Jump to content

ପୃଷ୍ଠା:Hada bagicha.pdf/୧୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଥର ହୋଇଯା, ବଧିରା ହୋଇଯା । ତଥାପି ବି ଯଦି ଏପରି ଅନ୍ଧ ଭାବରେ ଚଳିବା କଷ୍ଟକରହେବ ତେବେ ଆ ମୋ ସାଙ୍ଗରେ ସେଇ ଘରେ ଏକାଠିରହିବା । ଅତି ସହଜ ନିର୍ବାଚନଟେ ତୋତେ ଦେଉଛି । ଏ ଦୁଇଟିରୁ ଗୋଟିକୁ ତୋତେ ପସନ୍ଦ କରିବାକୁ ପଡ଼ିବ, ମୋ ଭଉଣୀ, ଗୁଡ଼୍ ବାୟ ।’ ମାର୍ଥା ଦୌଡ଼ି ଚାଲିଗଲା । ଦୁର୍ଦଶ ଆତଙ୍କଭିତରେ ବୁଡ଼ିରହିଥିଲା ମାରିଆ । ତାର ସମୁଦାୟ ଶରୀର କୋଲ ମାରିଯାଉଥିଲା, ଅବଶ ହୋଇଯାଉଥିଲା । ପାଟି ଖନି ମାରିଯାଉଥିଲା । କ’ଣ କହିବାକୁ ଚାହୁଁଥିଲା କହିପାରିଲା ନାହିଁ । କାନ୍ଦିବାକୁ ଚାହୁଁଥିଲା କାନ୍ଦି ପାରିଲା ନାହିଁ । ତା ଜିଭ ଆଉ କାମ କରୁ ନଥିଲା । ଆଣ୍ଠୁମାଡ଼ି ତଳେ କଚାଡ଼ି ହୋଇପଡ଼ିଲା । ଦୁଇହାତ ଉପରକୁ ଟେକି ଚିତ୍କାର ଭିତରେ କେବଳ କହିଲା, "ହେ ଈଶ୍ୱର ଏଠି ଯେଉଁମାନେ ପରସ୍ପରକୁ ଭଲ ପାଉଛନ୍ତି ଓ ବିଚ୍ଛେଦ ବି ହେଉଛନ୍ତି ସେମାନଙ୍କ ପ୍ରତି ଦୟାକର ।’ ବୁଢ଼ା ଚାକରଟି ଆବିର୍ଭାବ ହୋଇ କହିଲା, "ମୋତେ ଡାକିଲ? ଏଠି କ’ଣ ପାଟି ତୁଣ୍ଡ ହେଉଛି ? ବଡ଼ପାଟିରେ ମୋତେ ଡାକିଲାପରି ଶୁଣାଗଲା?' ମାରିଆ କହିଲା, "ନା, ହଁ, ଶୁଣ, ମୋତେ ଟିକେ ସାହାଯ୍ୟ କରିପାରିବ? ଟିକେ ଦୟା କରପାରିବ?' ଚାକର କହିଲା, "ନା' । ମନୋଜ ପଣ୍ଡାଙ୍କ ଗଳ୍ପ କିଶୋରୀ ଚରଣ ଦାସ ଗଳ୍ପ ସମ୍ପର୍କୀୟ ପ୍ରଖ୍ୟାତ ପ୍ରବନ୍ଧ କେବଳ ସୁନ୍ଦର ଗଳ୍ପ ମାଧ୍ୟମରେ ହିଁ କୁହାଯାଇପାରେ । - ବେନ୍ ଓକ୍ରି ବରିଷ୍ଠ ଲେଖକ ଗୋପାଳ ମହାପାତ୍ର ତରୁଣ ଲେଖକ ମନୋଜ ପଣ୍ଡାଙ୍କ ଗୋଟିଏ ଗଳ୍ପ ପଢୁଥିଲେ, ଏବଂ ବାରମ୍ବାର ମୁଣ୍ଡ ହଲାଉ ଥିଲେ । ଯାହାର ପରିଭାଷା ଏହିପ୍ରକାର: ହେଲା ନାହିଁ ବାବୁ, ହେଲା ନାହିଁ । ତଥାପି ତମେମାନେ ବାସ୍ତବ ଏବଂ ଅନୁଭୂତ ସତ୍ୟର ପାଖ ମାଡ଼ିବାକୁ ନାହଁ । କିନ୍ତୁ ସେଇ ଅକ୍ଷମତାକୁ ସ୍ୱୀକାର କରି ନ ପାରି ତମେ ତମ କଥାରେ ଶୈଳୀଟାକୁହିଁ ଆହୁରି ଫେସନିଆ କରିଚାଲିଛ । ଅକ୍ଷର, ଶବ୍ଦ ଏବଂ ବାକ୍ୟକୁ ନେଇ ଯାବତୀୟ ଖେଳ ଖେଳୁଛ, ଛବି ଓ ଛନ୍ଦର ଚମକ ଦେଖାଉଛ । ଯେମିତିକି ପଢ଼ିବାକୁ ଭଲ ଲାଗିବ । ଅର୍ଥାତ୍ କାନକୁ ଭଲ ଲାଗିବ, ଏବଂ ନାନାଦି ଉଦ୍ଭଟ-ସୁନ୍ଦର ଦୃଶ୍ୟ ଆଖି ଦି’ଟାକୁ ବାନ୍ଧି ରଖିବ । ଏବଂ ତମର ମନେ ହେବ ଇଏ କଥା ଛଳରେ ଚମତ୍କାର କବିତାଟିଏ । କିନ୍ତୁ ମନେରଖ, ଆଧୁନିକ କବିତା, ସେବେଳର ସରଳିଆ ଗୀତିକାବ୍ୟ କି ଗୀତିକଥା ନୁହେଁ । କିନ୍ତୁ ଅର୍ଥ? ତମର ଏଇ ଅନୁପମ କଥା -କବିତାଟି କ’ଣ କହିବାକୁ ଚାହୁଁଛି? କିଭଳି ଆଲୋକପାତ, ମଣିଷ ଦଶାର କେଉଁ ବାସ୍ତବ ସତ୍ୟକୁ ନେଇ, ଯାହା ଦୃଶ୍ୟ ହୋଇଛି ତମକୁ, ଏବଂ ତା’ର ଚଚ୍ରିତା ପହୁଞ୍ଚେଇବାକୁ ଚାହଁ ଆମ ମନରେ? ଯେଉଁଥିରେ