ପୃଷ୍ଠା:Malunira Fula O Anyanya Galpa.pdf/୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗଳ୍ପଗୁଡ଼ିକ ସଂପର୍କରେ

ଭାରତୀୟ ସଂସ୍କୃତିର ବିଶେଷତ୍ୱ ହେଉଛି, ପ୍ରତ୍ୟେକ ଯଗୁରେ ମହାପରୁଷୁମାନେ ଅବତୀର୍ଣ୍ଣ ହୋଇ ସମାଜ ଓ ଶାସନକୁ ନୂଆ ନୂଆ ଆଦର୍ଶରେ ଅନୁପ୍ରାଣିତ କରିଛନ୍ତି । ଏମାନଙ୍କ ମଧ୍ୟରେ ଊନବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଶୀ୍ରରାମକଷ୍ଣୃ ପରମହଂସ ଅନ୍ୟତମ । ଭାରତୀୟ ସମାଜ ତଥା ପାଶ୍ଚତ୍ୟ ଜଗତକୁ ତାଙ୍କର ଏକ ମହାନ ଦାନ ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଶିଷ୍ୟତ୍ୱ । ଶ୍ରୀରାମକୃଷ୍ଣ ଓ ତାଙ୍କର ଶିଷ୍ୟମାନଙ୍କ ସଂପର୍କରେ ରାଶି ରାଶି ପୁସ୍ତକ ପ୍ରକାଶ ପାଇଛି । ବିଶେଷ ଭାବରେ ତାଙ୍କର ଉପଦେଶାବଳୀ କେବଳ ତତ୍କାଳୀନ ସମାଜ ନୁହେଁ, ବର୍ତ୍ତମାନର ସମାଜକୁ ମଧ୍ୟ ଉଦ୍ବୁଦ୍ଧ କରିଛି । ଏହି ଉପଦେଶାବଳୀ ମଧ୍ୟରୁ ଅନେକ ଉପଦେଶ କଥା ଛଳରେ କୁହାଯାଇଛି, ଯାହାକି "ରାମକୃଷ୍ଣ କଥାମୃତ' ନାମରେ ପ୍ରସିଦ୍ଧ । ଚକ୍ରବର୍ତ୍ତୀ ରାଜଗୋପାଳାଚାରୀ ସେହି ଗଳ୍ପଗୁଡ଼ିକୁ ରାମକୃଷ୍ଣ ଉପନିଷଦ୍ ନାମ ଦେଇ ତାମିଲ୍ ଓ ଇଂରାଜୀରେ ପ୍ରକାଶ କରିଥିଲେ ଏବଂ ବହୁ ଭାରତୀୟ ଭାଷାରେ ମଧ୍ୟ ତାହା ପ୍ରକାଶ ପାଇଛି ।

ତାହାର ଉପଯୋଗିତାକୁ ଦେଖି ମୁଁ "ପୌରୁଷ'ରେ ଧାରାବାହିକ ଭାବରେ ତାହା ପ୍ରକାଶ କରୁଥିଲି ଏବଂ ସେସବ ଅତ୍ୟନ୍ତ ଆଦୃତ ହେଉଥିଲା । "ଆମ ଓଡ଼ିଶା'ର ଅନୁରୋଧରେ ଏହା "ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ' ନାମରେ ପସ୍ତୁକ ଆକାରରେ ପକ୍ରାଶପାଇଛି ଏବଂ "କନକ ଟିଭି'ରେ ଉନ୍ମୋଚିତ ହୋଇଛି । ଏଥିପାଇଁ "ସମ୍ବାଦ'ର ସଂପାଦକ ତଥା "ଆମ ଓଡ଼ିଶା'ର ଅଧ୍ୟକ୍ଷ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମୋର ଅଶେଷ ଧନ୍ୟବାଦ ଜଣାଉଛି ।

ଜାନକୀ ବଲ୍ଲଭ ପଟ୍ଟନାୟକ