ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅନୁରୂପ ଘଟଣା ସେ ବର୍ଷ ଡିସେମ୍ବର ମାସରେ ଘଟିଥିଲା ଦଶପଲ୍ଲାଠାରେ । ସ୍ବାଧିନଚେତା ଶିକ୍ଷକ ରଘୁନାଥ ଆଞ୍ଜୁଳା ପାତି ଏକ ପାଣ୍ଠି ମୁହୂର୍ତ୍ତକ ମଧ୍ଯରେ ସୃଷ୍ଟି କରିଥିଲେ ଛାତ୍ରମାନଙ୍କ ବୃତି ପାଇଁ , ଯାହାକି ତାଙ୍କର ବଳିଷ୍ଟ ବ୍ଯକ୍ତିତ୍ବର ପରାକାଷ୍ଠା ଥିଲା । ତାଙ୍କୁ ସେଠାରେ ମଧ୍ଯ ସମ୍ମାନିତ କରାଯାଇଥିଲା । ଏପରି ଭବବିହ୍ବଳ ସମ୍ମାନପ୍ରଦାନ କ୍ବଚିତ୍ ଦେଖିବାକୁ ମିଳିଥାଏ ।

ଏହି ଶିକ୍ଷକଙ୍କର ଜୀବନ କାହାଣୀ ମାଟି ମାଆର ଏକ ସୁଯୋଗ୍ଯ ସନ୍ତାନ ତଥା ଗୌରବମୟୀ ଉତ୍କଳ ମାଟିର ଏକ ସୁଯୋଗ୍ଯ ବ୍ଯକ୍ତିଙ୍କର ଜୀବନକାହାଣୀ । ତାଙ୍କ ଅଦର୍ଶରେ ବର୍ତ୍ତମାନର ଶିକ୍ଷକୀଢ଼ି ଅନୁପ୍ରାଣିତ ହେଲେ ଅଧୁନା ଶିକ୍ଷାକ୍ଷେତ୍ରର ଅନେକ କଳୁଷ ଦୂର ହୋଇଯାଆନ୍ତା ।