ଅପଭ୍ରଂଶବୋଧିନୀ

ଉଇକିପାଠାଗାର‌ରୁ
ଅପଭ୍ରଂଶବୋଧିନୀ  (୧୮୯୨) 
ଲେଖକ/କବି: ଆର୍ତ୍ତତ୍ରାଣ ଶତପଥୀ

ଅପଭ୍ରଂଶବୋଧିନୀ

ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ କର୍ତ୍ତୃକ

ସଙ୍କଳିତ ।

ପରିବର୍ଦ୍ଧିତ ଦ୍ୱାବିଂଶ ସଂସ୍କରଣ ।

Published by P. Book Stall.

Printed by V. Kar.

The Utkal Sahitya Presss.

Cuttak.

1928.


ମୂଲ୍ୟ ଟଂ ୷

ଅପଭ୍ରଂଶବୋଧିନୀ

ଶ୍ରୀ ଆର୍ତ୍ତତ୍ରାଣ ଶତପଥୀ କର୍ତ୍ତୃକ

ସଙ୍କଳିତ ।

ପରିବର୍ଦ୍ଧିତ ଦ୍ୱାବିଂଶ ସଂସ୍କରଣ ।

Published by P. Book Stall.

Printed by V. Kar.

The Utkal Sahitya Presss.

Cuttak.

1928.


ମୂଲ୍ୟ ଟଂ ୷

ଶ୍ରୀମାନ୍ ସକଳ ଗୁଣିଗୁଣ-ଗ୍ରହଣ-ପଣ୍ତିତ ପରମାଦରଣୀୟ

ଶ୍ରୀରାଧାନାଥ ରାୟ

ମହୋଦୟେଷୁ ।

ସବିନୟମର୍ପିତମିଦଂ-

ମହାଶୟ,

ଆପଣଙ୍କର ସାଧୁଜନାନୁମୋଦିତ ସଦ୍‌ଗୁଣଚରିତ୍ରାଦିଗୁଣ‌ଗ୍ରାହିତା ସନ୍ଦର୍ଶନ କରି ମୋହର ପ୍ରଥମୋଦ୍ୟମର ଏହି "ଅପଭ୍ରଂଶବୋଧିନୀ" ପୁସ୍ତିକା ଖଣ୍ତିକ ଆନ୍ତରିକ ଭକ୍ତିର ଚିହ୍ନ ସ୍ୱରୂପ ଆପଣଙ୍କ କରକମଳରେ ଅର୍ପଣ କଲି, ଏଥିରେ ଅପଭ୍ରଷ୍ଟ ଓ ବିକୃତ ଶବ୍ଦମାନଙ୍କର ମୌଳିକ ସାଧୁଶବ୍ଦ ନ୍ୟସ୍ତ ଥିବାରୁ ସର୍ବଶ୍ରେଣୀୟ ଉତ୍କଳପାଠକମାନଙ୍କର ଶବ୍ଦବ୍ୟବ‌ହାର ସମ୍ବନ୍ଧରେ ଗୋଟିଏ ବିଶେଷ ଅଭାବ ଦୂରୀଭୁତ ହେବାର ନିତାନ୍ତ ସମ୍ଭବ । ଏଥକୁ ଆପଣ ଆମୂଳପରୀକ୍ଷା କରି ଆନୁକୁଲ୍ୟ ପ୍ରଦର୍ଶନପୂର୍ବକ ସ୍ୱଦେଶୀୟ ଭାଷାଧ୍ୟାୟି-ଛାତ୍ରମାନଙ୍କର କିୟତ୍ ପରିମାଣରେ ସ‌ହାୟତାଦ୍ୱାରା ଏହି ସଦାନୁଗତ ଗ୍ରନ୍ଥକାରକୁ କୃତଜ୍ଞତାପାଶରେ ଆବଦ୍ଧ କରନ୍ତୁ । ଇତି ।

୧୨/୧୨/୧୮୯୨ କଟକ

କିମଧିକଂ ଶ୍ରୀ ବିଜ୍ଞବରେଷୁ ବଶମ୍ବଦ ଶ୍ରୀ ଆର୍ତ୍ତ‌ତ୍ରାଣ ଶତପଥୀ ।

ଅପଭ୍ରଂଶବୋଧିନୀ ।

କେତେଗୁଡ଼ିଏ କ୍ରିୟା ଯଥା-
ଅଣେଇବା = ଆନମନ
ଅଣ୍ଡାଳିବା = ଆନ୍ଦୋଳନ
ଆଉଁଶିବା = ଆମର୍ଶଣ
ଆଉଟିବା = ଆବର୍ତ୍ତନ
ଆଣିବା=ଆନୟନ
ଉଇଁବା = ଉଦୟ
ଉଗାରି = ଉଦ୍‌ଗାର
ଉଛୁଳଇ = ଉଚ୍ଛ୍ୱାସ
ଉଜେଇବା = ଉଦ୍‌ଯାପନ
ଉଝାଳିବା = ଉଜ୍ଜ୍ୱଳ
ଉଞ୍ଚିବା = ଉଞ୍ଛ
ଉଡ଼ିବା = ଉଡ୍ଡୟନ
ଉତୁରିବା = ଉତ୍ତରଣ
ଉପାଡ଼ିବା = ଉତ୍ପାଟନ
ଉଭେଇବା = ଉହ୍ୟ
ଉଲୁସିବା = ଉଲ୍ଲସନ
ଓଗାଳିବା = ଅର୍ଗଳ
ଓହ୍ଲାଇବା = ଅବରୋହଣ
କମ୍ପିବା = କମ୍ପନ
କାଣ୍ଡିବା = କଣ୍ଡନ
କାନ୍ଦିବା = କ୍ରନ୍ଦନ

|

କିଣିବା = କ୍ରୟ
କୁଞ୍ଚେଇବା = କୁଞ୍ଚନ
କୁଟିବା = କୁଟ୍ଟନ
କୁଣ୍ଡାଇବା = କଣ୍ଡୂୟନ
କୁଦିବା=କୂର୍ଦ୍ଦନ
କୁନ୍ଥାଇବା = କୁନ୍ଥନ
ଖସିବା = ସ୍ଖଳନ
ଖାଇବା = ଖାଦନ
ଗଢ଼ିବା = ଗଠନ
ଗଣିବା = ଗଣନ
ଗାଇବା = ଗାନ
ଗାଧୋଇବା = ଗାତ୍ରଧାବନ
ଗାଳିବା = ଗାଳନ
ଗିଳିବା = ଗଳନ
ଘଷିବା = ଘର୍ଷଣ
ଘୋଟିବା = ଘଟ୍ଟନ
ଚଦିବା = ତର୍ଜ୍ଜନ
ଚୋବାଇବା = ଚର୍ବଣ
ଛଞ୍ଚିବା = ସଞ୍ଚୟ
ଥକିବା = ସ୍ଥଗିତ
ଦୁହିଁବା = ଦୋହନ
ଧାଇବା = ଧାବକ

ନାଚିବା = ନର୍ତ୍ତନ
ନାଛିବା = ଲକ୍ଷ
ନିଉଛାଇବା = ନିର୍ମଚ୍ଛନ
ନିକାଶିବା = ନିଷ୍କାସନ
ନିରେଖିବା = ନିରୀକ୍ଷଣ
ନିହିବା = ନିଧାନ
ନେଉଟିବା = ନିବୃତ୍ତି
ପଖାଳିବା = ପ୍ରକ୍ଷାଳନ
ପଜାଇବା = ପ୍ରାଞ୍ଜଳ
ପଠାଇବା = ପ୍ରସ୍ଥାପନ
ପଢ଼ିବା = ପଠନ
ପରଷିବା = ପରିବେଷଣ
ପଳାଇବା = ପଳାୟନ
ପଶିବା = ପ୍ରବେଶ
ପିଇବା = ପାନ
ପିନ୍ଧିବା = ପିଧାନ
ପୋଛିବା = ପ୍ରୋଞ୍ଛନ
ପୋତିବା = ପ୍ରୋତ୍ଥାନ
ଫୁଙ୍କିବା = ଫୁତ୍କାର
ଫେଡ଼ିବା = ଫେଟନ
ବଖାଣିବା = ବ୍ୟାଖ୍ୟାନ
ବାଣ୍ଟିବ = ବଣ୍ଟନ
ବାନ୍ଧିବା = ବନ୍ଧନ
ବାହୁଡ଼ିବା = ବ୍ୟାବର୍ତ୍ତନ
ବିକିବା = ବିକ୍ରୟ

ବିଛାଇବା = ବିସ୍ତାର
ବିହିବା = ବିଧାନ
ବୁଣିବା = ବୟନ
ବେଉନ୍ତିବା = ବଣ୍ଟନ
ବେଢ଼ିବା=ବେଷ୍ଟନ
ଭାଜିବା =ଭର୍ଜ୍ଜନ
ଭୁଞ୍ଜିବା = ଭୋଜନ
ମନାସିବା = ମନୀଷିତ
ମାଜିବା = ମାର୍ଜ୍ଜନ
ମିଶାଇବା = ମିଶ୍ରଣ
ମୁଦିବା = ମୁଦ୍ରିତ
ମୋଡ଼ିବା = ମର୍ଦ୍ଦନ
ରାଇ = ରାବ
ରାନ୍ଧିବା = ରନ୍ଧନ
ରୋଇବା/ରୋପିବା = ରୋପଣ
ଲାଗିବା = ଲଗ୍ନ
ଲୋଟିବା = ଲୁଣ୍ଠନ
ଲୋଡ଼ିବା = ଆଲୋଡ଼ନ
ଶୋଇବା = ଶୟନ
ସନ୍ତାଇବା = ସନ୍ତାପନ
ସାଜିବା = ସଜ୍ଜିତ
ସିଇଁବା = ସୀବନ
ସିଞ୍ଚିବା = ସେଚନ
ହଲିବା = ହିଲ୍ଲୋଳ
ହସିବା = ହସନ

ହାଣିବା = ହନନ
ହେଣ୍ଡିମାରିବା = ହିଣ୍ଡନ
ଅନ୍ୟାନ୍ୟ ଶବ୍ଦ ଯଥା:-
ଅଅଁଳା = ଆମଳକ
ଅଇଁଠା = ଉଚ୍ଛିଷ୍ଟ
ଅଖ = ଅକ୍ଷ
ଅଖିତୃତୀୟା = ଅକ୍ଷୟତୃତୀୟା
ଅଖିମୁଠି = ଅକ୍ଷୟମୁଷ୍ଟି
ଅଗ = ଅଗ୍ର
ଅଗଣା = ଅଙ୍ଗନ
ଅଗର = ଅଗୁରୁ
ଅଗବଥୁ = ଅଗ୍ନିମନ୍ଥ
ଅଗି = ଅଗ୍ନି
ଅଙ୍ଗରଖା = ଅଙ୍ଗରକ୍ଷଣୀ
ଅଛମ୍ବର/ଅଜାମ୍ବର = ଅଜରାମର
ଅଟା = ଅଟ୍ଟ
ଅଢ଼ା = ଆଢ଼କ
ଅଣସର = ଅନବସର
ଅଣସୋରିଷିଆ = ଶିରୀଷ
ଅଣ୍ଡା = ଅଣ୍ଡ
ଅଣ୍ଡିରା = ଅଣ୍ଡୀର
ଅତଡ଼ା = ଅତଟ
ଅତର୍ଚ୍ଛ = ଅତିତ୍ରାସ
ଅଥରପା = ଅସ୍ଥିରପାଦ
ଅଦା = ଅର୍ଦ୍ରକ
ଅଧ = ଅର୍ଦ୍ଧ

ଅଧାର = ଆହାର
ଅଧୁଆ = ଅଧୌତ
ଅନ୍ତ = ଅନ୍ତ୍ର
ଅନ୍ଧାର = ଅନ୍ଧକାର
ଅପନ୍ତରା = ପ୍ରାନ୍ତର
ଅପର୍ତ୍ତିଆଣି = ଅପ୍ରତ୍ୟୟ
ଅପମାରଙ୍ଗ = ଅପାମାର୍ଗ
ଅଫିମ = ଅହିଫେନ
ଅବାଡୁଆ = ଅବ୍ୟୁଢ଼
ଅଯା = ଆର୍ଯ୍ୟ
ଅରଖ = ଅର୍କ
ଅରଟ = ଘରଟ୍ଟ
ଅରଣା = ଆରଣ୍ୟ
ଅଲଗା = ଅଲଗ୍ନ
ଅଲଣା=ଅଲବଣ
ଅଳତା = ଅଳକ୍ତକ
ଅଳସୁଆ = ଅଳସ
ଅଳେଇଚ = ଏଳା
ଅଶିଣ = ଆଶ୍ୱିନ
ଅସର = ଅବସର
ଅସରପା = ଅସ୍ରପା
ଅସ୍ରା = ଆସାର
ଅସ୍କରା = ଅବସ୍ୱର
ଆଇଁଷ = ଆମିଷ
ଆଈ = ଆର୍ଯ୍ୟକୀ
ଆଖଡ଼ା = ଆକ୍ରୀଡ଼
ଆଖି = ଅକ୍ଷି

