଇକିପାଠାଗାର)
  1. ଲେଖିବା ବେଳେ କିପରି ଫର୍ମାଟିଂ କରାଯିବ (ବୋଲ୍ଡ, ତେରଛା ଲେଖା, ବଡ଼ ଅକ୍ଷର ଆଦି)
  2. ପୃଷ୍ଠା ସଂଖ୍ୟା ଓ ବହି ନାମ ପୂରାଇବା
  3. ପୃଷ୍ଠା/ଅଧ୍ୟାୟକୁ ଆଉ ଏକ ପୃଷ୍ଠା/ଅଧ୍ୟାୟ ସହ ଯୋଡ଼ିବା
  4. ଏକ ବହିର ସୂଚୀ କିପରି ତିଆରି କରିବା
  5. ଏକ ବହି ସ୍କାନ କରି କିପରି କମନ୍ସରେ ଅପଲୋଡ଼ କରିବା
  6. ବହିରେ ଥିବା ଏକ ଟେବୁଲ କିପରି ତିଆରି କରାଯିବ
  7. ଫଟୋଟିଏ କିପରି ପୂରାଯିବ

୫. କମନ୍ସରେ ଅପଲୋଡ଼ କରିବା ମୃତ୍ୟୁଞ୍ଜୟ କର ଜାନୁଆରୀ ୩୦ ତାରିଖରେ ଶିଖାଇଥିଲେ ଓ ପରେ ପଙ୍କଜମାଳା ଷଡ଼ଙ୍ଗୀ ଅନେକ ଫଟୋ ଅପଲୋଡ଼ କରିସାରିଲେଣି

