କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

ଉଇକିପାଠାଗାର‌ରୁ
କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଲେଖକ/କବି: ସାଲବେଗ

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
ଆମେ ଦର୍ଶନ କରିବୁ କାହାକୁ ।।

ଖୁଣ୍ଟିଆ ଡାକ ଦେଲେ ପହଣ୍ଡି ବିଜେ ହେଲେ
ବିଜୟ କର ପ୍ରଭୁ ଚାପକୁ ।୧।

କୁଳବଧୂଙ୍କ ରଡ଼ି ପଣ୍ଡାଏ ଗଡ଼ାଗଡ଼ି
ବିଧାତା ବାମ ହେଲା ଓଡ଼ିଶାକୁ ।୨।

ବଡ଼ ଦେଉଳୁ ବାହାରି ଶଗଡ଼ିରୁ ବିଜେ କରି
ରେଣୁ ଯେ ପଡ଼ୁଥିବ ଶ୍ରୀମୁଖକୁ ।୩।

କହଇ ସାଲବେଗ ନିର୍ମାଲ୍ୟ କାହୁଁ ହେବ
ଧିକ ଧିକ ଆମ୍ଭ ଜୀବନକୁ ।୪।