ଆଖିପତା = ଅକ୍ଷିପତ୍ର
ଆଖୁ = ଇକ୍ଷୁ
ଆଗ = ଅଗ୍ର
ଆଗୁସାର = ଅଗ୍ରସର
ଆଙ୍କୁଶୀ = ଅଙ୍କୁଶ
ଆଚ୍ଛା = ଅଚ୍ଛ
ଆଜି = ଅଦ୍ୟ
ଆଞ୍ଜୁଳା = ଅଞ୍ଜଳି
ଆଠ = ଅଷ୍ଟ
ଆଡ଼ରୁଷା = ଅର୍ଦ୍ଧରୋଷ
ଆଢୁଆଳ = ଅନ୍ତରାଳ
ଆଣ୍ଠୁ = ଅଷ୍ଠୀବତ୍
ଆତ = ଆତୃପ୍ୟ
ଆନ = ଅନ୍ୟ
ଆବୁ = ଅର୍ବୁଦ
ଆମ୍ବ = ଆମ୍ର
ଆମ୍ବଡ଼ା = ଆମ୍ରାତକ
ଆମ୍ବିଳା = ଅମ୍ଳ
ଆରଶି = ଆଦର୍ଶ
ଆଳତି = ଆରାତ୍ରିକ
ଆଲଟ = ଆଲାବର୍ତ୍ତ
ଆଲୁଅ = ଆଲୋକ
ଆଶ୍ର = ଆଶ୍ରୟ
ଇଙ୍କଡ଼ = ଇତ୍କଟ
ଇଟା = ଇଷ୍ଟକ

ଇଲିଶି = ଇଲ୍ଲୀଶ
ଇଷ = ହଳୀଷ
ଉଆଁସ = ଅମାବାସ୍ୟା
ଉଆସ = ଆବାସ
ଉକୁଣି = ଉତ୍‌କୁଣ
ଉଚ୍ଛବ = ଉତ୍ସବ
ଉଜାଣି = ଉଦ୍‌ଯାନ
ଉଝଟ = ଉଦ୍ଧତ
ଉତୁରୀ = ଉତ୍ତରୀୟ
ଉପନ = ଉପାୟନ
ଉପାସ = ଉପବାସ
ଉଲାଖ = ଉଲ୍ଲେଖ
ଉସତ = ଉଲ୍ଲସିତ
ଉସୁନା = ଉଷ୍ମାଣ
ଊଣା = ଊନ
ଏତା = ଏତଦ୍
ଏରୁଣ୍ଡି = ଅଳିନ୍ଦ
ଓଖର = ଗୋକ୍ଷୀର
ଓଟ = ଉଷ୍ଟ୍ର
ଓଠ = ଓଷ୍ଠ
ଓଡ଼ = ଓଡ଼
ଓଡ଼ିଶା = ଓଡ୍ରଦେଶ
ଓଡ଼ଶ = ଉଡ୍ଡଶ
ଓଢ଼ଣା = ଅବଗୁଣ୍ଠନ
ଓତା = ଉତ୍ତରୀୟ, ହୋତା

ଓଥରା = ଅକୃତଦାର
ଓଦା = ଆଦ୍ର
ଓଧ = ଉଦ୍ର
ଓଳି = ବଳୀ
ଓଲୁଅ = ଓଳ
ଓଲଟା = ଉଲ୍ଲୁଣ୍ଠ
ଓଧା = ଉପାସନା
ଓହଳ = ଅବରୋହ
କଂସା = କାଂସ୍ୟ
କଂସାରି = କାଂସ୍ୟକାର
କଅଁଳ = କୋମଳ
କଇଁଛ = କଚ୍ଛପ
କଇଁଥ = କପିତ୍ଥ
କଉ = କବୟୀ
କଉଡ଼ି = କପର୍ଦ୍ଦକ
କଉପୁନି = କୌପୀନ
କକଡ଼ାଶଙ୍ଗୀ = କର୍କଟଶଙ୍ଗୀ
କଖାରୁ = କର୍କାରୁ
କଙ୍କଡ଼ା = କର୍କଟ
କଛା = କଚ୍ଛ
କଞ୍ଚନ = କାଞ୍ଚନ
କଞ୍ଚି = କୁଞ୍ଚିକା
କଜଳପାତି = କଜ୍ଜ୍ୱଳପତ୍ରୀ
କଟରା = କଟୋରା
କଟାରୀ = କଟ୍ଟାର

କଟାଶ = ଖଟ୍ଟାଶ
କଟୁଆଳ = କୋଟ୍ଟପାଳ
କଡୁଆ = କଟୁ
କଣ = କୋଣ
କଣନଖା = କୁନ‌ଖ
କଣା = କାଣ
କଣି = କଣା
କଣ୍ଟା = କଣ୍ଟକ
କଣ୍ଟିକିଳା = କୃଟକୀଳ
କଣ୍ଡରା = କାଣ୍ଡୀର
କତୁରୀ = କର୍ତ୍ତରୀ
କନା = କନ୍ଥା
କନ୍ଦା = କନ୍ଦ (ମୂଳବିଶେଷ)
କନିଅର = କରବୀର
କନ୍ତାରିଆଖୁ = କାନ୍ତାରେକ୍ଷୁ
କନ୍ଦଡ଼ା = କନ୍ଦରା
କପା = କାର୍ପାସ
କପୁର = କର୍ପର
କବାଟ = କର୍ପଟ
କବାଟ = କପାଟ
କମାର = କର୍ମକାର
କରକଚ = କଡ଼କ
କରଞ୍ଜ = କରଞ୍ଜକ
କରଡ଼ = କରୀର
କରତ = କରପତ୍ର

କରବାଡ଼ = ଖବଂଟ
କରମଙ୍ଗା = କର୍ମରଙ୍ଗ
କରହାଇ = କଟାହ
କରିଷ = କର୍ଷ
କଳମଶାଗ = କଳମ୍ବଶାଗ
କଲରା = କାରବେଲ୍ଲ
କଳା = କାଳ
କଳି = କଳିକା
କଷା = କଷାୟ
କଷ୍ଟି = କଷ
କହୁଣୀ = କଫୋଣୀ
କାଇଁଚ = କାକଚିଞ୍ଚା
କାଉ = କାକ
କାକୁଡ଼ି = କର୍କଟିକା
କାକୋଲା = କକ୍କୋଳ
କାଖ = କକ୍ଷ
କାଙ୍କଡ଼ - କର୍କୋଟ
କାଙ୍ଗୁ = କଙ୍ଗୁ
କାଚରା = କାଚକାର
କାଛୁ = କଚ୍ଛୁ
କାଞ୍ଜି = କାଞ୍ଜିକ
କାଠ = କାଷ୍ଠ
କାଠି = କାଷ୍ଠିକା
କାଣ୍ଟି = କିଟ୍ଟ
କାଦୁଅ = କର୍ଦ୍ଦମ

କାନ = କର୍ଣ୍ଣ
କାନ୍ଥ = କନ୍ଥା
କାନ୍ଥକୁରା = କୁଡ୍ୟକନ୍ଦରା
କାନ୍ଧ = ସ୍କନ୍ଧ
କାପ୍ତା = କପୋତ
କାଫଳ = କଟ୍‌ଫଳ
କାମ = କର୍ମ
କାମ୍ପି = କୃପଣ
କାରିଗର = କାରୁକର
କାଲ = କଲ୍ଲ
କାଲି = କଲ୍ୟ
କାସୁନ୍ଦି = କାସମର୍ଦ୍ଦ
କାହାଣ = କାର୍ଷାପଣ
କାହାଲୀ = କାହାଳ
କିଆଁ = କିମ୍
କିଆରି = କେଦାର
କିଛି = କିଞ୍ଚିତ୍
କିହ୍ମିର = କୁମ୍ଭୀର
କୀଳା = କୀଳକ
କୁଆଁତରା = କାବ୍ୟତାରା
କୁଆଁରୀ = କୁମାରୀ
କୁକୁଡ଼ା =କୁକ୍କୁଟ
କୁକୁର = କୁକ୍କୁର
କୁଜ = କୁବ୍ଜ
କୁଡ଼ିଆ = କୁଟୀର

କୁଢ଼ = କୁଷ୍ଠ
କୁଣ୍ଡା = କଡ଼ଙ୍ଗର
କୁମ୍ଭାର = କୁମ୍ଭଜାର
କୁଲା = କୁଲ୍ୟ
କୁହୁଡ଼ି = କୁହେଳି
କୁଅ = କୂପ
କେଉଟ = କୈବର୍ତ୍ତ
କେନ୍ଦୁ = ତିନ୍ଦକ
କେନ୍ଦୁଲୀ = କନ୍ଦଳ
କେମ୍ପା = କୁମ୍ପ
କେରାଣ୍ଡୀ = କରଣ୍ଡୀ
କୋଇଲି = କୋକିଳ
କୋଇଲେଖା = କୋକିଳାଖ୍ୟ
କୋଚିଆ = କିଞ୍ଚୁଲୁକ
କୋଠଭଣ୍ଡାର = କାଷ୍ଠ-ଭାଣ୍ଡାଗାର
କୋଠି = କୋଷ୍ଠ
କୋଢ଼ୀ = କୁଷ୍ଠୀ
କୋତ = କୁତୂ
କୋତରା = କୁତ୍ସିତ‌ତର
କୋଦୁଅ = କୋଦ୍ରବ
କୋରଡ଼ = କୋଟର
କୋଳ = କ୍ରୋଡ଼
କୋଳଥ = କୁଳତ୍ଥ

କୋଳି = କୋଳ
କୋହଳ = କୋମଳ
କ୍ଷୁଦ = କ୍ଷୋଦ
କ୍ଷେତ = କ୍ଷେତ୍ର
ଖଇ = ଖଦିକା
ଖଇର = ଖଦିର
ଖଜୁର = ଖର୍ଜ୍ଜୁର
ଖଟା = ଖଟ୍ଟ୍ୱା
ଖଟିଆ = ଖଟ୍ଟ୍ୱିକା
ଖଡ଼ି = ଖଟିକା
ଖଣତି = ଖନିତ୍ର
ଖଣ୍ଡା = ଖଡ଼୍‌ଗ
ଖପରା/ଖପୁରୀ = ଖର୍ପର
ଖମ୍ବ = ସ୍ତମ୍ଭ
ଖଚଡ଼ = କଚ୍ଚର
ଖରା = ଖର
ଖଲ = ଖଲ୍ଲ
ଖଳବା = ଖଳ
ଖଳା = ଖଳ
ଖଳି = କଳ୍‌କ
ଖଲିଆ = ଖଲ୍ଲୀ
ଖାଇ = ଖେୟ
ଖାର = କ୍ଷାର
ଖାଲ = ଖଲ୍ଲ

ଖିଡ଼ିକି = ଖଡ଼କ୍ୱିକା
ଖିଲ = କୀଳ
ଖୁଆ = କ୍ଷୁବ୍ଧ (ମନ୍ଥନଦଣ୍ଡ‌)
ଖୁଡ଼ୁତା = ଖୁଲ୍ଲତାତ
ଖୁଣ = କ୍ଷୁର୍ଣ୍ଣ
ଖୁଦର = କ୍ଷୁଦ୍ର
ଖୁର = କ୍ଷୁର
ଖୁରପି = ଖୁରପ୍ର
ଖୁରଙ୍ଗ = କୁରଙ୍ଗ
ଖେଚଡ଼ି = ଖେଚରାନ୍ନ
ଖୋଲ = ଖଲ୍ଲ
ଖୋଳପା = ଖୋଳକ
ଗଇଶ = ଗୋଶୀର୍ଷ
ଗଉଣୀ = ଗୋଣୀ
ଗଙ୍କଶୀଉଳୀ = ଗାଙ୍ଗେୟ ଶେଫାଳିକା କି ?
ଗଛ = ଗଚ୍ଛ
ଗଡ଼ୁ = ଗଡ୍‌ଡ଼ୁକ
ଗଡ଼େଇ ମାଛ = ଗଡ଼ମତ୍ସ୍ୟ
ଗଣ୍ଠି = ଗ୍ରନ୍ଥି
ଗଣ୍ଠିଅନା = ଗ୍ରନ୍ଥି ପର୍ଣ୍ଣ
ଗଣ୍ଡା = ଗଣ୍ଡକ
ଗଦ = ଅଗଦ
ଗଧ = ଗର୍ଦ୍ଦଭ
ଗପ = ଗଳ୍ପ

