ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୯୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏହି ବକ୍ତବ୍ଯଟି ଡାକ୍ତର ରାଧାଚରଣ ପଣ୍ଡାଙ୍କର,ଯେ ତେଲୁଗୁ ଭାଷାରେ ମାଇନର୍ ପାସ୍ କରି ନିଜ ଅଧ୍ଯବସାୟ ଓ ନିଷ୍ଠା ବଳରେ ଓଡିଆ ସାହିତ୍ଯରେ ଜଣେ ଗବେଷକ ଓ ସାହିତ୍ଯକ ଭାବରେ ପ୍ରତିଷ୍ଠା ଆର୍ଜନ କରିଥିଲେ । ଦେବସମର୍ପିତା ସୂର୍ଯ୍ଯପ୍ରିୟା ପଦ୍ମ ପଙ୍କରୁ ଜନ୍ମ ।କି ସୁନ୍ଦର ଓ ମନୋମୁଗ୍ଧକର ସେ! ଭକ୍ତକବି ମୁସୂଦନ୍ୟଥାର୍ଥରେ ଗାଇଛନ୍ତି- "କୋଟି ଲାବଣ୍ଯନିଧି ରେ ପଦ୍ମ ତୁହି, କି ଅମ୍ଋତେ ତୋ ତନୁ ଗଢିଲା ବିହି ।" ସେହିପରି ପରଶୁରାମ ବର୍ମା ଥିଲେ ପଙ୍କଜ ।୧୮୭୮ ଖୀ୍ରଷ୍ଟାବ୍ଦ ଦଶହରା ଦିନ ସେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ମାମୁଁ ଘର କୁରାଳ ଗ୍ରାମରେ ।କୁରାଳ ଗ୍ରାମଟି ଭଂଜନ ଗର ସହର ପଖରେ ଅବସ୍ଥିତ ।ତାଙ୍କ ପିତାଙ୍କ ନାମ ନିରନ୍ଜନ ପଟ୍ଟନାୟକ ଓ ମାତା ଳଳିତା ଦେବୀ ।ପ୍ରାୟ ପାନ୍ଚ ବର୍ଷ ବୟସରେ ସେ ପିତାମାତାଙ୍କୁ ହରାଇଥିଲେ ।ତାଙ୍କର ଦାଦା ଦ୍ଧୀବାମନ ପଟ୍ଟନାୟକ ବାଲ୍ଯକାଳରୁ ତାଙ୍କୁ ନିଜ ଘର ମାଲୁଦ(ପାରିକୁଦର ଏକ କ୍ଷଦ୍ରଦ୍ବୀପ)ରେ ଲାଳନପାଳନ କରିଥିଲେ । ସେ କାଳର ମାଲୁଦରେ ଆଧୁନିକ ସ୍କୁଲ୍ ନଥିଲା ।୧୮୮୯ ମସିହାରେ ୧୧ ବର୍ଷ ବୟସରେ ପରଶୁରାମ ଏଠାରେ ଏକ "ଅବଧାନିଆ ଚାଟଶାଳୀ"ରେ ଶିକ୍ଷାରାମ କରିଥିଲେ ।ପାନ୍ଚ ଛଅ ବର୍ଷ ପରେ ଏକ ପ୍ରାଥମିକ ବିଦ୍ଯାଳୟରେ ତାଙ୍କ ଶିକ୍ଷା ସମାପ୍ତ ହେଲା ।ତା'ପରେ ସେ କୃଷ୍ଣପ୍ରସାଦ ଗଡଠାରେ ଏମ ଇ ପାଠ ପଢିଥିଲେ ।ସେ ଭଲ ପଢୁଥିବାରୁ ତାଙ୍କୁ ଚାରି ଟଙ୍କାର ଏକ ବୃତ୍ତି ମିଳୁଥିଲେ । ୧୯୦୪ ଖୀ୍ର ଷ୍ଟାବ୍ଦରେ ପରଶୁରାମ ପୁରୀ ଜିଲ୍ଲା ସ୍କୁଲ୍ରେ ମାଟ୍ରିକ୍ ପଢିଲେ ।ସେତେବେଳେ ସେଠାରେ ପ୍ରଧାନ ଶିକ୍ଷକ ଥିଲେ ସ୍ବନାମଧନ୍ଯ ଶିକ୍ଷକ ଓ ସାହିତି୍ଯକ ଚନ୍ଦରମୋହ୍ନ ମହାରାଣ ।ବର୍ମାଙ୍କର ସହପାଠୀ ଥିଲେ ଅମର ଗୀତିକବି, ସୁଶିକ୍ଷକ ଓ ରାଷ୍ଟ୍ରନୀତିଜ୍ଞ ଗୋଦାବରୀଶ ମିଶ୍ର ।ଉଭୟ ସାଙ୍ଗ ଗରିବ ଘରେ ଜନ୍ମ ହୋଇଥିଲେ ହେଁ ଭାରି ବୁଧ୍ଧିଆ ଥିଲେ ।ଖୁବ ଭଲ ପାଠ ପଢୁଥିବାରୁ ବୃତ୍ତି ପାଉଥିଲେ ।ବନ୍ଧୁ ଗୋଦାବରୀଶ ବର୍ମାଙ୍କୁ ଭାରି ଭଲ ପା ଉଥିଲେ ।ସେଥିପାଇଁ ସେ ତାଙ୍କ ଜ୍ଞାନ ଗରିମାର ଉଚ୍ଚ ପ୍ରଶଂସା କରିଛନ୍ତି ।

୭୮