ମୁଖ୍ୟ ମଣ୍ଡଳ ଓ | ପ୍ରଧାନ ତାର (କ୍ରମ, ନାମ ଓ ଦୀପ୍ତି) |
(ସାରଣୀ କ୍ରମାଙ୍କ) | ଓ ଅନ୍ୟ ଆକର୍ଷଣ |
ବୀଣା (୬୫) | କ-ଅଭିଜିତ୍. ଖ-ଶେଲିଆକ୍ ଅସ୍ଥିର ତାରା |
ଚ ଯୁଗ୍ମ ତାରା | |
ମରାଳ (୭୪) | କ-ଛାୟାଗ୍ନି, ଖ-ଆଲ୍ବିରିଓ ଯୁଗ୍ମ ତାରା |
ଥ ବହୁତାରା | |
ଗରୁଡ (୭୨) | କ-ଶ୍ରବଣା |
ଧନିଷ୍ଠା (୭୫) | କ ୩.୯ |
ମକର (୭୭) | କ-ଗିଏଡି ପ୍ରାୟ ୪ ଯୁଗ୍ମ ତାରା |
କୁମ୍ଭ (୮୬) | କ-ସାକ୍ ଆଲ୍ ମେଲିକ୍ ୩.୨ |
ଖ-ସାକ୍ ଆଲ୍ ସୁଦ୍ ୩.୧ ଛ ଯୁଗ୍ମ ତାରା | |
ଦକ୍ଷିଣ ମତ୍ସ୍ୟ (୮୩) | କ-ମତ୍ସ୍ୟମୁଖ |
ବକ (୮୪) | କ-ଆଲ୍ନାଏର ୨.୨ |
ଛାୟାପଥ | ଆକାଶର ଉତ୍ତର-ପଶ୍ଚିମ କୋଣରେ |
ମେଘ ଛାଡି ଆସିଲା ପରେ ଓ ଶୀତ ବଢିବା ଆଗରୁ, ଶରତ ଆକାଶ ଧୂଳିମଳିରୁ ବେଶ୍ ମୁକ୍ତ । ଦିନ ରାତି ଏବେ ପ୍ରାୟ ସମାନ ଲମ୍ବା । ଖରା ଓ ବର୍ଷା ଦିନର ଫାଙ୍କା ଆକାଶ ପରେ ଶରତ ବେଳକୁ କିଛି ବିଶେଷ ଉଜଳ ତାରା ଦେଖା ଗଲେଣି । ସନ୍ଧ୍ୟା ବେଳର ଉତ୍ତର-ପୂର୍ବ ମଝି ଆକାଶରେ ୩ଟି ପ୍ରଥମ ବର୍ଗର ତାରା ଗୋଟିଏ ସମବାହୁ ତ୍ରିଭୁଜ ଗଢୁଛନ୍ତି । ଏମାନେ ହେଲେ ଛାୟାଗ୍ନି (ମରାଳ-କ), ଅଭିଜିତ୍ (ବୀଣା-କ) ଓ ଶ୍ରବଣା (ଗରୁଡ-କ) । ତାଙ୍କର ତ୍ରିଭୁଜ ହେଉଛି ହୀରକ ତ୍ରିଭୁଜ ବା ସମର ଟ୍ରାଙ୍ଗ୍ଲ୍ ।
ଉତ୍ତର ଆଡ଼ୁ ଦେଖି ଆସିଲେ ହଂସ ରୂପୀ ମରାଳ ମଣ୍ଡଳ ତା’ର ବେକ ଲମ୍ବାଇ, ଡ଼େଣା ମେଲାଇ ଛାୟାପଥ ବା ଆକାଶ ଗଙ୍ଗା ଉପରେ ଦକ୍ଷିଣ ଦିଗକୁ ମୁହାଁଇ ଥିଲା ଭଳି ମନେ ହୁଏ । ମୁଖ୍ୟ ତାରା ଛାୟାଗ୍ନି ତା’ର ଲାଞ୍ଜ, ତାରା ଗ (ସାଦର ୨.୩) ତା’ର ପେଟ ଓ ଲମ୍ବା ବେକର ଶେଷରେ ଥିବା ତାରା ଖ (ଆଲ୍ ବିରିଓ ୩.୨) ତା’ର ମୁଣ୍ଡ/ଥଣ୍ଟ । ଡେଣାର ଦୁଇ ଅଗରେ ଅଛି ତାରା ଘ (୩.୦) ଓ ଚ (ଗିଏନା ୨.୬)। ଧଳା ତାରା ଛାୟାଗ୍ନି ସୂର୍ଯ୍ୟଠାରୁ ୫୮,୦୦୦ ଗୁଣ ଉଜଳ କିନ୍ତୁ ୧୬୦୦ ଆଲୋକ ବର୍ଷ ଦୂରରେ ଥୁବାରୁ କ୍ଷୀଣ ଦେଖା ଯାଉଛି । ଏହି ମଣ୍ଡଳର ବିଶେଷ ଆକର୍ଷଣ ହେଉଛି ଯୁଗ୍ମ ତାରା ଆଲ୍ ବିରିଓ ଓ କ ଓ ଘ ମଝିମଝିଆ ଥିବା ବହୁତାରା ଥ । ମରାଳର ବେକରେ ଖ ଓ କ ମଝିରେ ଥିବା ଲାଲ ତାରା ଭ ଗୋଟିଏ ଦୀର୍ଘକାଳ ଅସ୍ଥିର ତାରା । ଏହାର ଦୀପ୍ତି ୪ (ଖାଲି ଆଖିରେ