ପରିଚାଳକ
  • ପରିଚାଳନା ସମ୍ବନ୍ଧିତ ଅଧିକ ବିଷୟ
  • ସେ ଉଇକି ବାବଦରେ ଅଧିକ କଣ କଣ ଜାଣିବା ଉଚିତ
ଏଇଟା ଦେଖନ୍ତୁ, ସେମାନେ ଏଥିରେ ଭାଗନେଇପାରିବେ ।
ସକ୍ରିୟ ଉଇକିଆଳି ବିଭିନ୍ନ ନୂଆ ଓ ଟେକନିକାଲ ସୁବିଧା ଏଇଟା ଦେଖନ୍ତୁ, ସେମାନେ ଏଥିରେ ଭାଗନେଇପାରିବେ ।
  • ଦିଲ୍ଲୀ ପାଇଁ ଯୋଜନା:
    • ଦିଲ୍ଲୀରେ ଥିବା ଓଡ଼ିଆ ଲୋକଙ୍କର ଏକ ଡାଟାବେସ
    • ଦିଲ୍ଲୀରେ ଥିବା ଓଡ଼ିଆ ସଙ୍ଗଠନମାନଙ୍କ ଏକ ଡାଟାବେସ
    • ସେମାନଙ୍କ ଇଚ୍ଛା ଓ ଚାଲିଥିବା କାମକୁ ଭିତ୍ତି କରି ଯୋଜନା ତିଆରି
  • ମୃତ୍ୟୁଞ୍ଜୟ କର ପଚାରିଥିବା ପ୍ରଶ୍ନ: ନୂଆ ଭାବେ ଯୋଗଦେବାବେଳେ ଆପଣ ପୁରୁଣା ଉଇକିଆଳିଙ୍କଠାରୁ କିଛି ସହଯୋଗ ପାଇଥିଲେ କି ?ଯଦି ପାଇଥିଲେ ତାହା ଯଥେଷ୍ଟ ଥିଲା କି ? ଆଉ କ'ଣ ସୁଧାର କରାଯାଇ ପାରିବ ? ଅର୍ଥାତ ଏବେ ଉପଲବ୍ଧ ଥିବା ଚାଟସଭା, ଇ-ମେଲ ଓ ଫେସବୁକ ସୁବିଧା ଯଥେଷ୍ଟ ନା ଆଉକିଛି ଭଲ କରାଯାଇ ପାରିବ ?
  • ପଙ୍କଜମାଳାଙ୍କ ଉତ୍ତର: ସ‌ତରେ କ‌ହିବାକୁ ଗଲେ ମୁଁ ସେଥିରେ ସନ୍ତୁଷ୍ଟ ନ‌ଥିଲି କାରଣ ସବୁକିଛି ଗୋଳମାଳ, ନୂଆପୁରୁଣା ସବୁ ଗୋଟିଏ । ପୁଣି ସେଇଟା ଗୋଟିଏ କର୍ମଶାଳା ଭି ନ‌ଥିଲା ତେଣୁ ବୋଧେ ଏମିତି ହୋଇଥିଲା । ମୁଁ ତ ପୂରା ନୂଆ ମୁଁ ଓଡ଼ିଆ ଉଇକି ବିଷୟରେ ବିଶେଷ କିଛି ଶିଖିବାକୁ ପାଇନ‌ଥିଲି ।
  • କର ଭାଇଙ୍କଠାରୁ ଶୁଣିଲି ମେଟାଡ଼ାଟା, ଓଡ଼ିଆ ଉଇକିପିଡ଼ିଆ, ଉଇକିପାଠାଗାର ଓ ଇନ‌କୁବେଟରରେ ଥିବା ଢ଼ଗଢ଼ମାଳି ପ୍ରକଳ୍ପ ବିଷୟରେ ଅଳ୍ପ କିଛି ।
  • ସ‌ତପ‌ଥୀ ସାରଙ୍କଠାରୁ ଆଧାର ଯୋଡ଼ିବା ଶିଖିଥିଲି କାରଣ ସିଏ ଶିଖୁଥିଲେ ତେଣୁ ମୁଁ ଭି ଶିଖିଲି କିନ୍ତୁ କାହାପାଇଁ ସେ ଆଧାର ଯୋଡ଼ୁଛନ୍ତି ତାହା ବି ଜାଣିନ‌ଥିଲି ।
  • ପ୍ରିତୀ ଭାଇ ଓ ଶଶାଙ୍କ ଭାଇ ଙ୍କଠାରୁ ଶୁଣିଥିଲି ଏଥିରେ କଣ ଓଡ଼ିଆ ବାବଦରେ ଲେଖିପାରିବ କିନ୍ତୁ କେଉଁଠି ଲେଖିବ, କଣ ଲେଖିବ ସେସବୁ ବିଷୟରେ ଭି ଧାରଣା ନ‌ଥିଲା ।
  • ରବି(ଉଇକିମିଡ଼ିଆ ଫାଉନଣ୍ତେସନ୍) ଠାରୁ ଜାଣିବାକୁ ପାଇଥିଲି ଉଇକିପିଡ଼ିଆ ଓ ଏହାର ପ୍ରକଳ୍ପ ବାବଦରେ କିଛି କିଛି ।
  • କର୍ମଶାଳା ଗୁଡ଼ିକରେ ଜଣକୁ ଦାୟିତ୍ୱ ନେବାକୁ ପଡ଼ିବ ଯେ କେଉଁମାନେ ନୂଆ ଓ କେଉଁମାନେ ପୂରୁଣା । ନୂଆ ମାନେ କଣ ଜାଣିବା ଦରକାର(ଯେମିତି ପରିଚୟ ଉପରେ ଟିକେ ଗୁରୁତ୍ୱ ଦେବା)ଓ ପୁରୁଣା ମାନେ ଆଉ ଅଧିକ କଣ ଜାଣିବେ (ପରିଚୟ ପର ଶିଡ଼ି ଗୁଡ଼ିକ) ।
  • ଆମ ଚାଟସ‌ଭା ମୋତେ କା‌ହିଁକି ଅସମ୍ପୂର୍ଣ୍ଣ ଲାଗୁଛି ସେଥିରେ କିଛି ଖାଲି ଖାଲି ଲାଗୁଛି ଯା‌ହାକୁ ଆମେ ଅନ୍ୟ ଉଉକିପିଡ଼ିଆର ଚାଟସ‌ଭା ଦେଖି ସୁଧାରିପାରିବା ବୋଧେ । ଜଣେ ନୂଆ ଉଇକିଆଳି ସେଥିରୁ କଣ ବୁଝିପାରୁଥିବ ମୁଁ ତ ବର୍ଷେ ହେଲା ତାକୁ ଦେଖୁଛି କିନ୍ତୁ ସନ୍ତୁଷ୍ଟଜନ‌କ ଲାଗୁନାହିଁ । ଏବଂ ଛୋଟ ଛୋଟ କ‌ଥା ପଚାରିବାକୁ ବେଳେ ବେଳେ ଲାଜ ଭି ମାଡ଼ୁଛି । ବୋଧେ ଏଇଟା ସମସ୍ତେ ଜାଣିଥିବେ ଭାବିବେ ଏତେ ଛୋଟ କ‌ଥାଟା ଜାଣିନି ।
  • ଆମ ଚାଟସ‌ଭା ପୋଏଣ୍ଟ ୨। କିପରି ଉଇକିପିଡ଼ିଆରେ ଲେଖିବେ ଆଉଟିକିଏ ଉଦାହରଣ ଅ‌ଧିକା ଦେଇ ବିସ୍ତାର ଭାବେ ବୁଝେଇବା ଦରକାର ।
  • ଉଇକିପିଡ଼ିଆ କଣ ଏବଂ ଏ‌ହାକୁ କିପରି ବ୍ୟବ‌ହାର କରିପାରିବେ । ସେକ‌ଥା ଭି ଯୋଡ଼ାଯାଉ ।
  • ଜଣେ ଏଥିରେ କାହିଁକି ଲେଖିବ ଏବଂ ଲେଖିଲେ ତାହା କାହାର କାମରେ ଆସିବ ।
  • ଯଦି ଜଣେ କିଛି ଲେଖିବାରେ ଇଚ୍ଛୁକ ନୁହଁନ୍ତି ସିଏ ଆଉ କଣ କଣ କରିପାରିବେ । ସେକ‌ଥା ଭି ଯୋଡ଼ାଯାଉ ।
  • ଇ-ମେଲ, ଫେସବୁକ ଛଡ଼ା ଆମେ ନିଜେ ନିଜେ ଆମ ସାଙ୍ଗସାଥିଙ୍କୁ କ‌ହିପାରିବା ଓ ସେମାନଙ୍କୁ କର୍ମଶାଳାରେ ଯୋଗଦେବା ପାଇଁ ଅନୁରୋଧ କରିପାରିବା(କ‌ଥାରେ ଅଛି ତୁଣ୍ତ ବାଇଦ ସ‌ହସ୍ର କୋଶ)।