ଗୟଳ = ଗବଳ
ଗରଗଡ଼ = ଗବେଡ଼ୁ
ଗରବାଖାଇ = ଗର୍ଭଖାଦିନୀ
ଗରା = ଗର୍ଗରୀ
ଗରାଖ = ଗ୍ରାହକ
ଗରୁ = ଗୁରୁ
ଗଳା = ଗଳ
ଗହକି/ଗରାଖ = ଗ୍ରାହକ
ଗହଣ = ଗ୍ରହଣ
ଗହମ = ଗୋଧୁଗ
ଗହିଡ଼ା/ଗହିର = ଗଭୀର
ଗାଁ = ଗ୍ରାମ
ଗାଈ =ଗବୀ
ଗାଈଆଳ = ଗବୀପାଳ
ଗାଡ଼ୀ = ଗନ୍ତ୍ରୀ
ଗାଢ଼ା = ଗାଢ଼
ଗାତ = ଗର୍ତ୍ତ
ଗାରଡ଼ = ଗଡ୍ଡର
ଗାଲ = ଗଲ୍ଲ
ଗୁଆ = ଗୁବାକ
ଗୁଆଘିଅ = ଗବ୍ୟଘୃତ
ଗୁଆଳା = ଗୋପବାଳ
ଗୁଗୁଚିଆ = କୁକାଶ
ଗୁଣ୍ଡା = ଗୁଣ୍ଡକ

ଗୁମର = ଗମ୍ଭୀର
ଗୁମାନ = ଗରିମନ୍
ଗୁଳୁଚି = ଗୁଡ଼ଚୀ
ଗୁହାଳ = ଗୋଶାଳା
ଗେରସ୍ତ = ଗୃହସ୍ଥ
ଗେରୁ = ଗୈରିକ
ଗୋଇଠି = ଘୁଟି
ଗୋଈ = ଗୋପୀ
ଗୋଖରା = ଗୋକ୍ଷୁର
ଗୋଚିନା = ଗୋରୋଚନା
ଗୋଛା = ଗୁଚ୍ଛ
ଗୋଠ = ଗୋଷ୍ଠ
ଗୋତ = ଗୋତ୍ର
ଗୋଧି = ଗୋଧିକା
ଗୋବର = ଗୋମଳ
ଗୋରା = ଗୌର
ଗୋସାଇଁ = ଗୋସ୍ୱାମୀ
ଘଇତା = ଗ୍ରହୀତା
ଘଡ଼ି = ଘଟିକା
ଘରଣୀ = ଗୃହିଣୀ
ଘାଆ = ଘାତ
ଘାଗୁଡ଼ି = ଘର୍ଘରିକା
ଘାଟ = ଘଟ୍ଟ
ଘାଟୁଆଳ = ଘଟ୍ଟପାଳ
ଘିଅ = ଘୃତ

ଘିକୁଆଁରୀ = ଘୃତକୁମାରୀ
ଘୁଷୁରି = ଘୃଷ୍ଟି
ଘୋଡ଼ା = ଘୋଟକ
ଚଅଁର = ଚାମର
ଚଉଁରୀ = ଚତ୍ୱର
ଚଉଠି = ଚତୁର୍ଥୀ
ଚଉତରା = ଚତ୍ୱର
ଚଉପାଶେ = ଚତୁଃପାର୍ଶ୍ୱେ
ଚକ = ଚକ୍ର
ଚକା = ଚକ୍ର
ଚକୁଆ = ଚକ୍ରବାକ
ଚକୁଳୀ = ଶସ୍କୁଳ
ଚକୋଈ = ଚକ୍ରବାକୀ
ଚଗଲା = ଜଗଳ
ଚଟୁଣି = ଚକ୍ଷଣ
ଚଣା = ଚଣକ
ଚମ = ଚର୍ମ
ଚମାର = ଚର୍ମକାର
ଚମ୍ପତି = ଚମୂପତି
ଚମ୍ପା = ଚମ୍ପକ
ଚଳୁ = ଚୁଳୁକ
ଚାକୁଣ୍ଡା = ଚକ୍ରମର୍ଦ୍ଦ
ଚାଚେରୀ = ଚର୍ଚ୍ଚରୀ
ଚାଟ = ଚଟ୍ଟ
ଚାତର = ଚାତୁରୀ

ଚାନ୍ଦ = ଚନ୍ଦ୍ର
ଚାନ୍ଦୁଆ = ଚନ୍ଦ୍ରାତପ
ଚାପୁଡ଼ା = ଚପେଟିକା
ଚାଲୁଣୀ = ଚାଳନୀ
ଚଷାପୁଅ = ଚାଷ (ପକ୍ଷିବିଶେଷ‌)
ଚାଶାଳୀ = ଚଟ୍ଟଶାଳା
ଚିକିଟାମାଟି = ଚିକିଳ ମୃତ୍ତିକା
ଚିତଳ = ଚିତ୍ରଫଳ
ଚିତା = ଚିତ୍ର
ଚିତୋଉ = ଚିତ୍ରଗୂ
ଚିନା = ଚୀନ
ଚିରା = ଚୀର
ଚିରେଇତା = କିରାତତିକ୍ତ
ଚିଲ = ଚିଲ୍ଲ
ଚିଙ୍ଗୁଡ଼ି = ଚିଙ୍ଗଟ
ଚୁଟି - ଚୂଡ଼ା
ଚୁଡ଼ା = ଚିପିଟି
ଚୁମା = ଚୁମ୍ବନ
ଚୁଲି = ଚୁଲ୍ଲୀ
ଚୂନ = ଚୂର୍ଣ୍ଣ
ଚେଡ଼ୀ = ଚେଟୀ
ଚେପ୍‌ଟା = ଚିପିଟ
ଚୋଖ = ଚୋକ୍ଷ
ଚୌକି = ଚତୁଷ୍କୀ
ଚୌପାଢ଼ୀ = ଚତୁଷ୍ପାଠୀ

ଚୌରସ = ଚତୁରସ୍ର
ଛଅ = ଷଟ୍
ଛଅର = କ୍ଷୌର
ଛଇ = ଛବି
ଛଇଳ = ଛବିଳ
ଛଞ୍ଚାଣ = ଶ୍ୟେନ
ଛଣ = ଶଣ
ଛତର = ସତ୍ର
ଛତରା = ଛିତ୍ୱର
ଛତା = ଛତ୍ର
ଛତାଉରୀ = ଶତାବରୀ
ଛତିଆନା = ସପ୍ତପର୍ଣ୍ଣ
ଛତୁ = ଶକ୍ତୁ
ଛାଇ = ଛାୟା
ଛାଉଲି = ଛଳନା
ଛାଞ୍ଚ = ସଞ୍ଚ
ଛାତ = ଛଦି
ଛାନିଆ = ଛନ୍ନ
ଛାମୁ = ସାମ୍ମୁଖ୍ୟ
ଛାମୁଣ୍ଡିଆ = ଛାୟାମଣ୍ଡପ
ଛାୟେଁ = ସ୍ୱୟଂ
ଛାର = କ୍ଷାର
ଛାଲ = ଛଲ୍ଲୀ
ଛିଙ୍କ = ଛିକ୍‌କା
ଛିଣ୍ଡା = ଛିନ୍ନ

ଛୁଚୁନ୍ଦ୍ର = ଛୁଛୁନ୍ଦରୀ
ଛୁଞ୍ଚି = ସୂଚୀ
ଛୁତିକିଆ = ସୂତକ
ଛେଉଣ୍ଡ = ଛମଣ୍ଡ
ଛେଦରା = ଛିଦୁର
ଛେଲ = ଶଲ୍ୟ
ଛେଳି = ଛାଗଳ
ଜଙ୍ଘ = ଜଙ୍ଘା
ଜଉ = ଜତୁ
ଜଟିଆ = ଜଟିଳ
ଜଞ୍ଜିର = ହିଞ୍ଜୀର
ଜଙ୍ଗଲି = ଜାଙ୍ଗଳିକ
ଜଣ = ଜନ
ଜମ୍ବିଳ = ଜମ୍ଭୀର
ଜହ୍ନ = ଜ୍ୟୋତତ୍ସ୍ନୀ
ଜାଇଫଳ=ଜାତିଫଳ
ଜାଡ଼=ଜାଡ୍ୟ
ଜାଦୁ=ଦ‌ଦ୍ରୁ
ଜାମୁ=ଜମ୍ବୁ
ଜାଲିଆ=ଜାଳିକ
ଜୀଅନ୍ତା=ଜୀବନ୍ତ
ଜିଭ=ଜିହ୍ୱା
ଜୀରା=ଜୀରକ
ଜୁଆ=ଦ୍ୟୂତ
ଜୁଆଇଁ=ଜାମାତୃ

ଜୁଡା=ଚୂଡା
ଜୂଣ=ଜୂର୍ଣ୍ଣ
ଜେଠେଈ=ଜ୍ୟେଷ୍ଠତାତୀ
ଜେଡୁତା=ଜ୍ୟେଷ୍ଠତାତ
ଜେମା= ଯାମୀ
ଜୋକ=ଜଳୌକା
ଝାଉଁ=ଝାବୁ
ଝାମା=ଝାମକ
ଝିଅ=ଦୁହିତା
ଝିଙ୍କାରୀ=ଝିଲ୍ଲୀ
ଝିଙ୍ଗାସ=ଜିଙ୍ଘାସା
ଝିନ=ଚୀନ
ଝୁଣା=ଧୁନ‌କ
ଝୋଲି=ହିନ୍ଦୋଳୀ
ଟଗର=ଡଗର
ଟଙ୍କା=ଟଙ୍କ
ଟାଙ୍ଗଣା=ଟଙ୍କନ
ଟାଙ୍ଗି=ଟଙ୍କ
ଟାଙ୍ଗିଆ=ଟଙ୍କ
ଟିମା=ଡିମ୍ବ
ଟେଣ୍ଟେୟା=ଟିଟ୍ଟିଭ
ଟେରା=କେକର
ଟୋକା=ତୋକ
ଠାକୁର=ଠକ୍‌କୁର
ଠୁଳ-ସ୍ଥୂଳ
ଡଙ୍କୁଣୀ=ଡାକିନୀ

ଡର = ଦର
ଡରକୁରା = ଦରାକୁଳ
ଡ‌ହକ = ଦାହ
ଡ‌ହଳବିକଳ = ଦାହାକୁଳ
ଡାଆଁଶ = ଦଂଶ
ଡାଆଣୀ = ଡାକିନୀ
ଡାଳିମ୍ବ = ଦାଡିମ
ଡାହାଣ = ଦକ୍ଷିଣ
ଡାହୁକ = ଦାତ୍ୟୂହ
ଡିମିରି = ଉଡୁମ୍ବର
ଡୋର = ଡୋରକ
ଡୋଲି = ହିଦୋଲୀ
ଢ଼ିପ = ଦ୍ୱୀପ
ତଣ୍ଡ = ଦଣ୍ଡ
ତନ୍ତି = ତନ୍ତୁବାୟ
ତମାଖୁ = ତାମ୍ରକୁଟ
ତମ୍ବା = ତାମ୍ର
ତରଛ = ତ୍ରସ୍ତ
ତରବାର = କରବାଳ
ତଳିପା = ତଳିପାଦ
ତସୁ = ତୁଷ
ତାକୁଡି = ତର୍କୂଟ
ତାଡ଼ = ତାଟଙ୍କ
ତାତି = ତପ୍ତି
ତାଲା = ତାଳକ

