ସୂର୍ଯ୍ୟର ଚାରିପଟେ (୩୬୦ଂ କୋଣ) ବୁଲିବା ପାଇଂ ପୃଥିବୀକୁ ୩୬୫.୨୫ ଦିନ ଲାଗେ ବା ପ୍ରତିଦିନ ଏହା ପ୍ରାୟ ୧ ଡିଗ୍ରି ପୂ୍ର୍ବକୁ ଯିବା ଭଳି ମନେ ହୁଏ । ଏହାକୁ ଆମେ ସୂର୍ଯ୍ୟର ବାର୍ଷିକ ଗତି ଭାବରେ ମନେ ରଖିବା । କେତେ ଦିନ ଧରି ତାରାମାନଙ୍କୁ ଲକ୍ଷ୍ୟ କଲେ ଏକଥା ଜଣା ପଡ଼ିଯାଏ । ଠିକ୍ ସୂର୍ଯ୍ୟ ଅସ୍ତ ପରେ ଦେଖା ଯାଉଥିବା ତାରାମାନଙ୍କ ଜାଗା ମନେ ରଖିବାକୁ ଚେଷ୍ଟା କରିବା । ବିଶେଷକରି ପୂର୍ବ ଓ ପଶ୍ଚିମ ଦିଗ୍ବଳୟ ପାଖରେ ଥିବା ତାରାଗୁଡ଼ିକୁ । ତା'ର ପରଦିନ ପୁଣି ଲକ୍ କଲେ ବିଶେଷ କିଛି ତଫାତ ଜଣା ପଡ଼ିବ ନାହଁ । କିନ୍ତୁ ପ୍ରାୟ ୧୫ ଦିନ ପରେ ଆମେ ଦୁଇଟି କଥା ଦେଖିବା ।
୧: ପ୍ରଥମ ଦିନ ସନ୍ଧ୍ୟାରେ ଠିକ୍ ପୂର୍ବ ଦିଗ୍ବଳୟ ପାଖରେ ଥିବା ତାରାଟି ଏବେ ବେଶ୍ ଉପରେ ଦେଖା ଯାଉଛି ।
୨: ପଶ୍ଚିମ ଦିଗ୍ବଳୟ ପାଖରେ ଥିବା ତାରାଟି ୧୫ ଦିନ ପରେ ସନ୍ଧ୍ୟାବେଳେ ଆଉ ଦେଖା ଯାଉନାହିଁ । ଯଦି ପାହାନ୍ତାରେ ଲକ୍ଷ କରିବା ତେବେ ଏହି ତାରାଟିକୁ ସୂର୍ଯ୍ୟ ଉଦୟ ଆଗରୁ ଆମେ ଦେଖି ପାରିବା ।
ମାପଚୁପ କଲେ ଆମେ ଦେଖି ପାରିବା ଯେ ପୂର୍ବ ପଟର ତାରାଟି ୧୫ ଦିନ ପରେ ଦିଗ୍ବଳୟର ୧୫୦ ଉପରେ ରହୁଛି । ଏଣେ ସୂର୍ଯ୍ୟ ଠିକ୍ ପଶ୍ଚିମ ଦିଗ୍ବଳୟ ତଳେ ଅସ୍ତ ହେଉଛି ବା ତାରାଟି ତା'ର ୧୬୫୦ ପୂର୍ବକୁ ରହିଛି । ୧୫ ଦିନ ତଳେ ଏହି ଦୂରତା ୧୮୦୦ ରହିଥିଲା । ବାର୍ଷିକ ଗତି ଫଳରେ ସୂର୍ଯ୍ୟ ୧୫ ଦିନରେ ୧୫୦ ପୂର୍ବକୁ ଘୁଞ୍ଚି ଆସିଛି । ସମୟ ମାପରେ ଦେଖିଲେ ଆମର ଚିହ୍ନା ତାରାଟି ଘଣ୍ଟାଏ ଆଗରୁ ଉଦୟ ହେଉଛି । କାରଣ ପୃଥିବୀ ୧୦ ବୁଲିବାକୁ ୪ ମିନିଟ ବା ୧୫୦କୁ ଏକ ଘଣ୍ଟା ନିଏ ।