ଉପରୋକ୍ତ ଯୋଜନା କାର୍ଯ୍ୟକାରୀ ପାଇଁ ପଦଃକ୍ଷେପ[ସମ୍ପାଦନା]

  • ଉଇକିପାଠାଗାରର ପରିଚାଳକ ମୃତ୍ୟୁଞ୍ଜୟ କର କମୁନିଟି ଦ୍ୱାରା ସମର୍ଥନ ପାଇଁ CIS-A2K ନିମନ୍ତ୍ରଣରେ ଦିଲ୍ଲୀ ଆସିଥିବା ବେଳେ ପଙ୍କଜମାଳାଙ୍କ ସଙ୍ଗେ ଭେଟି ତାଙ୍କୁ ବିଭିନ୍ନ ବୈଷୟିକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ବିଷୟରେ ତାଲିମ ଦେଇଥିଲେ ।
  • CIS-A2K ତରଫରୁ ଓଡ଼ିଆ କମୁନିଟିର ସେବା ଲାଗି କାମ କରୁଥିବା ସୁଭାସିସଙ୍କ ବଦଳରେ ଶୈଳେଶ ପଟ୍ଟନାୟକ ଦାୟିତ୍ୱ ନେଇଥିବାରୁ ସୁଭାସିସ ଆଗରୁ ପଙ୍କଜମାଳାଙ୍କ ସହ ମିଶି କରିଥିବା କାମକୁ ଶୈଳେଶଙ୍କ ହାତକୁ ବଢ଼ାଇବା ଲାଗି କାମ କରୁଛନ୍ତି । ଫେବୃଆରୀ ୨୧ ତାରିଖରେ ଦିଲ୍ଲୀ ଆସି ସୁଭାସିସ ଏକ ଦୁଇପହରିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବେ । ଏଥିରେ ପଙ୍କଜମାଳା ବିଭିନ୍ନ ବିଷୟରେ ଆଗରୁ ଉଲ୍ଲେଖ କରିଥିବା ବିଷୟ ଶିଖିବେ । ଏହି ଦିନ ସେ ମଧ୍ୟ ଏକ ଉଇକିପାଠାଗାର କର୍ମଶାଳାର ଆୟୋଜନ କରିଛନ୍ତି । ଏଥିରେ ନୂଆମାନଙ୍କ ପାଇଁ କିପରି ଉଇକିପାଠାଗାର କର୍ମଶାଳା ପରିଚାଳନା କରାଯାଏ ତାହା ସିଧାସଳଖ ଶିଖିବେ ଓ ଆଗକୁ ସେ ନିଜେ ଦିଲ୍ଲୀରେ ଏହି କାମ କରିବେ । ଏହି ଦିନିକିଆ କାର୍ଯ୍ୟକ୍ରମର ସବିଶେଷ ଓ ଫଳାଫଳ ପଙ୍କଜମାଳା ଓ ସୁଭାସିସ ସଭିଙ୍କ ସଙ୍ଗେ ବାଣ୍ଟିବେ ଫଳରେ କମୁନିଟି ଓ ଶୈଳେଶ ଏହି କାମକୁ ଆଗକୁ ନେବେ । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୭:୦୯, ୧୬ ଫେବୃଆରୀ ୨୦୧୬ (IST)

ମତାମତ[ସମ୍ପାଦନା]

ଢଗ ମଂଜରୀ ପୁସ୍ତକ[ସମ୍ପାଦନା]