ତିଅଣ = ତେମନ
ତିଅର = ତୀବର
ତିଆଡି = ତ୍ରିପାଠୀ
ତିଖ = ତୀକ୍ଷ୍‌ଣ
ତିନ୍ତୁଳି = ତିନ୍ତିଡା
ତିରଣ = ତୃଣ
ତୁଛା = ତୁଚ୍ଛ
ତୁଟି = ତ୍ରୁଟି
ତୁଠ = ତୀର୍ଥ
ତୁତିଆ = ତୁ‌ତ୍‌ଥ
ତୁନି = ତୂଷ୍ଣୀମ୍
ତେଜପତ୍ର = ତ୍ୱକ୍‌ପତ୍ର
ତେର୍ଚ୍ଛା = ତିରଶ୍ଚୀନ
ତେଲ = ତୈଳ
ତୋଡିମାଛ = ତ୍ରୋଟିମତ୍ସ୍ୟ
ତୋରାଣି = ତୋୟାନ୍ନ
ତୋଳା = ତୋଳ
ତ୍ରିଚିନାପଲି = ତ୍ରିଶିର ପଲ୍ଲୀ
ଥକା = ସ୍ଥଗିତ
ଥନ = ସ୍ତନ
ଥନ୍ତଲ = ତୁନ୍ଦିଳ
ଥୟ = ସ୍ଥେୟ
ଥର = ସ୍ତର
ଥଳ = ସ୍ଥଳ
ଥବିର = ସ୍ଥବିର

ଥାକୁଲା = ସ୍ଥୂଳକାୟ
ଥାନ = ସ୍ଥାନ
ଥାଳ = ସ୍ଥାଳ
ଥାଳୀ = ସ୍ଥାଳୀ
ଥିର = ସ୍ଥିର
ଥୋକାଏ = ସ୍ତୋକ
ଥୋପା = ସ୍ତବକ
ଥୋବରା = ସ୍ଥବିର
ଥୋରିଆ = ସ୍ତୋରୀ
ଦଅଣା = ଦମନ‌କ
ଦଉଡ଼ି = ଡ଼ୋରକ
ଦଚ୍ଛ = ଯଶ
ଦଢ଼ = ଦୃଢ଼
ଦ‌ଦୟ = ଦ‌ଧ୍ୟାଳୀ
ଦ‌ଦରା = ଦର୍ଦ୍ଦର
ଦୟଣା = ଦମନ
ଦୟାନଈ = ଦ‌ଧିଭଦ୍ରା ନ‌ଦୀ
ଦ‌ଳେଇ = ଦଳପତି
ଦଶୀ = ଦଶା
ଦ‌ହ = ହ୍ରଦ
ଦ‌ହି = ଦ‌ଧି
ଦାଆ = ଦାତ୍ର
ଦାଈ = ଧାତ୍ରୀ
ଦାଉ = ଦାତ
ଦାଉଣୀ = ଦାମନୀ
ଦାଢ଼ୀ = ଦାଢ଼ିକା

ଦାନ୍ତ = ଦନ୍ତ
ଦାନ୍ତୁଡ଼ା = ଦନ୍ତୁର
ଦାର୍ଜିଲିଂ = ଦୁର୍ଜ୍ଜୟଲିଙ୍ଗ
ଦାସକେରେଣ୍ଟା = ଦାସକୁରୁଣ୍ଟକ
ଦିଅଁ = ଦେବ
ଦିଅର = ଦେବର
ଦିଆଶିଲାଇ = ଦୀଯଶଳାକା
ଦୀଘି = ଦୀର୍ଘିକା
ଦୁଇ = ଦ୍ୱି
ଦୁଧ = ଦୁଗ୍ଧ
ଦୁଧସର = ଦୁଗ୍ଧସାର
ଦୁବେଇ = ଦ୍ୱିବେଦୀ
ଦୁଲୁଭା = ଦୁରାଲଭା
ଦୁବ = ଦୂର୍ବା
ଦେଈ = ଦେବୀ
ଦେଉଳ = ଦେବାଳୟ
ଦୋପଟା = ଦ୍ୱିତୀୟପଟ
ଦୋରୁଅ = ଦ୍ରବ
ଦୋରେହା = ଦ୍ରୋହୀ
ଦୋସାଧୁ = ଦୁଃସାଧୀ
ଧଅ = ଧବ
ଧଡ଼ି = ଧଟୀ
ଧଣିଆ = ଧନ୍ୟା
ଧଣ୍ତସାପ = ଦୁଣ୍ତୁଭସର୍ପ
ଧଳା = ଧବଳ
ଧାଈ = ଧାତ୍ରୀ

ଧାଡ଼ି = ଧାରା
ଧାତୁକୀ = ଧାତକୀ
ଧାନ = ଧାନ୍ୟ
ଧିଟ = ଧୃଷ୍ଟ
ଧୁତୁରା = ଧୁସ୍ତୁର
ଧୂଆଁ = ଧୂମ
ଧୋବଲା = ଧବଳ
ଧୋବା = ଧାବକ
ନଅର = ନ‌ଗର
ନୀ = ନ‌ଦୀ
ନଉଡ଼ି = ଲଗୁଡ଼
ନରମା = ନମ୍ର
ଲଙ୍ଗଳ = ଲାଙ୍ଗଳ
ନଡ଼ା = ନଡ୍ୟା
ନଡ଼ିଆ = ନାରିକେଳ
ନଣନ୍ଦ = ନ‌ନାନ୍ଦୂ
ନରମ = ନମ୍ର
ନଳିତା = ନାଳିକା
ନ‌ହୁଣୀ = ନବନୀତ
ନ‌ହୁରୂଣୀ = ନ‌ଖକୃନ୍ତନୀ
ନାକ = ନାସିକା
ନାକରା = ନ୍ୟକାର
ନାଗେଶ୍ୱର = ନାଗକେଶ୍ୱର
ନାଡ଼ = ନାଳ
ନାତି = ନପ୍ତୁ
ନାନ = ନନ୍ଦନ

ନାରଙ୍ଗ = ନାଗରଙ୍ଗ
ନାଳିଚା = ଲାଲସା
ନାସ = ନସ୍ୟ
ନାସଦାନୀ = ନସ୍ୟଧାନୀ
ନାହା = ନାୟକ
ନାହି = ନାଭି
ନିଆଳି = ନ‌ବମାଳିକା
ନିଉଛାଳି = ନିର୍ମଞ୍ଛନ
ନିଉନ୍ତା = ନିମନ୍ତ୍ରଣ
ନିକ = ନ୍ୟୁଙ୍ଖ
ନିଖ = ଲିକ୍ଷା
ନିଖଟୁ = ନିଷ୍ପଟୁ
ନିତି = ନିତ୍ୟ
ନିଦ = ନିଦ୍ରା
ନିବାଡ଼ = ନିବିଡ଼
ନିସତ = ନିଃସ୍ୱତ୍ୱ
ନିହିମା = ନିମେଷ
ନିମ = ନିମ୍ବ
ନିର୍ମାଖୀ = ନୀରକ୍ଷ
ନିଶାଣ = ନିଦର୍ଶନ
ନିଶୁଣି = ନିଃଶ୍ରେଣୀ
ନୀଳା = ନୀଳ
ନୁଖୁରା = ଋକ୍ଷ
ନୂଆ = ନ‌ବ
ନୂଆବୋହୁ = ନ‌ବବଧୂ
ନେଉଳ = ନ‌କୁଳ

ନେତ = ନେତ୍ର
ନେପୁର = ନୁପୁର
ନୋଚା = ନ୍ୟୁବ୍ଲ
ନୋତରା = ଲୁଳିତ‌ତର
ପଇଡ଼ = ପୟଃପେଟୀ
ପଇତା = ଉପବୀତ
ପଘା = ପ୍ରଗ୍ରାହ
ପଛ = ପଶ୍ଚାତ୍
ପଞ୍ଜରା = ପଞ୍ଜର
ପଞ୍ଝା = ପୁଞ୍ଜ
ପଟଣା = ପଟ୍ଟନ
ପଟା = ପଟ୍ଟ
ପଡ଼ୋସୀ = ପ୍ରତିବାସୀ
ପଢ଼ିହାରୀ = ପ୍ରତିହାରୀ
ପଣନ୍ତ = ପଟାନ୍ତ
ପଣସ = ପନସ
ପତଳା = ପତ୍ରଳ
ପତିଆରା = ପ୍ରତ୍ୟୟ
ପତୁଲି = ପାତିଳୀ
ପଥର = ପ୍ରସ୍ତର
ପଥୁକି = ପଥିକ
ପଧାନ = ପ୍ରଧାନ
ପନ୍ତି = ପଂକ୍ତି
ପବ = ପର୍ବ
ପରଖ = ପରୀକ୍ଷା
ପରଶୁ = ସ୍ପର୍ଶମଣି

ପରାସ = ପ୍ରୟାସ
ପଲଙ୍କ = ପଲ୍ୟଙ୍କ
ପଲାଣ = ପଲ୍ୟୟନ
ପଶା = ପାଶକ
ପସାରୁଣୀ = ପ୍ରସାରିଣୀ
ପ‌ହର = ପ୍ରହର
ପ‌ହଳି = ପ୍ରହେଳିକା
ପ‌ହି = ପ୍ରଧି
ପ‌ହ୍ନା = ସ୍ରସ୍ନବ
ପାଇକ = ପଦାତିକ
ପାଉଁଶ = ପାଂଶୁ
ପାକଳ = ପକ୍ୱ
ପାଖ = ପାର୍ଶ୍ୱ
ପାଚିରି = ପ୍ରାଚୀର
ପାଚିଲା = ପଚେଳିମ
ପାଛୁଡ଼ା = ପ୍ରଚ୍ଛଦପଟ
ପାଞ୍ଚ = ପଞ୍ଚ
ପାଞ୍ଚନ = ପ୍ରାଜନ
ପାଞ୍ଜି = ପଞ୍ଜିକା
ପାଟ = ପଟ୍ଟ
ପାଟଣା = ପଟ୍ଟନ
ପାଟ‌ଯୋଷି = ପଟ୍ଟଜ୍ୟୋତିଷ
ପାଟରା = ପଟ୍ଟକାର
ପାଟରାଣୀ = ପଟ୍ଟରାଜ୍ଞୀ
ପାଣ = ପୌଣ୍ତ୍ରକ
ପାର୍ଣା = ପାନୀୟ

ପାଣ୍ଢୋଇ = ପନ୍ନ‌ନ୍ଧ୍ରୀ
ପାଦୁକ = ପାଦୋଦକ
ପାନ = ପର୍ଣ୍ଣ
ପାନରା = ପର୍ଣ୍ଣକାର
ପାନିଆ = ପ୍ରସାଧନୀ
ପାରଖୀ = ପରୀକ୍ଷକ
ପାରା = ପାରଦ
ପାଳ = ପଲାଳ
ପାଳଙ୍ଗ = ପାଳଙ୍କ
ପାଲଟା = ଲାଟ
ପାଳଧୁଆ = ପାରିଭଦ୍ର
ପାହାନ୍ତା = ପ୍ରଭାତ
ପାହାର = ପ୍ରହାର
ପାହାରୀ = ପ୍ରହରୀ
ପିଅର = ପିତୃ
ପିଆସାଳ = ପୀତସାଳ
ପିଉସୀ = ପିତୃଷ୍ୱସା
ପିଚା = ସ୍ପିଚ୍
ପିଛୁଳି = ପିଚ୍ଛଟ
ପିଞ୍ଜରା = ପିଞ୍ଜର
ପିଠା = ପିଷ୍ଟକ
ପିଠି = ପୃଷ୍ଠ
ପିଠଆ = ପୃଷ୍ଠ୍ୟ
ପିଡ଼ିଆ = ପିନ୍ୟାକ
ପିଢ଼ା = ପୀଠ
ପତୁଳା = ପୁତ୍ତଳିକା

