ପୃଷ୍ଠା:Galpa swalpa.djvu/୧୫୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟିକୁ ସଂଶୋଧନ କଲାବେଳେ ଅସୁବିଧା ହେଲା
ଫକୀରମୋହନ ଗ୍ରନ୍ଥାବଳୀ

ରହିଲେ । ମୌନା ବାବାଜୀଙ୍କ ଗୁମ୍ଫା ଓ ହାତୀଗୁମ୍ଫାରୁ ଅନେକ ସୁନା ରୂପା ଅଳଙ୍କାର ଓ ଜହରାତ୍ ଅନେକ ମୂଲ୍ୟବାନ ଲୁଗା ଶାଲ ପ୍ରଭୃତି ବରାମଦ ହେଲା । ମେଜେଷ୍ଟର ସାହେବଙ୍କ ହୁକୁମ ଅନୁସାରେ ଅନ୍ୟାନ୍ୟ ସାଧୁ ସନ୍ନ୍ୟାସୀ ଜଡ଼ିତ ହେଲେ । ଉତ୍କଳର ନୈମିଷାରଣ୍ୟ ଖଣ୍ଡଗିରି ସେହି ଦିନଠାରୁ ସାଧୁଶୂନ୍ୟ ହୋଇଅଛି ।

ପରଦିନ ପ୍ରାତଃକାଳରେ ମେଜେଷ୍ଟର ସାହେବ ବନ୍ଦୀମାନଙ୍କୁ ଉପଯୁକ୍ତ ପୋଲିଶ ହେପାଜତରେ କଲିକତା ଚାଲିଣ ଦେଇ ପୁରୀ ରମାନା ହେଲେ ।

ପଶ୍ଚାତ୍ ପ୍ରକାଶ ପାଇଲା, ଉଲ୍ଲିଖିତ ମହାବୀର ଦାସ ମହନ୍ତ ବଙ୍ଗଦେଶର ପ୍ରସିଦ୍ଧ ଜଗା ଗୁଆଲା ଡକାଏତ ସର୍ଦ୍ଦାର, ଅନ୍ୟାନ୍ୟ ସାଧୁମାନେ ସଙ୍ଗୀ ଡକାଏତ । ଅନ୍ୟ ଦଶଜଣ ସାଧୁ ଅନ୍ୟାନ୍ୟ ଜିଲ୍ଲାର ଫେରାରୀ ଆସାମୀ । ମୌନା ବାବାଜୀ କଲିକତାର ଜଣେ ପ୍ରସିଦ୍ଧ ବଡ଼ ଲୋକଙ୍କ ଗୁମାସ୍ତା । ମୌନୀ ମାତା ତାହାଙ୍କ ପରିବାରସ୍ଥ ବିଧବା ବଧୂ । ଉକ୍ତ ବଡ଼ଲୋକଙ୍କ ଘରୁ ଚୋରୀ ଯାଇଥିବା ଅନେକ ଅଳଙ୍କାର ଓ ବଙ୍ଗଦେଶର ଅନେକ ସ୍ଥାନର ଡକାଏତି ଅନେକ ମାଲ ବରାମଦ ହୋଇଅଛି । କଥିତ ଭକ୍ତଯୁଗଳ ଠଗି କମିଶନରଙ୍କ ଡିଟେକ୍ଟିଭ ପୋଲିଶ ଅଫିସର ଅଟନ୍ତି ।