ଶୁଭସନ୍ଧ୍ୟା

            ସମସ୍ତ ଓଡିଆପ୍ରେମିଂକୁ  ହରିଦାସର  ନମସ୍କାର... ଓଡିଶାର ଲୁପ୍ତପ୍ରାୟ ଢଗ ସଂସ୍କୃତିକୁ ଅକ୍ଷ୍ୟୁର୍ଣ ରଖିବା ପାଇଁ ମୋର ସ୍ଵଲିଖିତ ସଚିତ୍ର ଶତାଧିକ ଢଗ ସୁସଜ୍ଜିତ ପୁସ୍ତକକୁ ମୁଁ ଉଇକିପାଠାଗାରରେ ସ୍ଥାନ ଦେବା ପାଇଁ ଆଶା ପୋଷଣ କରିଛି.... ଉଇକିପାଠାଗାରର  ସମସ୍ତ ସଦସ୍ୟ ତଥା କାର୍ଯ୍ୟନିର୍ବାହୀ ପ୍ରତିନିଧିଂକ  ସମୀପରେ  ମୋର ବିନମ୍ର  ନିବେଦନ, କେତେବେଳେ ସମୟ ପାଇଲେ ମୋ ଅନୁରୋଧକୁ ଦୃଷ୍ଟି ଦେବେ...
                                                                                       
                                                                                                                                                                    ଆପଣମାନଂକର  ହରିଦାସ 
                                                                                                                                                                 ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ କାନପୁର

ଦିଲ୍ଲୀରେ ମାର୍ଚ୍ଚ ମେଳଣ ପାଇଁ ଆଲୋଚନା[ସମ୍ପାଦନା]

ଇଣ୍ଡିଆନ ଲାଙ୍ଗୁଏଜ ଫେଷ୍ଟିଭାଲ ତରଫରୁ ମୋତେ ଦିଲ୍ଲୀରେ ଆଗାମୀ ୧୧ ତାରିଖରେ ଆସିବା ପାଇଁ ସୁଯୋଗ ମିଳିଛି । ଯିବାଆସିବାର ଖର୍ଚ୍ଚ ସେମାନେ ବହନ କରିବେ । ତେବେ ଏହି ଉତ୍ସବର ପରଦିନ ଆମେମାନେ ଆମ ହଜ ଖାସ ଅଫିସରେ ଗୋଟେ ଗଣ-ଡିଜିଟାଇଜେସନ କରିପାରିଲେ ଭଲ ହୁଅନ୍ତା । ଏଥିରେ ସଭିଏଁ ନିଜ ନିଜ ପସନ୍ଦର ବହି ଡିଜିଟାଇଜ କରିବା ସହିତ ଅଧିକ ଉନ୍ନତ ସୁବିଧା ଓ ଟେକନିକାଲ ବିଷୟ ବାବଦରେ ଜାଣିପାରିବେ । ଦିଲ୍ଲୀରେ ଥିବା ଉଇକିଆଳି ପଙ୍କଜମାଳା ଷଡ଼ଙ୍ଗୀ ଓ |ରାଧାରାଣୀ ଦ୍ୱିବେଦୀ ଏହାର ନେତୃତ୍ୱ ନେଲେ ଭଲ ହୁଅନ୍ତା । ମୋ ଆସିବା ୯୦ ଭାଗ ଥୟ ବୋଲି ଜାଣନ୍ତୁ ।--ସୁଭାସିସ ପାଣିଗାହି (ମୋ ଆଲୋଚନା) ୨୩:୧୬, ୫ ମାର୍ଚ୍ଚ ୨୦୧୬ (IST)

ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଳନ: ଅକ୍ଟୋବର-ନଭେମ୍ବର ଭିତରେ[ସମ୍ପାଦନା]

ଆପଣମାନଙ୍କ ଭିତରୁ ହୁଏତ ଅନେକେ ଦେଖିଥିବେ ଯେ ଉଇକିପାଠାଗାରର ଦ୍ୱିତୀୟ ଜନ୍ମତିଥି ପାଇଁ ଆଲୋଚନା ଆରମ୍ଭ ହୋଇଗଲାଣି । ଉଇକିପାଠାଗାର ସବୁ ଉଇକିଆଳିଙ୍କୁ ଏଥିରେ ଭାଗନେବା ପାଇଁ ଅନୁରୋଧ । ତେବେ ସଭିଙ୍କୁ ଅନୁରୋଧ ଯେ ଏହି ଉଇକିପାଠାଗାର ସଭା ବାବଦରେ ଆଲୋଚନା ସବୁ ଏହି ଆଲୋଚନା ପୃଷ୍ଠାରେ କରିବେ ଫଳରେ ଆଲୋଚନାସବୁ ଆଗକୁ ଗୋଟେ ଜାଗାରେ ରହିବ ।--ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୦:୦୧, ୨୨ ସେପ୍ଟେମ୍ବର ୨୦୧୬ (IST)

ଉଇକିପାଠାଗାର ଜନ୍ମଦିନର ତାରିଖ ପାଇଁ ଆଲୋଚନା[ସମ୍ପାଦନା]

