ସହଯୋଗ:ବିଷୟବସ୍ତୁ

ଉଇକିପାଠାଗାର‌ରୁ
Jump to navigation Jump to search
ବିଷୟବସ୍ତୁ

ଉଇକିପାଠାଗାରରେ କେବଳ କପିରାଇଟ ବାହାରେ ଥିବା ପ୍ରକାଶିତ ରଚନା ରହେ । ତେଣୁ ମୌଳିକ ଓ ଅପ୍ରକାଶିତ ରଚନା ଏଥିରେ ରହିପାରିବ ନାହିଁ । ତେବେ ୧୯୫୬ ପରେ ପ୍ରକାଶିତ (କିମ୍ବା ଯଦି ଲେଖକଙ୍କ ଦେହାନ୍ତର ୬୦ ବର୍ଷ ପୂରିନଥାଏ) ବହିଗୁଡ଼ିକରେ ସାଧାରଣତରେ କପିରାଇଟ ରହିଥାଏ । ସେସବୁ ରଚନା ଉଇକିପାଠାଗାରରେ ରହିପାରିବ ନାହିଁ । ତେବେ ସାଧାରଣତଃ ଲେଖକଙ୍କ ପାଖେ ବହିର କପିରାଇଟ ଥିବାରୁ ସେମାନେ ଚାହିଁଲେ କପିରାଇଟ ବଦଳାଇ ବହିଗୁଡ଼ିକ ଉଇକିପାଠାଗାରରେ ଉପଲବ୍ଧ କରିପାରିବେ । ଏହା ବାଦ ୧୯୫୬ ଆଗରୁ ପ୍ରକାଶିତ ଓ ଲେଖକଙ୍କ ଦେହାନ୍ତର ୬୦ ବର୍ଷ ପୂରିଯାଇଥିଲେ ସେ ରଚନାଗୁଡ଼ିକ ସାଧାରଣତଃ କପିରାଇଟ ବାହାରେ ଥିବାରୁ ସେଗୁଡ଼ିକୁ ଉଇକିପାଠାଗାରରେ ଡିଜିଟାଇଜ କରାଯାଇପାରିବ । ଏଠାରେ ଡିଜିଟାଇଜ କରିବାର ଅର୍ଥ ସ୍କାନ ହୋଇଥିବା ବା ଅନ୍ୟାନ୍ୟ ଏନକୋଡ଼ିଂ (ଯଥା ଆକୃତି, ଶ୍ରୀଲିପି)ରେ ଥିବା ବହିଗୁଡ଼ିକୁ ଇଉନିକୋଡ଼ ଏନକୋଡ଼ିଂରେ ଲେଖିବା । ଫଳରେ ସେସବୁ ଗୁଗୁଲ ଓ ଆଉ ସମସ୍ତ ସର୍ଚ ଇଞ୍ଜିନରେ ଉପଲବ୍ଧ ହେବ ଓ ପାଠକେ ଖୋଜିପାଇପାରିବେ ।

ଓଡ଼ିଆରେ ଟାଇପ କରିବେ କିପରି➔
ଓଡ଼ିଆରେ ଟାଇପ କରିବେ କିପରି➔