ପୁନର୍ମୂଷିକୋଭବ

ଆଜକୁ ଚାଳିଶ ବଷ୍ ପୂର୍ବ କଥା । ବାଲେଶ୍ୱର ଜିଲାରୁ ଲୁଣ ପୋକ୍ତାନ ଉଠିଗଲା । ଲୁଣାଦାଣ୍ଡୀ ଲୋକମାନଙ୍କର ସର୍ବନାଶ ଉପସ୍ଥିତ । ବାଲେଶ୍ୱର ଜିଲାର ପୂର୍ବାଞ୍ଚଳ ଉତ୍ତର ସୁବର୍ଣ୍ଣରେଖା କୂଳଠାରୁ ଦକ୍ଷିଣ ଧାମରନଦୀ କୂଳ ପର୍ଯ୍ୟନ୍ତ ସମୁଦ୍ର ଉପକୂଳବର୍ତ୍ତୀ ସ୍ଥାନର ନାମ ଥିଲା ଲୁଣାଦାଣ୍ଡୀ । ଏ ଅଞ୍ଚଳବାସୀ ଅର୍ଦ୍ଧଲକ୍ଷାଧିକ ଲୋକର ଜୀବନାବଲମ୍ବନ ଏକମାତ୍ର ଲବଣ ପୋକ୍ତାନ । କେହି ଲୁଣ ମାରେ, କେହି ତହିଁରେ ନାନାପ୍ରକାର ସହାୟତା କରେ, ତୋକେ ବ୍ୟବସାୟୀ, ଅନେକ ସରକାରୀ ଚାକର, କେହି କିଛି ନ ପାରିଲ ସେ ଚୋର । ଲୁଣ ଚୋର ଓ ଚୋର ପକକାର ଅସଂଖ୍ୟ । ଚୁଲିଆ ଲୁଣ ମାରି ଜମା କରିଛି, ତାହ ସଂଖ୍ୟା ନେବେ ଓ ବିକ୍ରି କରିବେ ସରକାର । ସାହାର (ଚୁଲିଆର) ଯୋଗ ସାଲସରେ ଯେବେ କେହି ସେ ଲୁଣ ନେଇ ରାତି ଭିତରେ ଗଡ଼ଜାତକୁ ଚଲାଣ ଦେଇ ଶସ୍ତାରେ ବିକ୍ରି କରେ, ସେ ଚୋର ନୁହେଁ ତ ଆଉ କଣ ? ସମସ୍ତଙ୍କର ଉପାୟ ଏକାବେଳକେ ବନ୍ଦ । ତହିଁ ଉପରେ ପୁଣି ଭୟଙ୍କର ବିପଦ ଉପସ୍ଥିତ, ଲୁଣ କିଛି ଖାଇବାକୁ ହେବ । ମଫସଲର ସାଧାରଣ ଲୋକ ପକ୍ଷରେ ପନିପରିବା ସୁଲଭ ନୁହେଁ । ଶଗ ପିତାପାଣି ଭରସା, ଲବଣ ମାତ୍ର ସହାୟ, ସେହି ଲବଣର ଅଭାବ । ଅଭାବ କ୍ୟାଁ ? ବିଲାଇତି ଲାଫ୍ରି ଲୁଣ ଢେର ହାଟରେ ଜମା ଅଛି । ହେଲେ ତାହ ତ ତୁଚ୍ଛା ମିଳିବ ନାହିଁ, ପୈସା ଦେଇ କିଣିବାକୁ ହେବ । ପୈସା କାହିଁ ? ଆଉ ଗୋଟିଏ ବିପଦ, ହାଟ ଅନେକ ଗ୍ରାମଠାକୁ ଦୁଇ କୋଶ ଅଢାଇକୋଶ ଦୂର । ହାଟକୁ ଯାଉଛି କିଏ ? "ନିତି ଆଣି ନିତି ଖାଏ, ସେ ଲୋକ କି ବନ୍ଧୁଘର ଯାଏ ?" ସବୁ ବାଟା ବନ୍ଦ, ଉପାୟ କଣ ? ଅନ୍ୟ ଉପାୟ ଜଣା ନାହିଁ । ଏଣେ ଲୁଣ ବିନା ପ୍ରାଣ ଯାଏ । ସୁତରାଂ ଚୋରୀ ବାଟ ମେଲା । "ନଷ୍ଟସ୍ୟ କାନ୍ୟା ଗତିଃ ?" ନଷ୍ଟସ୍ୟ କ୍ୟା ? ତୁମ୍ଭେ ଆମ୍ଭେ ଏପରି ଲଣ୍ଡଭଣ୍ଡରେ ପଡିଲେ କଣ କରନ୍ତୁ ବେଲେ ବିଚାର କରି ଦେଖିବାର କଥା । ଲୁଣ ବିନା ପ୍ରାଣ ଯାଏ, ମିଳିବା ବାଟ ଏକପ୍ରକାର ବନ୍ଦ । ଏଣ୍ଡେ ଭଗବାନ ଘର ଚାରି ପାଖରେ କୋଟି କୋଟି ମହଣ ଲୁଣ ଢାଳି ଦେଇ ଅଛନ୍ତି । ଓଳିପନ୍ଦା ...... ଆଣି ପାଣିରେ ଗୋଳାଇ ମାରି ...... । ଖୁବ୍ ସହଜରେ, ଅତି ଅଳ୍ପ ସମୟରେ ନୋହିଲା ଯେ ସେ ଲୁଣ ମାରି ପାରେ । ମାତ୍ର ସରକାରରୁ ମନା,