ପିମ୍ପୁଡ଼ି = ପିପୀଲିକା
ପିଳେଇ = ପ୍ନୀହା
ପୁଅ = ପୁତ୍ର
ପୁଆ = ପୂପ, ପ୍ରରୋହ
ପୂଜ = ପୂୟ
ପୁଞ୍ଜା = ପୁଞ୍ଜ
ପୁଡ଼ା = ପୁଟକ
ପୁତ = ପୁତ୍ତ୍ର
ପୁଣି = ପୁନଃ
ପୂରି = ପୂରିକା
ପୁରୁଣା = ପୁରାଣ
ପୁରୁଣୀ = ପୁନର୍ନବା
ପୁର୍ଖ = ପ୍ରଖର
ପୁଳାଏ = ପୁଳ
ପୁଷ = ପୌଷ
ପେଖନା = ପ୍ରେକ୍ଷା
ପେଟ = ପିଚିଣ୍ତ
ପେଟରା = ପେଟକି
ପେଡ଼ି = ପେଟିକା
ପେଣ୍ତା = ପିଣ୍ତ
ପେନ୍ଥା = ପଂକ୍ତି
ପେମ = ପ୍ରେମ
ପୋଇ = ଦୂତିକା
ପୋଖତି = ପ୍ରସୂତି
ପୋଖରୀ = ପୁଷ୍କରୀ
ପୋଢ଼ଆ ଅଷ୍ଟମୀ = ପ୍ରଥମାଷ୍ଟମୀ

ପୋତକ = ପତଙ୍ଗିକା
ପୋଥି = ପୁସ୍ତକ
ପୋଲାଙ୍ଗ = ପୁନ୍ନାଗ
ପୋଳୁଅ = ପଳବ
ପୋଷା = ପୋଷ୍ୟ
ପୋହଳା = ପ୍ରବାଳ
ପୌଟୀ = ପୌତବ
ଫଗୁ = ଫଲ୍‌ଗୁ
ଫଗୁଣ = ଫାଲ୍‌ଗୁନ
ଫଟା = ସ୍ଫୁଟ
ଫାରଶା = ପରଶୁ
ଫାଶ = ପାଶ
ଫିଟିକିରି = ସ୍ଫଟୀ
ଫୁଟି = ସ୍ଫୁଟୀ
ଫୁଟୁକି = ଛୋଟିକା
ଫୁଲ = ଫୁଲ୍ଲ
ଫେଣା = ଫାଣିତ
ଫେଣି = ଫେନିକା
ଫୋଟକା = ସ୍ଫୋଟକ
ବଉଦ = ବାରିଦ
ବଉଳ = ବକୁଳ
ବକରୀ = ବର୍କରୀ
ବକଳ = ବଳୁଳ
ବଗ = ବକ
ବଗୁଲିଆ = ବାଗ୍‌ବ୍ୟଲାକ
ବଙ୍କା = ବକ୍ର

ବଛି = ବତ୍ସ
ବଡ଼ = ବଡ଼୍ର
ବଡ଼ି = ବଟିକା
ବଡ଼ୁ = ବଟୁ
ବଢ଼େଇ = ବର୍ଦ୍ଧକି
ବଣ = ବନ
ବଣିଆ = ବଣିକ୍
ବଣିଜ = ବାଣିଜ୍ୟ
ବତକ = ବର୍ତ୍ତକ
ବତି = ବର୍ତ୍ତି
ବଥୁଆ = ବାସ୍ତୁକ
ବଧୁଲି = ବନ୍ଧୁଜୀବ
ବନ = ବନ୍ୟା
ବନଶୀ = ବଡ଼ଶୀ
ବରକନ୍ଦାଜ = ପରିଷ୍କନ୍ଦ
ବରଗୁଡ଼ି = ବର୍ବଟ
ବରା = ବଟକ
ବଳଦ = ବଳୀବର୍ଦ୍ଦ
ବଳା = ବଳୟ, ବାଳ
ବସା = ବାସ
ବ‌ହିରା = ବଧିର
ବ‌ହୂ = ବଧୂ
ବ‌ହଳ = ବ‌ହୁଳ
ବ‌ହେ = ବ‌ହୁ
ବାଇଜିହାଣ୍ତି = ବର୍ଜିତ‌ହଣ୍ତିକା
ବାଇ = ବାଣିନୀ
ବାଇଗଣ = ବାତିଙ୍ଗଣ

ବାଉଳା = ବାତୁଳ
ବାଉଁଶ = ବଂଶ
ବାଉଁଶଧାନ = ବଂଶଧାନ୍ୟ
ବାଙ୍କ = ବଙ୍କ
ବାଘ = ବ୍ୟାଘ୍ର
ବାଛୁରୀ = ବତ୍ସତରୀ
ବାଜା = ବାଦ୍ୟ
ବାଟୁଳି = ବର୍ତ୍ତୁଳ
ବାଡ଼ିଅଁଳା = ବାଟ୍ୟାଳ
ବାଡ଼ୁଅ = ବଟୁ
ବାଞ୍ଝ = ବନ୍ଧ୍ୟା
ବାଦୁଡ଼ି = ବାତୁଳି
ବାପ = ବପ୍ତା
ବାମ୍ପ = ବାସ୍ପ
ବାମ୍ଫି = ବାର୍ପା
ବାର୍‌ହା = ବରାହ
ବାରଣ୍ତା = ବରଣ୍ତ
ବାଲି = ବାଲୁକା
ବାଳୁତ = ବାଳକ
ବାସଙ୍ଗ = ବାସକ
ବାହା = ବାହୁ
ବାହାଡ଼ା = ବିଭୀତକୀ
ବାହୁଙ୍ଗି = ବିହଙ୍ଗିକା
ବିଇଞ୍ଚି = ବିଚର୍ଚ୍ଚିକା
ବିକଟାଳ = ବିକଟ
ବିଚଣା = ବ୍ୟଜନ
ବିଛା = ବୃଶ୍ଚିକ

ବିଛୁଆତି = ବୃଶ୍ଚିପତ୍ରୀ
ବିଜୁଳି = ବିଦ୍ୟୁତ
ବିଡ଼ିଆ = ବୀଟିକା
ବିନ୍ଧାଣି = ବିଧାନୀ
ବିଭା = ବିବାହ
ବିରି = ବ୍ରୀହି
ବିରୁଡ଼ି =
ବିଲ = ବିଲ୍ଲ
ବିଲୁଆ = ବିଲୌକା
ବିଲେଇ = ବିଡ଼ାଲ
ବିଷୁଆଳ = ବିଷୟପାଳ
ବିଷୋୟୀ = ବିଷୟୀ
ବିଷିର୍ପି = ବିଷରିପୁ
ବିହି = ବିଧି
ବୁକୁ = ବୁକ୍କ
ବୁଟି = ବଟିକା
ବୁଢ଼ା = ବୃଦ୍ଧ
ବୁନ୍ଦା = ବିନ୍ଦୁ
ବେଉସା = ବ୍ୟବସାୟ
ବେଙ୍ଗ = ବ୍ୟଙ୍ଗ
ବେଠି = ବିଷ୍ଟି
ବେଣ୍ଟ = ବୃନ୍ତ
ବେତ = ବେତ୍ର
ବେତନ = ବର୍ତ୍ତନ
ବେପାର = ବ୍ୟାପାର
ବେବର୍ତ୍ତା = ବ୍ୟବ‌ହର୍ତ୍ତା

ବେଭାର = ବ୍ୟବ‌ହାର
ବେଲ = ବିଲ୍ୱ
ବେଲଣା = ବେଲ୍ଲନ
ବେଲି = ବ୍ୟଳୀକ
ବେଶର = ବେଶବାର
ବୋଇତ = ବ‌ହିତ୍ର
ବୋଡ଼ା = ବୋଡ଼୍ର
ବୋରଝାଞ୍ଜୀ = ବାରିପର୍ଣ୍ଣୀ
ବୋଲକରା = ବଚସ୍କର
ଭଅଁର = ଭ୍ରମର
ଭଇଁଚ =ବିକଙ୍କତ
ଭଉଣୀ = ଭଗିନୀ
ଭଗାରୀ = ଭାଗ‌ହାରୀ
ଭଙ୍ଗା = ଭଗ୍ନ
ଭଡ଼ା = ଭାଟକ
ଭଣଭଣା = ବ‌ର୍ବଣା
ଭଣ୍ତାର = ଭଣ୍ତାଗାର
ଭଣ୍ତାରୀ = ଭାଣ୍ତିର
ଭଲ = ଭଦ୍ର
ଭାଇ = ଭ୍ରାତା
ଭାଉଜ = ଭ୍ରାତୃଜାୟା
ଭାଟ = ଭଟ୍ଟ
ଭାଣିଜୀ = ଭାଗିନେୟୀ
ଭାତ = ଭକ୍ତ
ଭାତି = ଭସ୍ତ୍ରା
ଭାରୁଆ = ଭାରବା‌ହ

ଭାଲା = ଭଲ୍ଲ
ଭାଲିଆ = ଭଲ୍ଲାତକୀ
ଭାଲୁ = ଭଲ୍ଲୂକ
ଭିଆଣ = ବିଧାନ
ଭିକ = ଭିକ୍ଷା
ଭୁଅ = ବ୍ୟୂହ
ଭିକାରୀ = ଭିକ୍ଷାକାରୀ
ଭୁଆସୁଣୀ = ବ‌ହ୍ୱାଶିନୀ (?)
ଭୂଇଁ = ଭୂମି
ଭେକ = ବେଷ
ଭେକଟା = ଭାତ୍କୂଟ
ଭେଳା = ଭେଳକ
ଭେଶ = ବେଶ
ଭୋକ = ବୁଭୁକ୍ଷା
ଭୋଦୁଅ = ଭାଦ୍ରବ
ଭୋଦେଇ = ଭାଦ୍ର
ଭୋଳ = ବିହ୍ୱଳ
ମଇଁଷ = ମ‌ହିଷ
ମଇଁଷିଆଳ = ମ‌ହିଷ‌ପାଳ
ମଉଛବ = ମହୋତ୍ସବ
ମଉଳା = ମାତୁଳ
ମଗର = ମକର
ମଗୁଶିର = ମାର୍ଗଶିର
ମଜା = ମଜ୍ଜ
ମଝିଆଁ = ମଧ୍ୟମା
ମଝି = ମଧ୍ୟ

ମଞ୍ଚା = ମଞ୍ଚ
ମଞ୍ଜ = ମଜ୍ଜା
ମଞ୍ଜାରି = ମାର୍ଜାରୀ
ମଞ୍ଜୁଆତି = ମଞ୍ଜିଷ୍ଠା
ମଠ = ମନ୍ଥର
ମଣିଷ = ମନୁଷ୍ୟ
ମଣୋହି = ମନୋମୋହୀ
ମଣ୍ତଣି = ମଣ୍ତନ
ମଥା = ମସ୍ତକ
ମଦ = ମଦ୍ୟ
ମନ୍ଦିରା = ମନ୍ଦ୍ର
ମରଛି = ମୃତବତ୍ସା
ମରହଟି = ମହାରାଷ୍ଟ୍ରୀ
ମର୍ଭୁତ = ଅର୍ବୁଦ
ମଳା = ମଣ୍ତଳ
ମଶା = ମଶକ
ମଶାଣି = ଶ୍ମଶାନ
ମଶାରି = ମଶହରୀ
ମଷା = ମାଷ
ମହଙ୍ଗା = ମହାର୍ଘ
ମହଣ = ମଣ
ମହତ = ମହତ୍ତ୍ୱ
ମହିଷାଳ = ମହିକ୍ଷ‌ପାଳ
ମହୁ = ମଧୁ
ମହୁମାଛି = ମଧୁମକ୍ଷିକା
ମହୁଆଳୁ = ମଧ୍ୱାଳୁକ

ମହୁଡ଼ = ମୁକୁଟ
ମହୁଲ = ମଧୁକ
ମାଆ = ମାତ୍ନା
ମାଇଁ = ମାମୀ
ମାଉସୀ = ମାତୃଷ୍ୱସା
ମାଖୁନା = ମତୁକୁଣ
ମାଗଣ = ମାର୍ଗଣ
ମାଗୁଣି = ମାର୍ଗଣ
ମାଗୁର = ମଦ୍‌ଗୁର
ମାଙ୍କଡ଼ = ମର୍କଟ
ମାଛ = ମତ୍ସ୍ୟ
ମାଛରଙ୍କା = ମତ୍ସ୍ୟରଙ୍ଗ
ମାଛି = ମନ୍ଧିକା
ମାଜଣା = ମାର୍ଜ୍ଜନା
ମାଟି = ମୃତ୍ତିକା
ମାଠିଆ = ମୃଦ୍‌ଘଟ
ମାଣ = ମାନ
ମାତରଙ୍ଗ = ମାତୁଳୁଙ୍ଗ
ମାଥ = ମସ୍ତ
ମାଦଳ = ମର୍ଦ୍ଦଳ
ମାନ୍ଦ୍ରାଜ = ମଦ୍ରରାଜ୍ୟ
ମାମୁ = ମାମ
ମାରାଗ = ମରକତ
ମାଳା = ମାଲ୍ୟ
ମାଲ = ମଲ୍ଲ
ମାଳୁଣୀ = ମାଳିନୀ

