ପୃଷ୍ଠା:Alankara Bodhodaya.pdf/୨୦

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅଳଂକାରବୋଧୋଦୟ

ବିଳାସ - ଧୀରଦୃଷ୍ଟି, ବିଚିତ୍ରଗତି, ମନ୍ଦହାସ, ହିତବଚନର ନାମ ।
ମାଧୁର୍ଯ୍ୟ - କ୍ଷୋଭ ବିଷୟରେ ଉଦ୍‌ବେଗ ନୋହିବାର ନାମ ।
ଗାମ୍ଭୀର୍ଯ୍ୟ - ଭୟ, କ୍ରୋଧ, ହର୍ଷାଦିରେ ନିର୍ବିକାରତାର ନାମ ।
ଧୈର୍ଯ୍ୟ - ମହାବିଘ୍ନ ହେଲେ ମଧ୍ୟ ବ୍ୟବସାୟରୁ ମନ ନଚଳାଇବାର ନାମ ।
ତେଜ - ତିରସ୍କାରକୁ ନ ସହିବାର ନାମ ।
ଲଳିତ - ମନୋହର ବଚନ ଓ ମନୋହର ବେଶ ଓ ରସାନୁଭବର ନାମ ।
ଔଦାର୍ଯ୍ୟ - ଦାନଦେବା ଓ ପ୍ରିୟକହିବା ଓ ଶତ୍ରୁ ମିତ୍ରଠାରେ ସମ‌ଭାବ ରଖିବାର ନାମ ।

ଅଥ ନାୟିକା ତ୍ରିବିଧା ଯଥା,
ସ୍ୱକୀୟା, ପରକୀୟା, ସାଧାରଣୀ ।

ଏହି ନାୟିକା, ଉପରୋକ୍ତ ନାୟକର ଦାତା ପ୍ରଭୃତି ସାମାନ୍ୟ ଗୁଣରେ ଯୁକ୍ତାହୁଏ ।
ସ୍ୱକୀୟା - ବିନୟ ଓ ସରଳତାଦିରେ ଯୁକ୍ତା ଓ ଗୃହକାର୍ଯ୍ୟରେ ତତ୍ପରା ଏବଂ ପବିତ୍ରତାର ନାମ ।
ଏହି ସ୍ୱକୀୟା ମୁଗ୍ଧା, ମଧ୍ୟା, ପ୍ରଗଳ୍ଭା ଭେଦରେ ତିନିପ୍ରକାର ।
ମଧ୍ୟା ଓ ପ୍ରଗଳ୍ଭା ଏ ଦୁହେଁ ଧୀରା ଓ ଅଧୀରା ଓ ଧୀରାଧୀରା ଏପରି ଭେଦରେ ଛ' ପ୍ରକାର ହୁଅନ୍ତି ।
ଏମାନେ ନାୟକର ଅନ୍ଥ ଓ ବହୁ ପ୍ରଣୟ ଭେଦରେ ପ୍ରତ୍ୟେକରେ ଦୁଇପ୍ରକାର ହୋଇ ଦ୍ୱାଦଶ ପ୍ରକାର ହୁଅନ୍ତି, ଏବଂଚ ସ୍ୱକୀୟା କେବଳ ମୁଗଧା ରୂପରେ ଏକ ପ୍ରକାର । ପୁର୍ବୋକ୍ତ ମଧ୍ୟା, ପ୍ରଗଲଭା ଦ୍ୱୟ ବାର ପ୍ରକାର, ଏପରି ତେର ପ୍ରକାର ।
ପରକୀୟା - ‘ପରୋଢ଼ା ଓ କନ୍ୟକା ଭେଦରେ ଦୁଇପ୍ରକାର ।
ସାଧାରଣୀ (ବେଶ୍ୟା) ଅନୁରକ୍ତା (ଅନୁରାଗବତୀ) ବିରକ୍ତା (ବିରାଗବତୀ) ଭେଦରେ ଦୁଇପ୍ରକାର ।
ପୂର୍ବୋକ୍ତ ନାୟିକାମାନେ ପ୍ରତ୍ୟେକରେ ନିମ୍ନଲିଖିତ ଅବସ୍ଥା ଭେଦରେ ଆଠପ୍ରକାର ହୁଅନ୍ତି । ଯଥା, ସ୍ୱାଧୀନ, ଭର୍ତ୍ତୃକା, ଖଣ୍ଡିତା, ଅଭିସାରିକା, କଳହାନ୍ତରିତା, ବିପ୍ରଲବ୍ଧା, ପ୍ରୋଷିତଭର୍ତ୍ତୃକା, ବାସକସଜ୍ଜା, ବିରହୋତ୍କଣ୍ଠିତା । ଏମାନେ ରକ୍ତା ବିରକ୍ତା ଭେଦରେ ଷୋହଳ ପ୍ରକାର ହୁଅନ୍ତି ।
ଏହି ନାୟିକାମାନଙ୍କର ଯୌବନାବସ୍ଥାରେ ଅଠାଇଶ ପ୍ରକାର ଅଳଙ୍କାରମାନେ ହୁଅନ୍ତି । ଯଥା,