ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଦାୟିତ୍ବ ବୁଝାଇ ନଥିଲେ । ତେଣୁ ମୁଁ ପ୍ରାୟ ଦଶ ପନ୍ଦର ଦିନ ସେଇ ଧର୍ମଶାଳାରେ ରହିଥିଲି । ମାତ୍ର ପ୍ରତିଦିନ ସେଠାରୁ ସେଠାରୁ ସ୍କୁଲ ପରିଦର୍ଶନ କରିବାକୁ ଯା ଉ ଥିଲେ । ସେହି ସମୟ ଭିତରେ ମୋ ପାଖକୁ ଆସନ୍ତି ଜଣେ ବୃଦ୍ଧ ଭଦ୍ରବ୍ଯକ୍ତି । ଦେହରେ ଖଦଡ଼ ଲୁଗା ଓ ସାର୍ଟ। ଦେଖିବାକୁ ପ୍ରାୟ ଗୋଦାବରୀଶ ମିଶ୍ରଙ୍କ ପରି ମୁହଁ । ମୁଁ ତାଙ୍କୁ ପ୍ରଥମେ ଦେଖି ଟିକିଏ ଆଶ୍ଚର୍ଯ୍ଯ ହୋଇଥିଲେ । ତା'ପରେ ସେ ପରିଚୟ ଦେଇଥିଲେ, ":ମୋ ନାଁ ବାମନ ଚରଣ ଦାସ । ବାଣପୁର ବାଳକ ମାଇନର ସ୍କୁଲର ପ୍ରଧାନଶିକ୍ଷକ ତା'ପରେସ୍କୁଲର ଭଲମନ୍ଦ, ସେ ଅଞ୍ଚଳର ଉନ୍ନତି ଓ ସମସ୍ଯା ସମ୍ପର୍କରେ ସେ ଆଲୋଚନା କରନ୍ତି । "କଟକ ଚିନ୍ତା ବାଇମୁଣ୍ଡିକି"ପରି ସେ ବାଣପୁରର ସୁଖଦୁଃଖ ତା'ର ବିଭିନ୍ନ ସମସ୍ଯା ସମ୍ପର୍କରେ ସଦାବେଳେ କ ହୁଥିଲେ। ତା'ମଧ୍ଯରେ ତାଙ୍କ ସ୍କୁଲକୁ ଯିବାକୁ କ ହ ନ୍ତି । ମୁଁ ସମୟ ସୁବିଧା ଦେଖି ସ୍କୁଲ କୁ ଯାଏ । ଦିନରାତି ସେ ସ୍କୁଲ କାମରେ ଲାଗିଥାନ୍ତି । ବ ହିପତ୍ର,ଫାଇଲ ଆଉ ରେନିଷ୍ଟରର ଗଦା ମଝିରେ ବୁଡ଼ି ରହିଥାନ୍ତି ସେ । ଗରିବ ପିଲାମାନଙ୍କୁ ସାହାଯ୍ଯ କରବାଠାରୁ ଆରମ୍ଭ କରି ଚଗଲା ପିଲାମାନଙ୍କର ସମସ୍ଯାଗୁଡ଼ିକର ଅନୁଧ୍ଯାନ ଓ ସମାଧାନ କରବାଯାଏ ସବୁଥିରେ ତାଙ୍କର ସଂବେଦନଶୀକ ମନ ଓ ଶତଚେଷ୍ଟା । ସେଥିପାଇଁ ସେ ପିଲାମାନଙ୍କ ପିତାମାତା ଓ ଅଭିଭାବବଙ୍କ ସ ହିତ ଘନିଷ୍ଠ ସମ୍ପର୍କ ରଖୁଥିଲେ । ବିଭିନ୍ନ ଗାଁଗଣ୍ଡକୁ ନିଜେ ଚାଲି ଚାଲି ଯା ଉ ଥିଲେ । ସାକ୍ଷୀଗୋପାଳର ଦନୁଳବନ । ସେଠାରେ ଗଢ଼ି ଉଠିଥିବା ଜାତୀୟ ବନବିଦ୍ଯାଳୟରେ ସେ ଥିଲେ ଛାତ୍ର । ସ୍ବାଧୀନତା ଆନ୍ଦୋଳନରେ ମଧ୍ଯ ବାନରସେନା ଭାବରେ କାର୍ଯ କରିଥିଲେ । ତାଙ୍କର ଜ୍ଞାଙ୍ଗରିମା, ସ୍ବଦେଶପ୍ରେମ ଓ ସେବା ମନୋଭାବ ଦେଖି ସେଠାର ସୁଯୋଗ୍ଯ ଗୀତିକରି ଗୋଦାବରୀଶ ତାଙ୍କୁ ଗୋଦାବରୀଶଙ୍କ ଉଦ୍ଯମରେ ହାଇସ୍କୁଲ ସ୍ଥାପିତ ହେଲା । ମାଇନର ସ୍କୁଲଟି ବ ହୁଦିନରୁ ଗଢ଼ି ଉଠିଥିଲା। ବାମନବାବୁ ଥିଲେ ତା'ର ପ୍ରଧାନ ଶିକ୍ଷକ । ବାଣପୁର ହାଇସ୍କୁଲ ପାଇଁ ଚାନାଅ ସଂଗ୍ରହ କରିବାକୁ ଜଣେ ପୁରୁଖା ଶିକ୍ଷକ ବିଶ୍ବନାଥ ଶତପଥୀଙ୍କ ସ ହିତ ବାମନବାବୁ ରେଙ୍ଗୁନ ଯାତ୍ରା କରିଥିଲେ ୧୯୩୭ ମସିହା ଗ୍ରୀଷ୍ମ ଛୁଟିରେ ।