ମାଲପୁଆ = ମଲ୍ଲପୂପକି ?
ମାହୁନ୍ତ = ମହାମାତ୍ର
ମିଛ = ମିଥ୍ୟା
ମିଠା = ମିଷ୍ଟ
ମିତ = ମିତ୍ର
ମିନତି = ବିନତି
ମିରିଗ = ମୃଗ
ମିସି = ମସୀ
ମଖଣ୍ତ = ମୁଖ୍ୟ
ମୁଖଶାଳି = ମୁଖଶାଳା
ମୁଖିଆ = ମୁଖ୍ୟ
ମୁଗ = ମୁଦ୍ଗ
ମୁଗୁନା = ମୁଦପର୍ଣ୍ଣୀ
ମୁଗୁର = ମୁଦ୍ଗର
ମୁଛ = ଶୂଶ୍ରୁ
ମୁଠି = ମୁଷ୍ଟି
ମୁଠିଏ = ମୁଷ୍ଟିମେୟ
ମୁଠୁଣି = ମୁଷ୍ଟ୍ୟୂନ
ମୁଣ୍ତୁଳା = ମଣ୍ତଳ
ମୁତ = ମୂତ୍ର
ମୁଥା = ମୁସ୍ତା
ମୁଦି = ମୁଦ୍ରିକା
ମୁହଁ = ମୁଖ
ମୁହାଁସ = ମୋହପାଶ
ମଲ = ମୂଲ୍ୟ
ମୂଳା = ମଳକ
ମୂଷା = ମୂଷିକ

ମୂଷାକାନି = ମୂଷିକପର୍ଣ୍ଣୀ
ମେଣ୍ଢା = ମେଢ଼୍ର
ମେହେନ୍ଦି = ମେନ୍ଧୀ
ଯଅ = ଯବ
ଯତୁନେ = ଯତ୍ନ
ଯାଆ = ଯାତୂ
ଯାଆଁଳା = ଯମଜ
ଯାଉ = ଯବାଗୂ
ଯାଉଁଳି = ଯାମକ
ଯାଠିମଧୁ = ଯଷ୍ଟିମଧୁ
ଯୁଆଣୀ = ଯବାନୀ
ଯୁଆଳି = ଯୁଗ
ଯୁଝ = ଯୁଦ୍ଧ
ଯୁଣ = ଯୋଜନ
ଯୂଇ = ଯୂଥିକା
ଯୋତ = ଯୋକ୍ତ୍ର
ରଗ = ରାଗ
ରଜା = ରାଜା
ରଡ଼ି = ରଟନା
ରତି = ରକ୍ତି
ରଶୁଣ = ରସୋନ
ରାଇ = ରାଜିକା
ରାଉଳ = ରାଜକୁଳ
ରାଣୀ = ରାଜ୍ଞୀ
ରାଣ୍ତ = ରଣ୍ତା

ରାତି = ରାତ୍ରି
ରୁଟି = ରୋଟିକା
ରୁପସୀ = ରୂପୀୟସୀ
ରୋହି = ରୋହିତ
ଲଙ୍ଗଳା = ନ‌ଗ୍ନ
ଲଟ୍ଟା = ଲତା
ଲଡ଼ୁ = ଲଡ଼୍ଡୁକ
ଲସି = ଲସିକା
ଲହୁ = ଲୋହ
ଲାଉ = ଅଲାବୁ
ଲାଖ = ଲାକ୍ଷା, ଲକ୍ଷ୍ୟ
ଲାଜକୁଳି = ଲଜ୍ଜାଳୁ
ଲାଞ୍ଜ = ଲାଞ୍ଜ
ଲାଳ = ଲାଲା
ଲିଆ = ଲାଜା
ଲୁଣ = ଲବଣ
ଲୁହ = ଲୋତକ
ଲୁହା = ଲୌହ
ଲେମ୍ବୁ = ନିମ୍ବୁକ
ଶଗଡ଼ = ଶକଟ
ଶଙ୍କୁନ = ଶକୁନ
ଶଙ୍ଖା = ଶଙ୍ଖକ
ଶଙ୍ଖାରି = ଶଙ୍ଖକାର
ଶଜନା = ଶୋଭାଞ୍ଜନ
ସଞ୍ଚାଣ = ଶ୍ୟେନ
ଶରା = ଶରାବ
ଶଲରା = ଶଲ୍ଲକୀ

ଶଳା = ଶ୍ୟାଳକ
ଶଶା = ଶଶକ
ଶଶୁର = ଶ୍ୱଶୁର
ଶସ୍ତା = ଶସ୍ତ
ଶାଉଁଳିଆ = ଶ୍ୟାମଳ
ଶାକର = ଶର୍କରା
ଶାଗ = ଶାକ
ଶାଗୁଣା = ଶକୁନି
ଶାଙ୍କୁର = ଶଙ୍କୁ
ଶାଙ୍କୁଳି = ଶୃଙ୍ଖଳ
ଶାଢ଼ୀ = ଶାଟୀ
ଶାଦା = ବିଶଦ
ଶାମା = ଶମ୍ବ
ଶାମୁକା = ଶମ୍ବୁକ
ଶାବଳ = ଶାର୍ବଳା
ଶାଳୀ = ଶ୍ୟାଳିକା
ଶାଶୁ = ଶ୍ୱଶ୍ରୂ
ଶିଆଳ = ଶୂଗାଳ
ଶିଉଳି = ଶୈବାଳ
ଶିକା = ଶିକ୍ୟ
ଶିକୁଳି = ଶୃଙ୍ଖଳ
ଶିଙ୍ଗ = ଶୃଙ୍ଗ
ଶିଙ୍ଗଡ଼ା = ଶୃଙ୍ଗାଟକ
ଶିମ = ଶିମ୍ବିକା
ଶିମିଳି = ଶାଳୂଳୀ
ଶିଳୁପତା = ଶିଳାପୁତ୍ର (?)
ଶିଷ = ଶିଷ୍ୟ

ଶିଶୁ = ଶିଶୁକ
ଶିଶମୁନା = ସୁଷୁମ୍ଣା
ଶୁଆ = ଶୁକ
ଶୁଣ୍ତି = ଶୌଣ୍ତିକ
ଶୁଳା = ଶିଳା
ଶେଉଳ = ଶକୁଳ
ଶେଠ = ଶ୍ରେଷ୍ଠୀ
ଶେତା = ଶ୍ୱେତ
ଶେଯ = ଶ‌ଯ୍ୟା
ଶେଳ = ଶଲ୍ୟ
ଷଠୀଦେଈ = ଷଷ୍ଠୀଦେବୀ
ଷଣ୍ତା = ଷଣ୍ତ
ସଉତୁଣୀ = ସପତ୍ନୀ
ସଙ୍ଗାତ = ସମଗାତ୍ର
ସଜ = ସଦ୍ୟ
ସଜଳସ = ସର୍ଜ୍ଜରସ
ସଞ୍ଚପି = ସଂକ୍ଷେପ
ସଞ୍ଜ = ସନ୍ଧ୍ୟା
ସଡ଼କ = ସରକ
ସଣ୍ଠଣା = ସଂସ୍ଥାନ
ସଣ୍ତୁଆସି = ସନ୍ଦଂଶ
ସତ = ସତ୍ୟ
ସତରଞ୍ଜି = ଚତୁରଙ୍ଗ
ଶଧ = ଶ୍ରଦ୍ଧା
ସନ୍ତରା = ସଂସ୍ତର
ସବୁ = ସର୍ବ
ସମୁଦି = ସମ୍ବନ୍ଧ
ସମୁଦୁଣୀ = ସମ୍ବନ୍ଧିନୀ

ସରି = ସଦୃଶ
ସଳଖ = ସରଳରେଖ
ସ‌ହୀ = ସଖୀ
ସାଆନ୍ତ = ସାମନ୍ତ
ସାଇଁ = ସ୍ୱାମୀ
ସାତ = ସପ୍ତ
ସାତପୁରି = ସପ୍ତପୂରିକା
ସାଥି = ସାର୍ଥ
ସାନ = ସନ୍ନ
ସାପ = ସର୍ପ
ସାବତ = ସାପତ୍ନ୍ୟ
ସାମରଥା = ସମର୍ଥ
ସାହା = ସ‌ହାୟ
ସାହାଡ଼ା = ଶାଖୋଟ
ସାହୁ = ସାଧୁ
ସାହେର = ସାଗର
ସାସମଲ୍ଲ = ସାହସମଲ୍ଲ
ସିଝା = ସିଦ୍ଧ
ସିନ୍ଥି = ସୀମନ୍ତ
ସିଳାରସ = ସିଲ୍ଲକ
ସୀସା = ସୀସକ
ପୂଅ = ସ୍ରୋତ
ସୁଆଁ = ଶ୍ୟାମା
ସୁଆଗ = ସୌଭାଗ୍ୟ
ସୁଆର = ସୂପକାର
ସୁଡ଼ଙ୍ଗ = ସୁରଙ୍ଗ
ସୁଦ = କୁସୀଦ

ସୁନା = ସ୍ୱର୍ଣ୍ଣ
ସୁନାରି = ସ୍ୱର୍ଣ୍ଣକାର
ସୁନୁପୁନିଆ = ସୁନିଷର୍ଣ୍ଣକ
ସୁମରଣା = ସ୍ମରଣ
ସୂତ = ସୁତ୍ର
ସେଣା = ସେଚନୀ
ସ୍ନେହ = ସନ୍ନାହ
ସୋରିଷ = ସର୍ଷ‌ପ
ସୋରେହା = ସାଗ୍ରହ
ହଜାର = ସ‌ହ‌ସ୍ର
ହମାଳ = ହମ୍ବା
ହର‌ଡ଼ = ହରେଣୁ
ହରିଡ଼ା = ହରିତକୀ
ହଳଦୀ = ହରିଦ୍ରା
ହଳୁଆ = ହାଳିକ
ହାଇ = ହାଫିକା
ହାକୁଟି = ହିକ୍କା

ହାଟ = ହଟ୍ଟ
ହାଡ଼ = ହଡ଼୍ଡ
ହାଡ଼ି = ହଡ଼୍‌ଡ଼ିପ
ହାଣ୍ତି = ହଣ୍ତିକା
ହାତ = ହସ୍ତ
ହାତଗଣ୍ଠି = ହସ୍ତଗ୍ରନ୍ଥି
ହାତୀ = ହସ୍ତୀ
ହାତୁଣୀ = ହସ୍ତିନୀ
ହିଡ଼ିମିଚା = ହିଳମୋଚିକା
ଦିନସ୍ତା = ହୀନାବସ୍ଥା
ଦିୟା = ହୃଦୟ
ହୀରା = ହୀରକ
ହିଞ୍ଜଳ = ଇଜ୍ଜଳ
ହୁଳହୁଳି = ଉଲୁଲୁ
ହେଙ୍ଗୁ = ହିଙ୍ଗୁ
ହେନ୍ତାଳ = ହିନ୍ତାଳ
ହୋଲୀ = ହୋଲାକା