ଉଇକିପାଠାଗାର ପାଇଁ ଆମେ ଆବେଦନ କରିଥିବା ରାପିଡ଼ ଗ୍ରାଣ୍ଟ‌ଟି ଉଇକିମିଡ଼ିଆ ଫାଉଣ୍ଡେସନ ଗ୍ରହଣ କରିଛି। ଏଥି ପାଇଁ ସମସ୍ତିଙ୍କୁ ଶୁଭେଚ୍ଛା, ଗ୍ରାଣ୍ଟରେ ମଗାଯାଇଥିବା ଟଙ୍କା ଆସିବାରେ ଆଉ ୧-୨ ସପ୍ତାହ ଲାଗିପାରେ। ଏଠାରେ ମୁଁ ଏହି ଜନ୍ମଦିନ ପାଳନ ନିମନ୍ତେ ତାରିଖ ପାଇଁ ପରାମର୍ଶ ଦେବାକୁ ଅନୁରୋଧ କରୁଛି।-Saileshpat (ମୋ ଆଲୋଚନା) ୨୧:୩୮, ୧୧ ନଭେମ୍ବର ୨୦୧୬ (IST)

ଭୁବନେଶ୍ୱର ଉଇକିଟୁଙ୍ଗିର ଆଲୋଚନା ମତେ ଏହି ଜନ୍ମଦିନ ଡିସେମ୍ବର ୧୦-୧୧, ଶନି/ରବିବାର ଅନୁଷ୍ଠିତ ହେବ । ଏହା ପୂର୍ବରୁ ଅନେକ ଛାତ୍ର ଛାତ୍ରୀଙ୍କର ପରୀକ୍ଷା ଅଛି, ୦୪/୧୨/୨୦୧୬ରେ ସରିବ, ତେଣୁ ସମ୍ଭବ ହେବନି । --Subas Chandra Rout (ମୋ ଆଲୋଚନା) ୧୬:୩୪, ୧୫ ନଭେମ୍ବର ୨୦୧୬ (IST)

FAQ[ସମ୍ପାଦନା]

ଅନେକ ସମୟରେ ଉଇକିପାଠାଗାରରେ ଯୋଗଦାନ କରୁଥିବା ଉଇକିଆଳିମାନେ ବିଭିନ୍ନ ଅସୁବିଧା ଭୋଗୁଥିବେ । ସେ କେତେବେଳେ କପିରାଇଟ ସମ୍ବନ୍ଧିତ ତ ଆଉ କେତେବେଳେ ଆଉ କିଛି । ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡ଼ିକର ସମାଧାନସବୁ ଗୋଟିଏ ଜାଗାରେ ରହିଲେ ସୁବିଧାହୁଅନ୍ତା । ତଳେ ଆପଣମାନେ ଦୟାକରି ଆପଣଙ୍କ ମନାରେ ଉଙ୍କିମାରୁଥିବା ଉଇକିପାଠାଗାର ସମ୍ବନ୍ଧିତ ପ୍ରଶ୍ନସବୁକୁ ଲେଖିବେକି? ସବୁଯାଇ ପ୍ରଶ୍ନକୁଏକାଠି କରି ତାହାର ଉତ୍ତର ଜାଣିଥିବା ବାକି ଉଇକିଆଳିଏ ଗୋଟେ ପୃଷ୍ଠାରେ ତାହାର ଉତ୍ତର ଦେବେ । ପ୍ରଶ୍ନ ପଚାରିଲାବେଳେ ଶଙ୍କା ନ କରି ପଚାରିଲେ ଭଲ । ଆପଣଙ୍କ ପ୍ରଶ୍ନ ଯେତେ ମାମୁଲି ହୋଇଥିଲେ ବି ତାହାର ଉତ୍ତର ଆଜି ନ ହେଲେ କାଲି ଆଉ କାହା କାମରେ ଆସିବ । --ସୁଭାସିସ ପାଣିଘରି (ମୋ ଆଲୋଚନା) ୨୨:୨୦, ୨୧ ମାର୍ଚ୍ଚ ୨୦୧୭ (IST)

ପ୍ରଶ୍ନ[ସମ୍ପାଦନା]

ଭାରତରେ ପ୍ରକାଶିତ ବହିଗୁଡ଼ିକ ପାଇଁ କପିରାଇଟ ଆକ୍ଟ କଣ କହେ?

