ପୃଷ୍ଠା:Hada bagicha.pdf/୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାକୁ ଲିଭାଇ ପୁଣି ଥରେ ଗାର ଟାଣୁଟାଣୁ ଏବଂ ଭୁଲ୍ଗାର ସମୂହକୁ ସଂଶୋଧନ କରୁକରୁ ସେ ସବୁ ଛନ୍ଦାଛନ୍ଦି ହୋଇ ଗୋଲକଧଂଦାରେ ପରିଣତ ହୋଇ ଯାଉଛି । ଏ ଗାଁରେ ଦଶଟି ଘରେ ଦଶଜଣ ବୁଢ଼ା ବୁଢ଼ୀଂକ ବ୍ୟତୀତ ଆଉ କେହି ନାହାନ୍ତି । ତେଣୁ ଧନିଆଁକୁ ବୁଝାଇ କହି ଦିଆଯାଇଥିଲା ଯେ ସେ ମଝିରେ ମଝିରେ ଆସି ତା ଜେଜେ ବୁଢ଼ାକୁ ଦେଖାକରି ଯାଉଥିବ । ତାକୁ ମାତ୍ର ଛ'ମାସ ପାଇଁ ମହାଜନ ଘରେ ବନ୍ଧକ ରଖା ଯାଇଛି । ଛ'ମାସ ସରିଲା ବେଳକୁ ତା ବାପାମା ଭାଇ ସଭିଏଁ ବିଦେଶରୁ ନିଶ୍ଚୟ ଫେରି ଆସିଥିବେ । ମହାଜନର କଥାମାନି ସେ ଚଳୁଥାଉ, ମାତ୍ର କିଛିଦିନର କଥା ତ ! ଅଥଚ ଗୋଟିଏ ସପ୍ତାହ ଯାଇନାହିଁ ସେ କୁଆଡ଼େ ଫେରାର । ଡମ୍ ବୁଢ଼ାର ମୁଣ୍ଡରେ ବଜ୍ରାଘାତ ହେଲା । ଧନିଆଁତ ଫେରାର୍, ତେବେ ତାକୁ ଏକଶହ ପଚାଶ ଟଙ୍କା ଫେରାଇବାକୁ ପଡ଼ିବ, ଯେଉଁଥିରେ ସେ ଛ'ମାସ ବଞ୍ଚିଯିବାର ମୋହଟେ ରଖିଥିଲା । ମୁଣ୍ଡରେ ଠେକା ବାନ୍ଧିଥିବା ଲୋକଟି କହିଲା ସେ ଏଠି ବେଳବୁଡ଼ ଯାଏ ବସି ରହିବ । ଧନିଆଁ ବେଳବୁଡ଼କୁ ଘରକୁ ନ ଆସି ଯିବ କୁଆଡ଼େ? ଗାଁର ସବୁ ବୁଢ଼ା ବୁଢ଼ୀ ଇତି ମଧ୍ୟରେ ଡମ ବୁଢ଼ା ମାଝି ଘର ଅଗଣାରେ ଜମା ହୋଇ ସାରିଥିଲେ । ସମସ୍ତଙ୍କ ହାତରେ ଖଣ୍ଡେ ଲେଖାଏଁ ଆଶାବାଡ଼ି । ବୟସ ଓ ଦୁଃଖର ବୋଝ, ବତୁରି ଯାଇଥିବା ଚର୍ମରେ ଅସଂଖ୍ୟ ଗାର - ଏକ ଭୟଙ୍କର ଓ ବୀଭସô ମାନଚିତ୍ରର ପୃଷ୍ଠାପରି, କାଠହଣା ଚଡ଼େଂଇଟି ଖୁମ୍ପି ଖୁମ୍ପି ଗର୍ତ କରିଥିବା ପରି ମୁହଁମାନଙ୍କରେ ଦୁଇଟି ଲେଖାଏଁ ନାକଫୁଡ଼ା ଏବଂ ଅନ୍ଧାରୁଆ ବସାଭିତରେ କେତେବେଳେ କେମିତି ଝଲସି ଯାଉଥିବା ପକ୍ଷୀଶାବକର ଆଖିପରି ଶେଥା ଡୋଳା ଦୁଇଟି । ବାୟାଚଢ଼େଇ ବସାପରି