ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମୁଖ୍ୟ ମଣ୍ତଳ ଓ | ପ୍ରଧାନ ତାରା (କ୍ରମ, ନାମ ଓ ଦୀପ୍ତି) |
(ସାରଣୀ କ୍ରମାଙ୍କ) | ଓ ଅନ୍ୟ ଆକର୍ଷଣ |
ତକ୍ଷକ (୫୯) | କ-ଯମ ଥୁବାନ ୩.୬, ଖ-ରତ ରାସ୍ତାବେନ୍ ୩.0 |
ଗ-ସତ୍ୟ ଏଲ୍ଟାନିନ୍ ୨.୪ | |
ମହାବଳୀ(୬୦) | କ-ରାସ୍ ଆଲ୍ଗେଟି ୩.୫, ଖ-କର୍ଣ୍ଣିଫୋରସ୍ ୨.୮ |
ମ ୧୩ ବର୍ତ୍ତୁଳ ପୁଞ୍ଜ | |
କିରୀଟ (୫୫) | କ-ମୁକୁଟ ମଣି ଜେମ୍ମା ୨.୯ |
ଭୂଜଙ୍ଗଧାରୀ(୬୧) | କ-ଉନୁକ୍ ୨.୭, ମ ୫ ବର୍ତ୍ତୁଳ ପୁଞ୍ଜ |
ବିଛା (୬୩) | କ-ଜ୍ୟେଷ୍ଠା ଯୁଗ୍ମ ତାରା, ଖ-ଆଜ୍ରାବ୍ ଯୁଗ୍ମ ତାରା, |
ମ ୪ ବର୍ତ୍ତୁଳ ପୁଞ୍ଜ, ମ ୬, ମ ୭ ବିକ୍ଷିପ୍ତ ପୁଞ୍ଜ | |
ଧନୁ (୬୭) | ଚ-କାଉସ୍ ଅଷ୍ଟ୍ରେଲିସ୍ ୧.୯, ନ-ନୁନ୍କି ୨.୧ |
ମ ୮ ଲାଗୁନ୍ ନେବୁଲା, | |
ମ ୨୨,ମ ୨୮, ମ ୫୪ ବର୍ତ୍ତୁଳ ପୁଞ୍ଜ | |
ଛାୟାପଥ | ଆକାଶର ମଝିରେ ଉତ୍ତର-ପୂର୍ବ କୋଣରୁ ଦକ୍ଷିଣ-ପଶ୍ଚିମ କୋଣ ପର୍ଯ୍ୟନ୍ତ |
ବର୍ଷ। ରତୁରେ ଆକାଶରେ ମେଘ ଭରି ରହିଥାଏ । ତେଣୁ ତାରାଦେଖାଳୀଙ୍କ ପାଇଁ ଏହା ସାଧାରଣତଃ ଅସୁବିଧାର ବେଳ । ତଥାପି ବର୍ଷା ଋତୁର ବି ଅନେକ ସୁବିଧା ରହିଛି । ବର୍ଷା ଭିତରେ ମଧ୍ୟ ବେଳେ ବେଳେ ଆକାଶରୁ ସବୁ ମେଘ ଚାଲିଯାଏ । ବର୍ଷରେ ବାୟୁମଣ୍ଡଳର ଧୂଳି ମଳି ଧୋଇ ହୋଇ ଯାଇଥାଏ । ତେଣୁ ଯେଉଁ ତାରା ବି ଦେଖାଯାଏ ତାହା ଝଲସିଲା ଭଳି ମନେ ହୁଏ ।
ଏହି ସମୟରେ ଆକାଶ ଗୋଟିଏ ଯୁଦ୍ଧକ୍ଷେତ୍ର ଭଳି । କିଛି ଭୟଙ୍କର ଜୀବ ଓ ତାଙ୍କ ସହିତ ଲଢୁଥୁବା ବୀରମାନଙ୍କର କଳ୍ପନାରେ ତାରାଗୁଡିକୁ ସଜାଇ ରଖା ଯାଇଛି । ଏ ଭିତରେ ରହିଛି ତକ୍ଷକ, ଭୂଜଙ୍ଗ ଓ ବିରାଟ କଙ୍କଡା ବିଛା ଏବଂ ମହାବଳୀ ହର୍କୁଲେସ୍ ଓ ସାପକୁ ଧରିଥିବା ଭୂଜଙ୍ଗଧାରୀ । ବିଛାକୁ ମାରିଥିବା ଧନୁ ମଧ୍ୟ ଏଠି ସଜାଇ ହୋଇ ରହିଛି ।