ଯେ କୌଣସି ଲେଖକଙ୍କ ଦେହାନ୍ତ ପରେ ଷାଠିଏ ବର୍ଷ ପୂରିଲେ ତାଙ୍କର ସମସ୍ତ ଲେଖା ପବ୍ଲିକ ଡୋମେନରେ ଆସିଯାଏ । ଏହା ପରେ ପୁସ୍ତକ ଉପରେ କାହାରି ଅଧିକାର ରହେ ନାହିଁ । ଉଦାହରଣ ସ୍ୱରୂପ ବର୍ଷ ୨୦୧୭ ସୁଦ୍ଧା ୧୯୫୭ ପୂର୍ବରୁ ଚାଲିଯାଇଥିବା ସମସ୍ତ ଲେଖକଙ୍କ ରଚନାମାନ ଏହି ଶ୍ରେଣୀରେ ଆସିବ ।


ଯଦି ଗୋଟିଏ ବହିର ଲେଖକଙ୍କ ଦେହାନ୍ତ ୧୯୫୭ ପୂର୍ବରୁ ହୋଇଥାଏ, କଣ ତାଙ୍କର ସମସ୍ତ ଲେଖା ପବ୍ଲିକ ଡୋମେନରେ ରହିବ?

ହଁ ।


ଯଦି ଜଣେ ପୁରାତନ କବିଙ୍କ ଲେଖା ଆଜି ଛପାଯାଏ, ତାହାର କପିରାଇଟ ବୋଲି କିଛି ଥାଏ କି? ପ୍ରକାଶକଙ୍କ ଏହା ଉପରେ କୌଣସି ଅଧିକାର ଥାଏ କି?

ନା, ପୁରାତନ ରଚନା (୧୦୦ ବର୍ଷ ବା ପୁରୁଣା ରଚନା) ଉପରେ କପିରାଇଟ ନିୟମ ଲାଗେ ନାହିଁ । ମନେ ରଖନ୍ତୁ ଯେ ସେହି ପୁରାତନ ରଚନାର କୌଣସି ଅନୁବାଦ ବା ଟୀକା ଇତ୍ୟାଦିକୁ ସ୍ୱତନ୍ତ୍ର ରଚନା ଭାବେ ଧରାଯାଏ ଓ ଏହି କାରଣରୁ ତାଙ୍କ ଉପରେ କପିରାଇଟ ନିୟମ ରହେ ।


ତାହେଲେ କଣ ୧୯୫୭ ପୂର୍ବରୁ ଦେହାନ୍ତ ଘଟିଥିବା ଲେଖକଙ୍କ ସମସ୍ତ ଲେଖା ପ୍ରକାଶକ ଓ ପ୍ରକାଶନ ତାରିଖ ନିର୍ବିଶେଷରେ ପବ୍ଲିକ ଡୋମେନରେ ରହିବ?

ହଁ । ପ୍ରକାଶକ ପୁରୁଣା ଲେଖାକୁ ଅଧୁନା ପ୍ରକାଶନ କଲେ ମଧ୍ୟ ତାହା ଉପରେ ତାଙ୍କର ଅଧିକାର ନାହିଁ ।


ଯଦି ଏହିପରି ଗୋଟିଏ ପୁରାତନ ରଚନାକୁ ସ୍କାନ କରାଗଲା, ସେହି ସ୍କାନ ପବ୍ଲିକ ଡୋମେନରେ ଛାଡ଼ିହେବ କି? ଏମିତି ବହିକୁ କମନ୍ସରେ ଅପଲୋଡ଼ କଲାବେଳେ ସବୁଠୁ ଉପଯୁକ୍ତ ଲାଇସେନ୍ସ ଛାଞ୍ଚ କେଉଁଟା?

ଉଇକିପାଠଗାର ପ୍ରଧାନ ପୃଷ୍ଠା ବାବଦରେ କେଇ ପଦ[ସମ୍ପାଦନା]

ଉଇକିପାଠାଗାରରେ ଅଧୁନା ଥିବା ପ୍ରଧାନ ପୃଷ୍ଠା ଦେଖିବାକୁ ସୁନ୍ଦର ହେଇଛି ପରନ୍ତୁ ଏହା ଦ୍ୱାରା କେତେ ଗୋଟି ଅସୁବିଧା ହେବା ମୁଁ ବାରମ୍ବାର ଦେଖିଆସୁଛି । ବିଶେଷ କରି ଏହାର ମୋବାଇଲ ଦେଖଣାରେ ଗୁଡ଼ାଏ ଅସୁବିଧା ହେବା ମୁଁ ନିଜେ ଅନୁଭବ କରିଛି । ଏଥିରେ କେତେଗୋଟି ଅସୁବିଧା ହେଉଛି ଯେପରି-

ଡେସ୍କଟପ ଦେଖଣା[ସମ୍ପାଦନା]

