ଲାଗିଛି ଲୀଳା ନୀଳାଚଳରେ

ଉଇକିପାଠାଗାର‌ରୁ
ଲାଗିଛି ଲୀଳା ନୀଳାଚଳରେ
ଲେଖକ/କବି: ହୃଦାନନ୍ଦ ଦାସ

ଲାଗିଛି ଲୀଳା ନୀଳାଚଳରେ

ଲାଗିଛି ଲୀଳା ନୀଳାଚଳରେ ହୋ ।
ରାଧାକୃଷ୍ଣ ଏକ ଅଙ୍ଗ ଯା' ସଦାକାଳରେ ହୋ ।।

ଅନନ୍ତ ମସ୍ତକେ ଫଣୀ ଫଣୀ ପରେ ଦିବ୍ୟମଣି ।
ତା ପରେ ଅବ୍ୟକ୍ତ ମଣି ସସ୍ର ଦଳରେ ହେ ।୧।

ଆସୁଛି ଯାଉଛି ବାର ଏ ବାରରୁ ସେ ବାହାର ।
ବାର ଭେଦି ଠାବ କର ତେର ମୂଳରେ ହେ ।୨।

ଉର୍ମଧୂର୍ମ ଜ୍ୟୋତି ଜ୍ୱାଳା ପ୍ରକାଶ ଏ ଚାରିକଳା ।
ପରେ ଲାଗିଅଛି ଲୀଳା ଠୁଳ ଶୂନ୍ୟ ହେ ।୩।

ଧନ୍ୟ ଧନ୍ୟ ନୀଳକନ୍ଦ ଯହିଁ ବିଜେ ଆଦିକନ୍ଦ ।
କହେ ଦାସ ହୃଦାନନ୍ଦ ପାଦ ତଳରେ ହେ ।୪।