ଝୁଲି ରହିଥିବା ଚାରିଯୋଡ଼ା ମୃତ ସ୍ତନ ସାମାନ୍ୟ ହଲ୍ଚଲ ହେଲେ ବା ସାମାନ୍ୟ ଝଡ଼ ବହିଲେ ଛାତିରୁ ଖସି ପଡ଼ିବାବସ୍ଥାରେ ଲଟକି ରହିଛି । ସଭିଙ୍କ ମୁଣ୍ଡରେ ଅନାବନା ଗଛପରି ଟାଆଁସ ବାଳ । ନିଷ୍ପ୍ରଭ ଓ ନିରୁସôାହିତ ଦୃଷ୍ଟି । ଚଳତ୍ଶକ୍ତିହୀନ ଆଖିପତା ଖୁବ୍ ଲମ୍ବା ସମୟ ବ୍ୟବଧାନରେ ପଡୁଛି ଓ ଉଠୁଛି । ଗଡ଼ାଣିଆ ଚର୍ମସବୁ ଖାଲ ଢିପ ହୋଇ ତଳକୁ ଉତୁରି ଆସିଛି ଓ କାଳେ ଖସି ପଡିବ ଭୟରେ ହାଡ଼ସବୁ ଉଧାଦେଇ ଟେକିଧରା ହୋଇଛି । ସମସ୍ତେ ଡମ୍ ବୁଢ଼ାକୁ ଦେଖିଲେ । ତାର ଉଦ୍ମୁଦା ଆଖିରେ ଲୁହ । ବୁଢ଼ା ଆଖିରେ ଲୁହ ଦେଖାଯିବା ଏଇ ପ୍ରଥମ । କେହି ଜଣେ ବୁଢ଼ାର କାନ୍ଧରେ ହାତଦେଲା । ବୁଢ଼ା ଆହୁରି କଇଁକଇଁ ହୋଇ କାନ୍ଦି ଉଠିଲା । ସମସ୍ତଙ୍କ ମୁହଁରେ ପ୍ରଶ୍ନ । ବୁଢ଼ା ଏତେ ବିକଳ ହୋଇ କାନ୍ଦୁଛି କାହିଁକି? କେମେରା ଧରିଥିବା ଭଦ୍ରବ୍ୟକ୍ତି ଜଣକ ବୁଝାଇଲେ । କହିଲେ, ତା ନାତୁଣୀ ଧନିଆଁ କୁଆଡ଼େ ପଳାଇ ଯାଇଛି । ଆଉ ଏ ଲୋକଟା କହୁଛି ବୁଢ଼ା କୁଆଡ଼େ ତାକୁ ଲୁଚାଇ ରଖିଛି । ଠେକା ବାନ୍ଧି ଥିବା ଲୋକଟି ଆହୁରି ବଡ଼ପାଟିରେ କଣ କହିବାକୁ ଯାଉଥିଲା, ମାତ୍ର ଏ ଦୁଇଜଣ ଭଦ୍ରଲୋକଙ୍କୁ ଦେଖି ଚୁପରହିବା ପାଇଁ ବାଧ୍ୟ ହେଲା । କେବଳ କହିଲା ତା ମହାଜନ ଏକଶହ ପଚାଶ ଟଙ୍କା ବି ମାଗିଆଣିବା ପାଇଁ କହିଛି । ଆଉ ସେ ଯଦି ଏକାକୀ ଖାଲିହାତରେ ଫେରିବ ତାକୁ ବି ତା ଘରେ ରଖାଇଦେବ ନାହିଁ । ତ୍ରସ୍ତ ଭାବରେ ସଭିଏଁ ଜମାହୋଇ ରହିଲେ ଅଗଣାରେ । ଧନିଆଁକୁ କେଉଁଠି ଖୋଜିବେ? ସେ କୁଆଡ଼େ ପଳାଇଲା? ଫେରିବ ନା ନାଇଁ ର ଚିନ୍ତାରେ ସମସ୍ତେ ଉଦ୍ବିଗ୍ନ । ସୂର୍ଯ୍ୟ ଏବେ ଲେଉଟି ଅସ୍ତାଚଳାଭିମୁଖୀ । ଗୋଟିଏ ଗୁମ୍ଫାଭିତରୁ ଆଲୁଅ ଚାଲିଯିବା ପରି ଏ ଗାଁରୁ ଆଲୁଅ ଚାଲିଯିବ ଓ ଚାରିଆଡୁ ବହଳିଆ ଅନ୍ଧାର ମାଡ଼ିଆସି ନିବୁଜ କରିଦେବ ସବୁ ବୃଦ୍ଧଂକୁ । ସେମିତି ହିଁ ହେଲା । କାରଟି ଦି'ଜଣ ଆରୋହୀଂକୁ ନେଇ କେତେବେଳେ ଉଭାନ ହେଇଗଲା କେହି ଜାଣି ପାରିଲେ ନାହିଁ । ଠେକା ଓ ଠେଙ୍ଗା ଧରିଥିବା ଲୋକଟି ବି ବସିରହିଛି ଘାତକ ପରି । ସଭିଏଁ ଭୀତ ଓ ସନ୍ତୁଳିତ । ସମସ୍ତଙ୍କ ମୁଣ୍ଡ ଭିତରକୁ ଧସେଇ ଠେସି ପଶିଯାଉଛି ନିରବତା । ବିରାଟ ପଥରଟିଏ ଧରି ମୁଣ୍ଡମାନଙ୍କୁ ଛେଚି ପକାଉଛି । ସମସ୍ତେ ଫାଟିଯାଇ ଲହୁ ଲୁହାଣ । ଘଞ୍ଚ ଅନ୍ଧାରର ଅରଣ୍ୟ ଭିତରେ କେହି କାହାକୁ ଦେଖିବା ବି ଅସମ୍ଭବ । ସମସ୍ତେ ଯାକିଯୁକି ତ୍ରସ୍ତ, ଅଥଚ ପରସ୍ପରଠାରୁ ଯୋଜନ ଦୂରତାରେ ଅଛନ୍ତିର ଭାବ । ତମାମ ରାତି ଏମିତି ଦକା ଓ ଛନକା ଭିତରେ ଆଣ୍ଠୁଗଣ୍ଠି ସବୁ ଛିନ୍ନଛତ୍ର । ସମୟବି ଏମିତି ଗାଁକୁ ମିନିଟ୍ ଘଣ୍ଟା ରୂପରେ ଆସେନା । ଆସେ ମୁହୂର୍ତ - ମୁହୂର୍ତ ରୂପରେ ଏବଂ ବେଳା ଘଡ଼ିରେ ରୂପାନ୍ତରେ । ଘଣ୍ଟାର ଗତି ଅପେକ୍ଷା ମୁହୂର୍ତର ଗତି ଅତି ଧୀର, ମନ୍ଥର, ଅତି ନଗଣ୍ୟ, ଅତି କଠୋର ତା ଗତି । ଏକ ଘଣ୍ଟା ଶୀଘ୍ର ଚାଲିଯାଏ । ମାତ୍ର ମୁହୂର୍ତଟିଏ ଯାଏନା । ଯେତେ ତଡ଼ିଲେ ବି । ସେପରି ବି ଏ ରାତିର ମୁହୂର୍ତ ସବୁ । ଏ ଛଇ ଛନକା ରାତିର ମୁହୂର୍ତ ସବୁ ଅତି ନିଷ୍ଠୁର ଭାବେ, ଅତି ଦୟନୀୟ, ନିର୍ଦୟ ଏବଂ ଯନ୍ତ୍ରଣା-ଦାୟକ ଭାବେ ତାର ଗତିକୁ ଧିମେଇ ଦେଇଛି । ରାତି ଆଗକୁ ଘୁଂଚୁ ନାଇଁ । ସକାଳ ଆସୁନାଇଁ । ଅଥଚ ସେଇ ଲକ୍ଷଲକ୍ଷ ଜମାଟବନ୍ଧା ମୁହୂର୍ତମାନେ ବୋଧହୁଏ ସେଇ ଠେକା ବାନ୍ଧି ଥିବା ଲୋକର ଠେଙ୍ଗା ମାଡ଼ରେ ଏବଂ ଗୋଟିଏ ପାହରରେ ପାହେ ଚାଲିବା ନ୍ୟାୟରେ କିଛି ଦୂର ଗଡ଼ିଗଲେ । କାରଣ ସେଇ ଲୋକଟା ହିଁ ଭୋର୍ ବେଳକୁ ଚିକôାରଟିଏ କରି ଚମକିପଡ଼ି ଉଠିପଡ଼ିଲା । ଗାଁ ଲୋକଙ୍କୁ ସବୁ ଉଠାଇ ଦେଲା । ସମସ୍ତେ ଚମକି ପଡ଼ି ବିସ୍ଫାରିତ ଆଖିରେ ଦେଖିଲେ ଏକ