ଅପଭ୍ରଷ୍ଟ ଶବ୍ଦର ଉତ୍ପତ୍ତି ।

ଅମର ମେଦିନୀ ଓ ବିଶ୍ୱ ପ୍ରଭୃତି ଅଷ୍ଟାଦଶ କୋଷ ଏବଂ ଆଧୁନିକ ପ୍ରଚଳିତ ଅଭିଧାନ ପ୍ରଭୃତି କୌଣସି ଗ୍ରନ୍ଥ ସଂସ୍କୃତ କାବ୍ୟମାନଙ୍କର ପୂର୍ବରୁ ସୃଷ୍ଟ ହୋଇ ନାହାନ୍ତି । ପ୍ରତ୍ୟେକ କୋଷକାର କାବ୍ୟମାନଙ୍କରେ ବ୍ୟବ‌ହୃତ ଶବ୍ଦମାନଙ୍କୁ ସଂଗ୍ରହ କରି ଅଭିଧାନ ପ୍ରସ୍ତୁତ କରିଅଛନ୍ତି । ଏହି କ୍ଷୁଦ୍ର ଅପଭ୍ରଂଶବୋଧିନୀର ପ୍ରାୟ ସମସ୍ତ ଶବ୍ଦ ପ୍ରୟୋଗମୂଳକ । କାବ୍ୟମାନଙ୍କରେ ଯେଉଁ ଯେଉଁ ସଂସ୍କୃତ ଶବ୍ଦମାନ ପ୍ର‌ଯୁକ୍ତ ହୋଇଅଛି, ପୂର୍ବେ ସେହି ସେହି ଶବ୍ଦମାନଙ୍କୁ ବ୍ୟବ‌ହାର କରି ପ୍ରତ୍ୟେକ ଭାରତୀୟ ଆର୍ଯ୍ୟ କଥାବାର୍ତ୍ତା କରୁଥିଲେ । ନୀଚ ଜାତୀୟମାନେ ଅଶିକ୍ଷାବଶରୁ କିମ୍ବା କି ଉଚ୍ଚ କି ମଧ୍ୟ ଶ୍ରେଣୀୟ ଲୋକମାନେ କୃଷି, ବାଣିଜ୍ୟ ପ୍ରଭୃତି ବ୍ୟବସାୟର ବ୍ୟଗ୍ରତାବଶରୁ ଠିକ୍ ମୌଳିକ ଶବ୍ଦ ଉଚ୍ଚାରଣ କରି ନ ପାରି କାଳକ୍ରମେ ଶବ୍ଦମାନଙ୍କୁ ବିକୃତ କରି ଉଚ୍ଚାରଣ କଲେ । ସେହି ମୂଳଶବ୍ଦମାନଙ୍କର ଆଭାସରେ ନିଜେ ନିଜେ ଅପଭ୍ରଷ୍ଟ ଶବ୍ଦ ଗଢ଼ି ତ‌ହିଁରେ ମନୋଭାବ ବ୍ୟକ୍ତ କରିବାକୁ ଲାଗିଲେ । ଏହିପରି ମୁହୁର୍ମୁହୁ ପରିବର୍ତ୍ତନ ସ୍ରୋତରେ ପଡ଼ି ବର୍ତ୍ତମାନ ଯେଉଁ ବିକୃତ ଶବ୍ଦମାନ ଉପସ୍ଥିତ ହେଲାଣି, ତାହା ଦେଖିଲେ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେବାକୁ ହୁଏ । ବର୍ତ୍ତମାନ ପ୍ରାୟ ସମସ୍ତେ ସେହି ଅପଭ୍ରଷ୍ଟ ଶବ୍ଦ ପ୍ରୟୋଗ କରି ପରସ୍ପର ଭାବ ଗ୍ରହଣ କରୁଅଛନ୍ତି । ସୁତରାଂ ମୂଳ ସଂସ୍କୃତ ଶବ୍ଦର ଚର୍ଚ୍ଚା ପ୍ରାୟ ରହିତ ହୋଇ ଯାଉଅଛି ।

କାଳକ୍ରମେ ଏପରି ଅନେକଗୁଡ଼ିଏ ଅପଭ୍ରଷ୍ଟ ଶବ୍ଦ ପ୍ରସ୍ତୁତ ହୋଇଅଛି ଯେ, ତାହାର ମୂଳ ସଂସ୍କୃତ ଶବ୍ଦ ସ୍ଥିର କରିବା ଅତ୍ୟନ୍ତ କଠିନ ଏବଂ ଅନେକଗୁଡ଼ିଏ ଶବ୍ଦର ପୂର୍ଣ୍ଣ ବ୍ୟାଖା କରି ନ ଦେଲେ ମୌଳିକ ଶବ୍ଦର ପ୍ରତୀତି ହେବା ଅସମ୍ଭବ । ଏହି ହେତୁ ନିମ୍ନରେ କେତୋଟି ମାତ୍ର ଶବ୍ଦ ପ୍ରଦର୍ଶିତ ହେଲା ।

ହଜାର-ସ‌ହସ୍ର; ସ‌ହସ୍ର ମୌଳିକ ଶବ୍ଦ ହେଉଅଛି । ସ‌ହସ୍ରରୁ - ସ‌ହସର, ସ‌ହସରରୁ - ହସର, ହ‌ସରରୁ- ହଜର ଏବଂ ହଜରରୁ ହଜାର ହୋଇଅଛି । ମୁଛ - ଶ୍ମଶ୍ରୂ; ମୌଳିକ ଶବ୍ଦ ଶଶ୍ରୁ । କାଳକ୍ରମେ ଶଶ୍ରୁକୁ ମଶ୍ରୁ କ‌ହିଲେ; ମଶ୍ରୁରୁ - ମଚ୍ଛୁ, ମଚ୍ଛୃରୁ - ମୁଚ୍ଛୃ, ମୂଚ୍ଛୃରୁ ମୁଛ ହୋଇଅଛି । ଦୟାନଇ - ଦ‌ଧିଭଦ୍ରାନ‌ଦୀ:ଦ‌ଧୀବି ମୁନି ଉକ୍ତ ନ‌ଦୀକୂଳରେ ତପସ୍ୟା କରୁଥିଲେ ବୋଲି ତାହାର ନାମ ଦ‌ଧିଭଦ୍ରା ହେଲା । ଦ‌ଧିଭଦ୍ରାରୁ - ଦ‌ହିଆ, ଦ‌ହିଆରୁ ବର୍ତ୍ତମାନ ଦୟା ହୋଇଅଛି । ଦଉଡ଼ି - ଡ଼ୋରକ; ପ୍ରେଥମେ ଡ଼ୋରକ ଏହିମୂଳ ସଂସ୍କୃତ ଶବ୍ଦ ଥିଲା । ଡୋରକରୁ କାଳକ୍ରମେ ଡ଼ୋର, ଡ଼ୋରରୁ - ଡ଼ୋରି, ଡ଼ୋରିରୁ - ଡ଼ଉରି, ଡ଼ଉରିରୁ - ଦଉରି ଏବଂ ଦଉଡ଼ି ହୋଇଅଛି । ଅସ୍କରା - ଅବସ୍କର; ଅବସ୍କରରୁ - ଓସ୍କରା, ଓସ୍କରାରୁ - ଅସ୍କର, ଅସ୍କରରୁ - ଅସ୍କରା ହୋଇଅଛି । ଚିରେଇତା - କିରାତ‌ତିକ୍ତ; କିରାତ‌ତିକ୍ତରୁ - ଚିରାତ‌ତିକ୍ତ, ଚିରାତ‌ତିକ୍ତରୁ - ଚିରାତିକ୍ତ, ଚିରାତିକ୍ତ‌ରୁ-ଚିରାଇକ୍ତ, ଚିରାଇକ୍ତରୁ - ଚିରାଇତ ଓ ଚିରାଇତରୁ - ଚିରେଇତା ହୋଇଅଛି । ଛାମୁ - ସାମ୍ମୁଖ୍ୟ ; ସାମ୍ମୁଖ୍ୟ ଏହି ମୂଳ ଶବ୍ଦରୁ - ସାମୁହ, ସାମୁହରୁ - ଛାମୁହ, ଛାମୁହରୁ - ଛାମୁ ହୋଇଅଛି । ଦାର୍ଜିଲିଂ - ଦୁର୍ଜୟଲିଙ୍ଗ; ଦୁର୍ଜ୍ଜୟଲିଙ୍ଗ ନାମକ ଶିବଙ୍କ ନାମାନୁସାରେ ନାମିତ । ଦୁର୍ଜ୍ଜୟଲିଙ୍ଗରୁ ଦୁର୍ଜଲିଙ୍ଗ, ଦୁର୍ଜ୍ଜଲିଙ୍ଗରୁ - ଡ଼ୁର୍ଜ୍ଜଲିଙ୍ଗ, ଡ଼ୁର୍ଜ୍ଜଲିଙ୍ଗରୁ - ଡ଼ାର୍ଜ୍ଜଲିଙ୍ଗ ଏବଂ ଡ଼ାର୍ଜ୍ଜଲିଙ୍ଗରୁ - ଦାର୍ଜ୍ଜଲିଙ୍ଗ ହୋଇଅଛି । ମଶାଣି - ଶ୍ମଶାନ; ଶ୍ମଶାନରୁ - ମଶାନ, ମଶାନରୁ ମଶାଣ, ମଶାଣରୁ -ମଶାଣି ହୋଇଅଛି । ତ୍ରିଚିନାପଲୀ-ତ୍ରିଶିରଃପଲ୍ଲୀ; ଲଙ୍କାଧିପତି ରାବଣର ଭ୍ରାତା ତ୍ରିଶିରାନାମକ ଅସୁର ଏହି ଦାକ୍ଷିଣାତ୍ୟ ପ୍ରଦେଶରେ ରାଜ୍ୟଭାର ଗ୍ରହଣ କରିଥିଲା । ତାହାର ନାମାନୁସାରେ ସ୍ଥାନର ନାମ ତ୍ରିଶିରପଲ୍ଲୀ ହୋଇଅଛି । ବର୍ତ୍ତମାନ ସେହି ତ୍ରିଶିରପଲୀ ପ୍ରାକୃତ ଲୋକମାନଙ୍କ ମୁଖରେ ପଡ଼ି ତ୍ରିଚିନାପଲୀ ହୋଇଅଛି । କରବାଡ଼ - ଖର୍ବଟ; ମୂଳ ସଂସ୍କୃତ ଖର୍ବଟ ଶବ୍ଦର ଅର୍ଥ କ୍ଷୁଦ୍ରଗ୍ରାମ । ଖର୍ବଟରୁ - ଖରବଟ, ଖରବଟରୁ - ଖରବଡ଼, ଖରବଡ଼ରୁ - ଖରବାଡ଼, ଖରବାଡ଼ରୁ - କରବାଡ଼ ହୋଇଅଛି ।


ପରିଶିଷ୍ଟ ।

ଏହି ପୁସ୍ତକାନ୍ତଗତ ଅପଭ୍ରଷ୍ଟ ଶବ୍ଦ ବ୍ୟତୀତ ଓଡ଼ିଆଭାଷାରେ ଆଉ ଏକପ୍ରକାର ଶବ୍ଦ ଦୃଷ୍ଟିଗୋଚର ହୁଏ । ସେମାନଙ୍କୁ ଗ୍ରାମ୍ୟ ବା ଦେଶଜ ଶବ୍ଦ କ‌ହନ୍ତି । ସେହି ଶବ୍ଦମାନଙ୍କର ଉତ୍ପତ୍ତି ଭାଷାନ୍ତର-ପ୍ରସୂତ ବୋଲି ଅଦ୍ୟାବଧି ନିର୍ଣ୍ଣୀତ ହୋଇ ପାରି ନାହିଁ । ତେଣୁ ବାସ୍ତବରେ ଯାହା ଆମ୍ଭ ମାନଙ୍କ ଭାଷାର ସମ୍ପଦ, ସେଗୁଡ଼ିକର ବ୍ୟବ‌ହାର କ୍ରମଶଃ ବିରଳ ହୋଇ ଆସିବାରୁ ଓଡ଼ିଆ ଭାଷା କୃଶକଳେବର ହେଉଅଛି । ଏହି ତ୍ରୁଟି ଦୂରୀକରଣାର୍ଥ ନିମ୍ନରେ କେତେଗୁଡ଼ିଏ ନୀରୋଳ । ଦେଶଜ ଶବ୍ଦ ପ୍ରଦତ୍ତ ହେଲା ।

ଦେଶଜ ଶବ୍ଦ ।

ଅକଳ = କଠିନ ଅବସ୍ଥା
ଅଙ୍କରାନ୍ତି = ଗୁଳ୍ମ‌ବିଶେଷ
ଅଖବା = ହୁଣ୍ତା
ଅଖାଡ଼ୁଆ = ବିବେଚନାଶୂନ୍ୟ
ଅଛବ = ମ୍ଳେଚ୍ଛ
ଅଝାଲ = ପାଲ
ଅଟକଳ = ଅନୁମାନ
ଅଟକାଳି = ଯାଉ, ପଇତି
ଅଟକିବା = ବନ୍ଦ ହେବା
ଅଟ୍ଟେଇ = ଗୋରୁ ରଖିବାର ସ୍ଥାନ
ଅଢ଼ପା = ଅସୁନ୍ଦର
ଅଣକ = ଡଙ୍କା
ଅଣକୀଳୀ = ଗାଡ଼ିଚକ ଅଟକାଇବାର ଖିଲ

