ଭୁଲିବୁ ନାହିଁ

ଉଇକିପାଠାଗାର‌ରୁ
ଧନ୍ୟ ତୁମେ ମାତା !   ଧନ୍ୟ ତୁମେ ପିତା !
ତୁମ ସମ କେହି ନାହିଁ,
ଜନମ ଦେଇଛ ଯତନେ ପାଳିଛ
ଆମେ ତା' ଭୁଲିବୁ ନାହିଁ ।
ବିଦ୍ୟା ଆମ ମିତ     ବିଦ୍ୟା ଆମ ବଳ
ବିଦ୍ୟା ତ ସବୁରି ଧନ,
ନ ବୁଝି ଏହାକୁ ଅବୁଝା ହୁଏ ଯେ
ମୂର୍ଖ ହୁଏ ସେହି ଜାଣ ।
କର୍ତ୍ତବ୍ୟ ପାଳନ       କରିବୁ ଆମେରେ
ଧନଯଶ ଲାଭ ପାଇଁ,
କାପୁରୁଷ ପରି ଭଗ୍ୟକୁ ଆଦରି
ଦୁଃଖ ତ ଭୋଦିବୁ ନାହିଁ ।
ପର ଦୁଃଖ ଦେଖି       କାତର ହୋଇଗଲେ
ମଣିଷରେ ହେବୁ ଗଣା,
ପର ହିତ ଲାଗି ଜୀବନ ତେଜିଲେ
ଗୁଣ ହେବ ଆମ ଜଣା ।
ସାଧୁ ସନ୍ଥ ସଙ୍ଗେ        ବାସ ଯେ କରିବୁ
ସୁଶିକ୍ଷା ପାଇବା ପାଇଁ,
ହୀନ‌ଜନଠାରୁ ଦୂରେଇ ରହିବୁ
କୁଶିକ୍ଷା ଲଭିବୁ ନାହିଁ ।