ପୃଷ୍ଠା:Arkakshetra konark.pdf/୧୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=185]]

ସୂର୍ଯ୍ୟ ମୂର୍ତ୍ତିି ମୁଗୁନି ପଥରରେ ତିଆରି ଏବଂ ମାପରେ ବିଶାଳ ହେଲେ ମଧ୍ୟ ସୂକ୍ଷ୍ମ ଓ କାଳ୍ପନିକ ଭାସ୍କର୍ଯ୍ୟର ନିଖୁଣ ନିଦର୍ଶନା ମୂର୍ତ୍ତିିଗୁଡ଼ିକର ଶାସ୍ତ୍ରୀୟତା ବିଚାର କରିବାକୁ ମନମୋହନ ଗାଙ୍ଗୁଲୀ, ଦକ୍ଷିଣ ଓ ପଶ୍ଚିମ ଦିଗର ମୂର୍ତ୍ତିି ଦୁଇଟିର ମାପ ନେଇ ସ୍ଥିର କରିଥିଲେଯେ ମୂର୍ତ୍ତିିିଗୁଡ଼ିକ ଶୁକ୍ର ନୀତି ଅନୁଯାୟୀ ଗଠିତ ହୋଇଛି ।(୨୭୫) ମାପଗୁଡ଼ିକ ସହ ଏହା ଆଲୋଚିତ ହୋଇଛି ୧୪୩ ପୃଷ୍ଠାରେ । ମୂର୍ତ୍ତିିଗୁଡ଼ିକର ଶିଳ୍ପଗତ ମୂଲ୍ୟାୟନ ମଧ୍ୟ ହୋଇଛି ସେଠାରେ । ଯେହେତୁ ପାର୍ଶ୍ୱଦେବତା ତ୍ରୟ ଅତି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଯାହା ଆଗକୁ ଆଲୋଚିତ ହୋଇଛି, ପୁରାତନ ସୂର୍ଯ୍ୟମନ୍ଦିର ପ୍ରସଙ୍ଗରେ, ପୃଷ୍ଠା ୧୪୬ରେ ଉପସ୍ଥାପିତ ମତାମତଗୁଡ଼ିକ ମନ୍ଦିର ପରିକ୍ରମା କରିବା ସମୟରେ ସ୍ମରଣ କଲେ ଦର୍ଶକ ଉପକୃତ ହେବେ ।

ଦକ୍ଷିଣ ସୂର୍ଯ୍ୟ :

ଦକ୍ଷିଣ ପାର୍ଶ୍ୱଦେବଙ୍କର ଦୁଇଟି ହାତ ଭାଙ୍ଗିଛି । ଏହାଙ୍କ ମୁଣ୍ଡବାଳ କଳସ ଭଳି ବନ୍ଧା ହୋଇଛି, ଦେଖିଲେ ଗୋଟିଏ ପ୍ରକାର ମୁକୁଟ ଭଳି ମନେ ହେବା ଏପରି ମସ୍ତକାଭରଣ ଅନ୍ୟ ଦୁଇଟିଠାରୁ ଅଲଗା ଏବଂ ବୋଧହୁଏ ସମଗ୍ର ଭାରତବର୍ଷରେ ଏଭଳି ଅନ୍ୟତ୍ର ନାହିଁ । ଅନ୍ୟାନ୍ୟ ଆଭରଣ ଏବଂ ଆବରଣ, ତିନିଟି ମୂର୍ତ୍ତିିରେ ପ୍ରାୟ ସମାନା ଆବରଣ କହିଲେ ସଂକ୍ଷିପ୍ତ କପଡ଼ା ଖଣ୍ଡେ ଯାହା ଆଣ୍ଠୁ ଟପୁ ନାହିଁ । ସେ ସଂକ୍ଷିପ୍ତ ଆବରଣ ଉପରେ ଯେଉଁ ସୂକ୍ଷ୍ମ ଡାଳି କାର୍ଯ୍ୟ ହୋଇଛି, ନ ଦେଖିଲେ ବିଶ୍ୱାସ ହେବନାହିାଁ (ଫଟୋ-୬୧) ଆବରଣର କାର୍ପଣ୍ୟ ଆଭରଣର ଆଧିକ୍ୟରେ ଭରଣା ହୋଇଯାଇଛିା ମସ୍ତକାଭରଣ, କର୍ଣ୍ଣାଭରଣ, ବକ୍ଷାଭରଣ, ଉପବୀତ, ବାହୁ ବନ୍ଧ, କଟି ବନ୍ଧନ ଇତ୍ୟାଦିର ସୂକ୍ଷ୍ମ କାର୍ଯ୍ୟ ଦେଖିଲେ ମନେ ହେବ, ଯେପରି ତାରକସି କାମ ହୋଇଛି ପଥର ଦେହରେ । କଟିଦେଶ ଦୁଇ ପଟେ ଦୁଇ ଦୁଇ ଜଣ କରି ଚାରୋଟି ସ୍ତ୍ରୀ ମୂର୍ତ୍ତିି ଅଛନ୍ତିା ଏମାନଙ୍କ ପରିଚୟ ନେଇ କେତେକ ମତଭେଦ ବି ଅଛି । (ଫଟୋ-୬୦)

ଅର୍କକ୍ଷେତ୍ର କୋଣାର୍କ . ୧୮୫