ସେ ଆମକୁ ପ୍ରତି ଶନିବାର ସକାଳୁ ଶିକ୍ଷା ଦେଉଥିଲେ । ଚତୁ୍ର୍ଥରୁ ସପ୍ତମ ଓ ପରେ ଅଷ୍ଟମ ଶ୍ରେଣୀର ପିଲାମାନେ ସମସ୍ତେଏଥିରେ ଭାଗ ନେଉଥିଲେ । ତାଙ୍କର 'ଲେଫୁଟ-ରାଇଟ ' ଓ 'ଷ୍ଟାଣ୍ଡ-ଆଟ-ଇଜ କୁହାଟ ଥିଲା ଯେପରି ଗମ୍ଭୀର ସେପରି ଆଦେଶାତ୍ମକ । ସେ ଶୃଖଂଳ ଓ ନୟମିତ ତାର ଉପାସକ ଥିଲେ । ଶୃଖଂଳାଭଙ୍ଗ ଲାଗି ଶାସ୍ତି ଦେଉଥିଲେ । ପ୍ରତ୍ଯେକ ଛାତ୍ର ର ଗତିଭଙ୍ଗ ପ୍ରତି ତାଙ୍କର ତୀକ୍ଷ୍ଣ ଦୃଷ୍ଟି ରହୁଥିଲା । ପାଠ ହେଉ ବା ଆଚାର ବ୍ଯବ ହାର ହେଉ କେଉଁଥିରେ ଆମେ କେହି ତାଙ୍କୁ ଫାଙ୍କି ଦେବାର ପ୍ରଶ୍ଣ ହିଁ ନଥିଲା । ସେ ନିଜେ ଯେପରି କ୍ରମତ ତ୍ପର ଥିଲେ ଅନ୍ଯମାନଙ୍କଠାରୁ ସେହିପରି କର୍ମ ପ୍ରଣତା ଆଶା କରୁଥିଲେ ।ଯାହା ଜଣାଯାଇଥିଲା, ତାଙ୍କର ବ୍ଯକ୍ତିଗତ ଦାମ୍ପତ୍ଯ ଜୀବନ ସେପରି ସୁଖକର ନଥିଲା । ସେ ଅଧିକାଂଶ ଛୁଟିରେ ଘରକୁ ନ ଯାଇ ସ୍କୁଲରେ ରହିଯା ଉ ଥିଲେ । ଦୈନିକ ଖବର କାଗଜ ସାଙ୍ଗକୁ 'ମୋଦେଶ', ଝଙ୍କିର' ଡ଼ଗର' ଆଦି ପତ୍ରକା ପ୍ରତିମାସରେ ସେ ଅଣା ଉଥିଲେ । ସେ ପତ୍ରପତ୍ରିକାରେ ଲେଖାଲେଖି କରୁଥିବା ବିଷୟ ଆମକୁ ଜଣାନଥିଲା । କଲିଯୋଗିତା କରାଯାଇଥିଲା। ବିଷୟ ଥିଲା ' ମଣିଷ ମଣିଷକୁ ଭଲ ପାଏ କାହିକିଁ ? କେତେ ଜଣ ସାର ଜଣେ ଜଣେ ପିଲାଙ୍କ ପାଇଁ ଉପଦେଷ୍ଟା ଥିଲେ । ମୋର ସୌଭାଗ୍ଯକୁ ବିଷ୍ଣୁ ବାବୁ ଥିଲେ ମୋର ଉପଦେଷ୍ଟା । ମୋ ଲେଖା ଉପରେ ସେ କଲମ ଚଳା ଉଥିଲେ। ପ୍ରବନ୍ଧ ଗୁଡ଼ିକ କଲିକତା ପଠାଯାଇଥିଲେ ଓ ସେଥିରୁ ପଣ୍ଡୁଆ ସ୍କୁଲର ପିଲାଙ୍କ ମଧ୍ଯରୁ ମୋ ପ୍ରବନ୍ଧଟି ପୁରସ୍କୃତ ହୋଇଥିଲେ । ସେଥିପାଇଁ ମୋ ନାଁ 'ସମାଜ 'ରେ ବାହାରିଥିଲା । ବିଷ୍ଣୁ ବାବୁ ସମୟ ଅସମୟରେ ବରାବର ଗୁଣୁଗୁଣୁ ହୋଇ ଗୀତ ଗାଊଥିଲେ । 'କୋଇଲି କଳା ବୋଲି ବସନ୍ତ ଯାଏ ଚାଲି । ଫଗୁଣ -ବାତାୟନେ ସ୍ମୃତିଟି ରହେ ଖାଲି ଏଇ ଗୀତକୁ ସେ ଭାରି ଦରଦ ଭରା ଗଳାରେ ଅଧିକାଂଶ ସମ୍ୟରେ ଧିର ସ୍ବରରେ ଗାଇ ଭାବପ୍ରବଣ ହୋଇପଡ଼ୁଥିବାର ମୁଁ ପ୍ରତ୍ଯକ୍ଷ କରିଛି । କଥାକରହିବାରେ , କାହାଣୀ ଶୁନାଇବାରେମ, ଅନୁଭୂତି ବଖାଣିବାରେ ତାଙ୍କର ଥିଲା ନିଜସ୍ବ ବୈଶିଷ୍ଟ୍ଯ । ରାହାମାରେ ଅନ୍ନପୂର୍ଣ୍ଣ 'ଏ' ଗ୍ରୁପ କ୍ଯାମ୍ପ ପକାଇ ନାଟକ ପରିବେଷଣ କରୁଥିବା ଖବର ମିଳିବାରୁ ବିଷ୍ଣୁବାବୁ କେତେକ ସିକ୍ଷକ ଓ ଛାତ୍ରାବାସର ଅନ୍ତେବାସିମାନଙ୍କୁ ନେଇ
ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୩
ଦେଖଣା