  • ପ୍ରଧାନ ପୃଷ୍ଠାକୁ ପହଞ୍ଚୁ ପହଞ୍ଚୁ ଗୋଟିଏ ବହିସୂଚୀ ଆଉ ଗୋଟିଏ ଲେଖକ ସୂଚୀ ଦିଆଯାଇଛି । ନୂଆ ବ୍ୟବହାରକାରୀ ବା ନୂଆ ପାଠକ ମାନଙ୍କ ପାଇଁ ଏହା ଅତ୍ୟନ୍ତ ସରଳ ଅଟେ । କିନ୍ତୁ ଆମ ଉଇକିପାଠାଗାରରେ ୧୦୦ରୁ ଅଧିକ ବହି ଥିବା ବେଳେ ସୂଚୀରେ ତା'ଠୁଁ ଯଥେଷ୍ଟ ଅଳ୍ପ ନାଆ ଦିଆହୋଇଛି । ନୂଆ ପାଠକ ଜଣେ ଆମର ୧୦୦ଗୋଟି ବହି ଅଛି ବୋଲି ଜାଣିବ କିପରି? ଆଉ କଣ ପ୍ରତ୍ୟେକ ଛୋଟ ଛୋଟ କବିତାକୁ ଆମେ ଏମିତି ସୂଚୀରେ ଯୋଡ଼ିଲେ ସେ usable ହେବ? ପୁଣି ଏବେ ଯେଉଁ UIରେ ସୂଚୀ ଦେଖାଉଛି, ୧୦୦ ବହିକୁ ସେମିତିରେ ଦେଖାଇବା ଖରାପ UIର ଲକ୍ଷଣ ହେବ । ସେହି interface ଅଳ୍ପ ବହି ବ୍ୟବହାର ପାଇଁ ହିଁ ଭଲ । usability ଅପେକ୍ଷା design କୁ ପ୍ରାଧାନ୍ୟ ଦେବା ମୋ ମତରେ ଠିକ ନୁହେଁ । ଏହାକୁ ଆଉଥରେ ଭାବିବା ଆବଶ୍ୟକ ବୋଲି ମନେ କରୁଛି ।

ମୋବାଇଲ ଦେଖଣା[ସମ୍ପାଦନା]

  • ମୋବାଇଲ ଦେଖଣାରେ କେବଳ ଗୋଟିଏ ଜିନିଷ ଆସୁଛି ଆମ ପ୍ରଧାନ ପୃଷ୍ଠାରେ- ସେ ହେଲା ଗୋଟିଏ ଅକ୍ଷରସୂଚୀ- ତାହାର ଉପରେ 'ଖବର' ଲେଖାହୋଇଛି । ଏହା ଦ୍ୱାରା ନୂଆ ପାଠକ କଣ ବୁଝିବେ? ଉଇକିପାଠାଗାର କଣ? ସମ୍ବାଦ website ନା ବହି ପଢ଼ିବା ଥାନ? ପୁଣି ଅକ୍ଷରସୂଚୀରେ ଜଣେ କଣ ବୁଝିବ? ସ୍ପଷ୍ଟ ଭାବେ ଉପରେ 'ଯେଉଁ ରଚନା ଖୋଜୁଛନ୍ତି ତାହାର ପ୍ରଥମ ଅକ୍ଷରକୁ ଯାଇ ତାହା ପଢ଼ିପାରିବେ' ବା ସମାନାର୍ଥକ ଅନ୍ୟ notice ଥିବା ଆବଶ୍ୟକ ।
  • ପୁଣିଥରେ, ଅକ୍ଷରସୂଚୀଟି ମୋବାଇଲରେ ଦେଖିଲେ ସୁନ୍ଦର ଭାବେ କାମ ଦେଉଛି । ଏହି କ୍ଷେତ୍ରରେ ଜିନିଷଟିର ବଢ଼ିଆ ବ୍ୟବହାର ହୋଇଛି । ତେବେ ସିଧାସଳଖ କହିବାକୁ ଗଲେ ମୁଖ୍ୟପୃଷ୍ଠାରେ କେବଳ ସେତକ ରଖିବା ଉତ୍ତମ ନୁହେଁ ।

କଣ କରାଯାଇପାରିବ[ସମ୍ପାଦନା]

