ଦଶଟି ଥିଲେ ମୂଷା ଛୁଆ

ଉଇକିପାଠାଗାର‌ରୁ
ଦଶଟି ଥିଲେ ମୂଷା ଛୁଆ

ଦଶଟି ଥିଲେ ମୂଷା ଛୁଆ


ଦଶଟି ଥିଲେ ମୂଷା ଛୁଆ, ଖାଉଥିଲେ ଯଅ
ଯଅ ଖାଉ ଖାଉ ଗୋଟିଏ ଗଲା, ଆଉ ରହିଲେ ନଅ ।
ନଅଟି ଥିଲେ ମୂଷା ଛୁଆ, କାଟୁଥିଲେ କାଠ
କାଠ କାଟୁ କାଟୁ ଗୋଟିଏ ଗଲା, ଆଉ ରହିଲେ ଆଠ ।
ଆଠଟି ଥିଲେ ମୂଷା ଛୁଆ, ଖୋଳୁଥିଲେ ଗାତ
ଗାତ ଖୋଳୁ ଖୋଳୁ ଗୋଟିଏ ଗଲା, ଆଉ ରହିଲେ ସାତ ।
ସାତଟି ଥିଲେ ମୁଷା ଛୁଆ, ଚଢୁଥିଲେ ରୁଅ
ରୁଅ ଚଢୁ ଚଢୁ ଗୋଟିଏ ଗଲା, ଆଉ ରହିଲେ ଛଅ ।
ଛଅଟି ଥିଲେ ମୂଷା ଛୁଆ, କରୁଥିଲେ ନାଚ
ନାଚ କରୁ କରୁ ଗୋଟିଏ ଗଲା, ଆଉ ରହିଲେ ପାଞ୍ଚ ।
ପାଞ୍ଚଟି ଥିଲେ ମୂଷା ଛୁଆ, ଖାଉଥିଲେ ଖିରୀ
ଖିରୀ ଖାଉ ଖାଉ ଗୋଟିଏ ଗଲା, ଆଉ ରହିଲେ ଚାରି ।
ଚାରୋଟି ଥିଲେ ମୂଷା ଛୁଆ, ବଜାଉଥିଲେ ଗିନି
ଗିନି ବଜାଇ ଗୋଟିଏ ଗଲା, ଆଉ ରହିଲେ ତିନି ।
ତିନୋଟି ଥିଲେ ମୂଷା ଛୁଆ, ଖୋଳୁଥିଲେ ଉଈ
ଉଈ ଖୋଳୁ ଖୋଳୁ ଗୋଟିଏ ଗଲା, ଆଉ ରହିଲେ ଦୁଇ ।
ଦୁଇଟି ଥିଲେ ମୂଷା ଛୁଆ, ଖାଉଥିଲେ କେକ୍
କେକ୍ ଖାଉ ଖାଉ ଗୋଟିଏ ଗଲା, ଆଉ ରହିଲେ ଏକ୍ ।
ଏକଟି ଥିଲେ ମୂଷା ଛୁଆ, ଲଗାଉଥିଲେ ଚୂନ
ଚୂନ ଲଗାଇ ଗୋଟିଏ ଗଲା, ଆଉ ରହିଲେ ଶୂନ ।।