"ଗାଇ ଏହିପରି କହି ହରି ହରି
ଡେ଼ଇଁଲା ସେ ନଦୀ ଜଳେ
ନ ରହିଲା ତାର ଚିହ୍ନ କି ଆକାର
ଗଲା ମହାସିନ୍ଧୁ ଜଳେ ।"
(ଗୋପବନ୍ଧୁ ଗ୍ରନ୍ଥାବଳୀ-ପୃ-୧୪୫-୧୮୫)
କବି ମାୟାଧର ମାନସିଂହ କୋଣାର୍କ ଉପରେ ପାଞ୍ଚଟି କବିତା ଲେଖିଛନ୍ତି ।
୧ । କୋଣାର୍କର ଲାସ୍ୟଲୀଳା ନୃତ୍ୟ
୩ । ଶିଳ୍ପୀ-ବନ୍ଦନା
୪ । ମୁମୂର୍ଷୁ କୋଣାର୍କ
୫ । କୋଣାର୍କ
ପ୍ରଥମ ଓ ଦ୍ୱିତୀୟ କବିତା ବସ୍ତୁତଃ ଗୋଟିଏ ବିଷୟର ଭି୍ନ ଦିଗ । ଜ୍ୟୋତ୍ସ୍ନାସ୍ନାତ ରାତିରେ ପାଷାଣ ମୂର୍ତ୍ତିିଗୁଡ଼ିକ ଜୀବନ୍ତ ହୋଇ ଉଠୁଛନ୍ତି, କଥୋପକଥନରେ, ପ୍ରିୟ ମିଳନରେ ଏବଂ ନୃତ୍ୟର ଛନ୍ଦେ ଛନ୍ଦେ ଭରିଯାଉଛି ନଭସ୍ଥଳ ।
'ଶିଳ୍ପୀ-ବନ୍ଦନା'- ବାରଶତ ନାମହୀନ ଶିଳ୍ପୀର କଥା, ଯିଏ ସାମାନ୍ୟ କିଛି ଉପଢେ଼×କନ ଛଡ଼ା ଅନ୍ୟ କିଛି ପାଇଲା ନାହିଁ । ନିଜକୁ ସମ୍ପୂର୍ଣ୍ଣ ଢ଼ାଳିଦେଇ ଯାହା ପାଇଲା:
"ସେହି ତବ ଶ୍ରେଷ୍ଠଗାଥା, ସ୍ୱପ୍ନର ଏ ମହାରୂପାୟନ ।"
'ମୁମୂର୍ଷୁ କୋଣାର୍କ'ରେ କବି ମନ୍ଦିରକୁ ଉର୍ବଶୀ ରୂପରେ କଳ୍ପା କରିଛନ୍ତି ।
" ହେ ଉର୍ବଶୀ ବାରଶତ କବି କଳ୍ପାର ।"
ସେ ଅମର୍ତ୍ତ ସୃଜନା ସୁଖ ସ୍ୱପ୍ନସମ ଶୂ୍ୟରେ ମିଶି ମିଶି ଯାଉଛି ।
"ସବୁ ଏ ଯିବ ମିଶି ଶୂନ୍ୟେ ଶୂନ୍ୟେ ସୁଖସ୍ୱପ୍ନ ସମ,
ତବ-ନାମ-ମାତ୍ର-ଶେଷ ହେବ ଦିନେ ଅଭାଗ୍ୟ ଏ ମାଟି,
ଶୂନ୍ୟବେଳା ହେବ ଶୂନ୍ୟତମ ।"
ଭାରାକ୍ରାନ୍ତ ମନରେ ବିଦାୟ ଦେବାକୁ ଯାଇ କବି 'ମୁମୂର୍ଷୁ କୋଣାର୍କ'ରେ ଗାଇଛନ୍ତି :
"ଯାଅ ତେବେ, ମନସ୍ୱିୀ, ବିଶ୍ୱଜନ ରୂପାୟିତ ସ୍ୱପ୍ନ,
ଏଇ କ୍ଷୁଦ୍ର ଅନ୍ତରର ପରମ ମାନସୀ ।
ଆଣିପାରେ ଭାବନାରେ, କେବେ କି ଗୋ, ମୋ ତପସାଧନେ,
ଧରାଦେବ, ହେ ଉର୍ବଶି,କୃଚ୍ଛ୍ର ବ୍ରତ ଜନ୍ମ ଜନ୍ମାନ୍ତରେ ?
କିବା କ୍ଲେଶ, ଯଦି ତାହା ପାରେ ସମ୍ଭବାଇ
ତମପରି ପରମ ସୃଜନେ ।"
କୋଣାର୍କ କବିତାଟି ବସ୍ତୁତଃ ମୁମୂର୍ଷୁ କୋଣାର୍କର ଅନ୍ୟ ପିଠି । ଏଥିରେ ମଧ୍ୟ ବିଗତ ଯୌବନା କୋଣାର୍କ ପାଇଁ ବିଳାପ ।
ମାନସିଂ ରୋମାଣ୍ଟିକ୍ କବି । ତାଙ୍କର ସୃଷ୍ଟିକୁ ଛୁଇଁ ପାରୁ ନାହିଁ ଏ ଅକ୍ଷମ ଟିପ୍ପଣୀ ତେବେ କୋଟି କୋଟି ମଣିଷର ଆକୂତି, ଆଜି କୋଣାର୍କ ସୁଖ ସ୍ୱପ୍ନ ସମ ଶୂନ୍ୟରେ ବିଲୀନ ହୋଇଯାଉଛି । ବାରଶହ ଶିଳ୍ପୀଙ୍କ ଦାୟାଦ କ'ଣ ପୁଣି ସେ ସୃଷ୍ଟି ସମ୍ଭବ କରି ପାରିବେ ?
୨୩୬ . ଅର୍କକ୍ଷେତ୍ର କୋଣାର୍କ