ପୃଷ୍ଠା:Arkakshetra konark.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲେ ମଧ୍ୟ ସାହାଯ୍ୟ ଆସିଲା ପଠାଣି ସାମନ୍ତ ପ୍ଲାନେ ଟୋରିୟମ୍‍ର ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକଙ୍କ ଠାରୁ । ଲେଖକ ତାଙ୍କୁ ନିମ୍ନୋକ୍ତ ପ୍ରାରମ୍ଭିକ ତଥ୍ୟ ଯୋଗେଇ ଦେଇଥିଲେ ।

କୋଣାର୍କର ଅବସ୍ଥିତି ୧୯ଂ-୫୩' ଅକ୍ଷାଂଶ ଓ ୧୬ଂ-୬' ଦ୍ରାଘିମା ଉପରେ । ମନ୍ଦିରଟି ସଠିକ୍‍ ପୂର୍ବ-ପଶ୍ଚିମ ରେଖାରେ ବସାଯାଇଛି, ଯାହା Prismatic Compass ଦ୍ୱାରା ପ୍ରତିଷ୍ଠିତ ।(୪୮) ଗୋଟିଏ ରେଖାଚିତ୍ର ଦ୍ୱାରା ପ୍ରତିଷ୍ଠିତ ହେଲା, ସୂର୍ଯ୍ୟକିରଣ ଗତି କରିଲେ ମଧ୍ୟ କେତେ ଡିଗ୍ରୀକୋଣ ମଧ୍ୟରେ ସୀମିତ ରହିବ । ରେଖାଚିତ୍ରଟି ନିମ୍ନରେ ପ୍ରଦତ୍ତହେଲା ।

[[ଫାଇଲ:|423px|page=28]]
ରେଖାଚିତ୍ର-୧:ସୂର୍ଯ୍ୟାଲୋକର ଗତିପଥ(ଜଗମୋହନ ଓ ବିମାନର ଭୂମି ନ‌କ୍ସା)

ଏହା ସହିତ ମୋର ପ୍ରଶ୍ନ ଥିଲା (୧) ସୂର୍ଯ୍ୟକିରଣ ଆଦୌ ବିଗ୍ରହ ଉପରେ ପଡ଼ିବ କି ? (୨) ତାହା କୌଣସି ବର୍ଷ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ହେବ କି ? ଏବଂ (୩) ସେଦିନ ଆଲୋଚିତ ପାଞ୍ଚ ବର୍ଷ ମଧ୍ୟରେ କେଉଁବର୍ଷ ପଡ଼ିବ କି ? ଆଲୋଚନା ମଧ୍ୟରେ ପାଞ୍ଚ ବର୍ଷ ସହିତ ଆହୁରି ସମ୍ଭାବ୍ୟ ୩ ବର୍ଷ ଯୋଡ଼ା ହେଲା । ଡକ୍ଟର ପଟ୍ଟନାୟକ ଯୋଡ଼ିଏ ସଫ୍‍ଟଓୟାର୍‍ର ସାହାଯ୍ୟ ନେଇ ନିମ୍ନୋକ୍ତ ନିର୍ଣ୍ଣୟଗୁଡ଼ିକ ପ୍ରଥମ ଦଫାରେ ଉପସ୍ଥାପିତ କରିଥିଲେ । ସେ ଆହୁରି ମଧ୍ୟ, ଯୋଗେଶ ଚନ୍ଦ୍ରଙ୍କ ମତାମତର ପ୍ରାଞ୍ଜଳ ବ୍ୟାଖ୍ୟାଟିଏ ଦେଲେ ।

୧. ସୂର୍ଯ୍ୟ କୌଣସିମତେ ଅଗ୍ନି କୋଣ ଅର୍ଥାତ୍‍ ୪୫ଂରୁ ଉଠିପାରେ । କାରଣ ଉତ୍ତରାୟଣ ଓ ଦକ୍ଷିଣାୟରେ ମଧ୍ୟବିନ୍ଦୁରୁ ଏହାର ଚଳନ ସର୍ବାଧିକ ୨୩-୪୪ଂ ।

୨. ବର୍ଷ ମଧ୍ୟରେ ଦୁଇ ଥର, ୧ନଂ ରେଖାଚିତ୍ରରେ ପ୍ରଦର୍ଶିତ ସ୍ଥାନରେ, ବିଗ୍ରହ ଉପରେ ସୂର୍ଯ୍ୟକିରଣ ପଡ଼ିବ ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୨ ତାରିଖରେ ।

୩. ରେଖାଚିତ୍ରରେ ଉପସ୍ଥାପିତ କୋଣକୁ ବିଚାରକୁ ନେଲେ, ସୂର୍ଯ୍ୟକିରଣ ପଡ଼ିବାର ସ୍ଥାୟିତ୍ୱ ୧୦ ଦିଠାରୁ ୧୫ ଦିନ ମାତ୍ର ।

୪. ମାଘ ସପ୍ତମୀ ପଡ଼ିପାରେ ଜାନୁଆରି ୧୫ ଠାରୁ ମାର୍ଚ୍ଚ ୩୦ ମଧ୍ୟରେ ।

ସେପ୍ଟେମ୍ବର ମାସ ବିଚାରକୁ ନେବାର ଆବଶ୍ୟକତା ନାହିଁ କାରଣ ମାଘ ମାସ କୌଣସି ବର୍ଷ ସେପ୍ଟେମ୍ବର ମାସରେ ପଡ଼ିବ ନାହିଁ । ଯେହେତୁ ସୂର୍ଯ୍ୟକିରଣ ପଡ଼ିବାର ସ୍ଥାୟିତ୍ୱ ୧୦/୧୫ ଦିନ, ପ୍ରତିବର୍ଷ କିରଣ ପଡ଼ିବାର ସ୍ଥାୟିତ୍ୱ ଖୁବ୍‍ ବେଶୀ ହେଲେ ମାର୍ଚ୍ଚ ୧୩ ଠାରୁ ୨୯

୨୮ . ଅର୍କକ୍ଷେତ୍ର କୋଣାର୍କ