ଏଠାରେ ନିଜର ମତାମତ ଯୋଡ଼ିବାକୁ ଅନୁରୋଧ

  • ଏବେକାର ବହି ଓ ଲେଖକ ସୂଚୀ ଡେସ୍କଟୋରେ ଯେମିତି ଅଛି ସେମିତି ଥାଉ କିନ୍ତୁ ଉପରେ ସ୍ପଷ୍ଟ ଭାବେ ଲେଖାଯାଉ ଯେ ଏହା ସମ୍ପୂର୍ଣ୍ଣ ସୂଚୀ ଆଦୌ ନୁହେଁ ଓ ଆମ ପାଖରେ ୟା'ଠୁ ଅନେକ ଅଧିକ ଜିନିଷ ଅଛି । ତା ସଙ୍ଗେ ସମ୍ପୂର୍ଣ୍ଣ Indexକୁ ଲିଙ୍କ ଦିଆଯାଉ ।
  • ଅନ୍ୟ ଉଇକିପାଠାଗାର ଅନୁକରଣରେ ଆମ ମୁଖ୍ୟପୃଷ୍ଠାର ମୋବାଇଲ ଭର୍ସନ ନିର୍ମାଣ କରାଯାଉ । ଅକ୍ଷରସୂଚୀ ଯେସାକୁ ତେସା ଥାଉ କିନ୍ତୁ ତା ସହ en.wikisource.org ଭଳି ପ୍ରତିମାସ ଗୋଟିଏ ବହିକୁ ସବା ଆଗରେ ଥୋଇବା ଓ ତା'ପରେ ଉଇକିପାଠାଗାରରେ କଣ କଣ ବହି ମିଶିଲାଣି ଓ କଣ ଉନ୍ନତି ହେଉଛି ଏହା ବିଷୟରେ newsfeed ଭଳିଆ ଛୋଟ ବାକ୍ସଟେ ରଖିଲେ ଉତ୍ତମ ହୁଅନ୍ତା ।
  • ଲିଖନ ପ୍ରକଳ୍ପ କଣ କଣ ଅଛି ଏହାକୁ ଆଗରେ କେଉଁଠି ଗୋଟେ (sidebar?) ଥୋଇବା ଆବଶ୍ୟକ । ନହେଲେ ଉଇକିଆଳିଏ ଲେଖିବେ କଣ ଏହା ବାବଦରେ ସ୍ପଷ୍ଟରେ ଜାଣି ପାରୁନାହାନ୍ତି ।

ଏହି ସବୁ ଉପରେ ଟିକେ ଚର୍ଚ୍ଚା ହେଲେ ଭଲ ହୁଅନ୍ତା ବୋଲି ଭାବୁଛି । -ପ୍ରତୀକ ପଟ୍ଟନାୟକ (ମୋ ଆଲୋଚନା) ୨୦:୩୪, ୩ ଅପ୍ରେଲ ୨୦୧୭ (IST)

ସହମତି[ସମ୍ପାଦନା]

  1. ସ‌ହମତ -- --Subas Chandra Rout (ମୋ ଆଲୋଚନା) ୧୨:୦୬, ୪ ଅପ୍ରେଲ ୨୦୧୭ (IST)
  2. ସ‌ହମତ --Radhadwibedi (ମୋ ଆଲୋଚନା) ୧୨:୪୬, ୪ ଅପ୍ରେଲ ୨୦୧୭ (IST)
  3. Symbol support vote.svg ସମର୍ଥନ -DashNistha (ମୋ ଆଲୋଚନା) ୦୦:୧୧, ୫ ଅପ୍ରେଲ ୨୦୧୭ (IST)
  4. Symbol support vote.svg ସମର୍ଥନ Pmsarangi (ମୋ ଆଲୋଚନା) ୨୨:୨୬, ୨୦ ଅପ୍ରେଲ ୨୦୧୭ (IST)
  5. Symbol support vote.svg ସମର୍ଥନ --‍‍‍‍‍‍Bikash Ojha (ମୋ ଆଲୋଚନା) ୧୩:୧୮, ୨୧ ଅପ୍ରେଲ ୨୦୧୭ (IST)

Symbol support vote.svg ସମର୍ଥନ --Chinmayee Mishra (ମୋ ଆଲୋଚନା) ୦୩:୧୧, ୮ ଜୁଲାଇ ୨୦୧୭ (IST)

ବିରୋଧ[ସମ୍ପାଦନା]

ଅନ୍ୟମତ[ସମ୍ପାଦନା]

Improved search in deleted pages archive[ସମ୍ପାଦନା]

Please help translate to your language

During Wikimedia Hackathon 2016, the Discovery team worked on one of the items on the 2015 community wishlist, namely enabling searching the archive of deleted pages. This feature is now ready for production deployment, and will be enabled on all wikis, except Wikidata.

Right now, the feature is behind a feature flag - to use it on your wiki, please go to the Special:Undelete page, and add &fuzzy=1 to the URL, like this: https://test.wikipedia.org/w/index.php?title=Special%3AUndelete&fuzzy=1. Then search for the pages you're interested in. There should be more results than before, due to using ElasticSearch indexing (via the CirrusSearch extension).

We plan to enable this improved search by default on all wikis soon (around August 1, 2017). If you have any objections to this - please raise them with the Discovery team via email or on this announcement's discussion page. Like most Mediawiki configuration parameters, the functionality can be configured per wiki. Once the improved search becomes the default, you can still access the old mode using &fuzzy=0 in the URL, like this: https://test.wikipedia.org/w/index.php?title=Special%3AUndelete&fuzzy=0

Please note that since Special:Undelete is an admin-only feature, this search capability is also only accessible to wiki admins.

ସାଧୁବାଦ! CKoerner (WMF) (talk) ୦୦:୧୦, ୨୬ ଜୁଲାଇ ୨୦୧୭ (IST)