ଅଣସର = ଅନ୍ୟ ଜାଡ଼ି, ଆଷାଢ଼ କୃଷ୍ଣପକ୍ଷ ।
ଅଧାମ = ରାବୁଡ଼ି
ଅନାଡ଼ି = ନିର୍ବୋଧ
ଅନାବନା = ଏଣୁତେଣୁ
ଅନାଉଣି = ଚାହାଁଣି
ଅନେଇବା = ଦେଖିବା
ଅପସାନ୍ତର = ଅଦ୍ଭୁତ
ଅପା = ବଡ଼ ଭଉଣୀ
ଅବିଗୁଣ = କୁସ୍ୱଭାବ
ଅମ୍ଭୋଦାନୀ = ବଡ଼ ଦାତା
ଅରମା = ଆବର୍ଜ୍ଜନା
ଅରାଏ = କ୍ଷୁଦ୍ରାଂଶ
ଅଲାଜୁକ = ନିର୍ଲ୍ଲଜ୍ଜ
ଅଲିଅର = ସ୍ନେହାସ୍ପଦ

ଅଳି = ମିନତି
ଅସନା = ଘୃଣିତ
ଅହନ୍ତା = ଶତ୍ରୃତା
ଅହ୍ୟ = ସଧବା
ଆଇଁଗିଣିଆ = ଦରସିଝା
ଆଉଣ୍ତି = ଦରାଣ୍ତି
ଆକଟ = କଟକଣା
ଆଖଡ଼ା = ନାଟ ଅଭ୍ୟାସର ସ୍ଥାନ
ଆଡ଼ତିଆ = ଡ଼ଗର
ଆଣ୍ଟେ = ଟାଣ କରି
ଆଣ୍ତୁଆ = ଅଖାଡ଼ୁଆ
ଆତାଗମ = ଅଗାଧ
ଆପଟ = ଆବରଣ
ଆପସରା = ଅଭିମାନ
ଆବାକାବା = କିଂକର୍ତ୍ତବ୍ୟ ବିମୂଢ଼
ଆମଞ୍ଚି = ଓଟାରି
ଆର୍ଦୋଳି = ଅଳି
ଆସପତ = ସ୍ନେହ
ଆହୁଲା = କ୍ଷେପଣୀ
ଇଚ୍ଛାରିନେବା = ସମ୍ଭାଳିନେବା
ଉକୁଚେଇବା = ଲଟକାଇବା
ଉକୁଟଇବା =ବୋଳିବା
ଉକୁଟିବା = ଦ୍ରବ୍ୟର ବିକୃତାବସ୍ଥା
ଉଖୁଡ଼ା = ମିଷ୍ଟ ଦ୍ରବ୍ୟ
ଉଗୁଳିବା = ଉଦ୍‌ବୃତ୍ତ
ଉଘେଇବା = କଟୁବଚନ କ‌ହିବା
ଉଛୁର = ବିଳମ୍ବ

ଉଛୁଡିବା = ଟାଣିବା
ଉଛୁଣିକା = ଏହିକ୍ଷଣି
ଉଣ୍ତିବା = ଠଉରାଇବା
ଉପରାଣ = ଓଢ଼ଣ ବସ୍ତ୍ର
ଉପିବା = ମାଠିବା
ଉପୁଚିବା =ଉଛୁଳିବା
ଉବାର = ଅଜଣା
ଉଭା = ଠିଆ
ଉଭାରିବା = ଠିଆ କରିବା
ଉଲଗୁଣା = ଉଲୁଖା
ଉଲୁରି = ଆଜ୍ଞାପତ୍ର
ଉଲୁକୁମତା = ଉଦ୍ଧତ
ଉଲୁଳି = ଭେଳକି
ଏକଣା = ପ୍ରାନ୍ତଭାଗ
ଏଣ୍ତୁରି = ପିଷ୍ଟକବିଶେଷ
ଓକର = ଗୃହଛିଦ୍ର
ଓକେଇତ = ବଂଶଗତଦୋଷ
ଓଟାରିବା = ଟାଣିବା
ଓଢ଼ିଆଣୀ = କଟିମେଖଳା
ଓର = ସୁବିଧା
ଓର ଉଣ୍ତିବା = ଗୁପ୍ତ କଥା ଜାଣିବାପାଇଁ ଚେଷ୍ଟା କରିବା
ଓରମାନ = ଆଶା
ଓଲମା = ବୁଦ୍ଧିହୀନ
ଓଳିଆ = ଧାନରଖା ପାଳଖୋଳ
ଓଳିକି = ନମସ୍କାର
ଓଲିଆ = ଡ଼ହରା
ଓଲୁ = ହୁଣ୍ତା
ଓହମୁଣ୍ତିଆ = ଆରମ୍ଭରୁ ଶେଷ

କଇଁଆ = ଦରସିଝା
କ‌କେଇ = ଖଡ଼ୁତା
କଚଟୀ = ହସ୍ତାଳଙ୍କାରବିଶେଷ
କଟକଣା = ଆକଟ
କଟକାଇ = ଯୁଦ୍ଧୋଦ୍ୟୋଗ
କଟାଳ = ଅନୁରୋଧ ବା ଅଳି
କଟାଳି = ଛେଦକ
କତି = ପାଖ
କଳିହୁଡ଼ୀ = କଳହପ୍ରିୟା
କଲବଲ = ଛଟପଟ
କ‌ହରା = କଷରା
କାଉଳି = କଲବଲ
କାଛଟା = କାଛିଆ
କାଠିଲାଗି = ରାଜାଙ୍କର ଦନ୍ତଧାବନ
କାବା = ଚମତ୍କୃତ
କୁଆବୁଆ = ଅସ୍ଥିର
କୁଆଁ କୁଆଁ = ଶିଶୁର ସ୍ୱର
କୁହାଟ = ଉଚ୍ଚ ଡ଼ାକ
କୁହ୍ନା = କୋପମିଶା ଦୁଃଖ
କୁହୁଳା = ଲୁଣ୍ତା
କେନ୍ଦରା = ବାଦ୍ୟଯନ୍ତ୍ର
କେଳୁଆର = ଛୋଟ ଆହୁଲା
କୋଡ଼ମେଇ = ଧାନ୍ୟରକ୍ଷାସ୍ଥାନ
କୋୟର = ଦାସ
କୋହ = ଦୁଃଖ
ଖଇଚା = ଦରପନ୍ତିଆ

ଖଉରିଆ = ନ‌ଖରା
ଖଟଣି = ସେବା
ଖଣ୍ତାଇତ = ଜାତିବିଶେଷ
ଖଣ୍ତୁଆ = ବସ୍ତ୍ରବିଶେଷ
ଖନା = ଅସ୍ପଷ୍ଟବକ୍ତା
ଖମା = ଖାଲ
ଖମାର = ଅମାର
ଖରାପ = ମନ୍ଦ
ଖଳିକାର = ସାପୁଆ କେଳା
ଖସଡ଼ା = ଯ‌ହିଁରେ ଗୋଡ଼ ଖସେ
ଖାପ= ଅସିକୋଷ
ଖାରା = ଯଥାର୍ଥ
ଖୁଜୁବୁଜିଆ = ଅସ୍ଥିର
ଖୁଡ଼ୁ ଖୁଡ଼ୁ = ଶବ୍ଦବିଶେଷ
ଖୁଦୁରୁକୁଣୀ = ଓଷାବିଶେଷ
ଖୁରାଣ୍ଟି = ମତ୍ସ୍ୟବିଶେଷ
ଖେଚଡ଼ = ଦୁଷ୍ଟ
ଖେଣ୍ଟା = ମେଖ
ଖେପ = ଥର
ଖେଳାଉଳ = କ୍ରୀଡ଼ାପ୍ରିୟ
ଖେସାରି = ଶସ୍ୟବିଶେଷ
ଖୋଇ = ଅଭ୍ୟାସ
ଖୋଜ = ପାଦଚିହ୍ନ
ଖୋଳପା = ଛାଲ
ଗଇଁଠାଳ = ବିବାହକାଳୀନ ବସ୍ତ୍ରଗଣ୍ଠି
ଗଡ଼ଘାଲି = ଲମ୍ବ ହୋଇ ପଡ଼ିବା

ଗଣ୍ତି = ମୋଟ କାଠ, ଅଣ୍ଟାରୁ ବେକଯାଏ
ଗଣ୍ତିରା = ବୋକଚା
ଗନ୍ତାଘର = ଭଣ୍ତାରଘର
ଗନ୍ଧଷଣ = ମାଜଣା
ଗରଗର = ରାଗାନ୍ୱିତ
ଗଲଗଲ = ସଲସଲ
ଗଲାଣି = ଗମନ କଲାଣି
ଗଲ = କୁଣ୍ତୁ, ଗମନ କଲୁ
ଗ‌ହଣା = ଅଳଙ୍କାର
ଗାଣ୍ତୁଆ = ବାଉଁଶ ନିର୍ମିତ ପାତ୍ର
ଗାଲତୁର = ସିଠି
ଗାଲୁ = ମିଛ
ଗିଣାଗିଣା = ଅତି ସରୁ
ଗୁଆଁର = ନିର୍ବୁଦ୍ଧି
ଗୁଇଁପୁଇଁ = ଅସ୍ପଷ୍ଟ ବିରକ୍ତି ପ୍ରକାଶ
ଗୁଣା = ନାସାଭରଣ
ଗୁମୁଟି = ଗଳି
ଗୁରୁଣ୍ତିବା = ଆଣ୍ଠୋଇ ଚାଲିବା
ଗୁହାରି = ପ୍ରାର୍ଥନା
ଗେଟମା = ବାଙ୍ଗର
ଗେଣ୍ତୁ = ପୁଷ୍ପ ବିଶେଷ
ଗେନ୍ଧୁଡ଼େଇବା = ଭୁଲେଇବା
ଗେଲ = ଥଟା
ଗେଲବସର = ଗେହ୍ଲା
ଗୋଟାଇବା = ସାଉଁଟିବା
ଗୋଟିକା = ଖୁଆଲଡ଼ୁ
ଗୋଦଡ଼ା = ଗୋଦ‌ଯୁକ୍ତ ପୁରୁଷ
ଗୋରସ = ଦୁଗ୍ଧ

ଗୋଲାପଜାମୁ = ଫଳବିଶେଷ, ମିଷ୍ଟାନ୍ନବିଶେଷ
ଗୋଳିଆ = କପଟ, ଆବିଳ
ଘଞ୍ଚ = ଭିଡ଼
ଘଟରଘୁମା = ପକ୍ଷିବିଶେଷ
ଘଟାଟୋପ = ଆଚ୍ଛାଦନୀ
ଘତ = କୌଶଳ
ଘମାଘୋଟ = ସମାରୋହ
ଘାଗରା = ଘୁଙ୍ଗର
ଘାଣ୍ଟିଆ = ତରକାରିବିଶେଷ
ଘାନ୍ତି = ଥର
ଘାବରା = ଛାନିଆ
ଘିତିବା = ଘେନିବା
ଘୁଙ୍ଗୁଳପିଟା = କୋଳାହଳ
ଘୁଣ = କାଷ୍ଠାଦିର ଜୀର୍ଣ୍ଣକାରକ କୀଟ
ଘୁମ = ନିଦ୍ରା
ଘୁମୁରା = ବାଦ୍ୟଯନ୍ତ୍ର
ଘେନାଇବା = ମଣାଇବା
ଚଉତନା = ରୁମାଲ
ଚକଟା = ଖାଦ୍ୟଦ୍ରବ୍ୟବିଶେଷ
ଚକଟିବା = ମିଶାଇବା
ଚଖା = ଯେ ଚାଖି ବୁଲେ
ଚଟକଣା = ଚାପୁଡ଼ା
ଚନ୍ଧା = ଟାଙ୍ଗରା
ଚରଖା = ଅରଟ
ଚଳିବା = ରାଗିବା
ଚ‌ହଲିବା = ହଲି ପଡ଼ିଯିବା

ଚାଇଁପ‌ଖାଳ = ସଜପଖାଳ
ଚାଉଳିଆ = ଫଳବିଶେଷ
ଚାଖି = ବାଲିଙ୍ଗି
ଚାଙ୍ଗୁ = ଏକପ୍ରକାରେ ବାଟ
ଚାଙ୍ଗୁଡ଼ି = ଡ଼ାଲା
ଚାଣ୍ତେ = ଶୀଘ୍ର
ଚାହାଣି = ଦୃଷ୍ଟି
ଚିପୁଡ଼ିବା = ରସ ନିଗାଡ଼ିବା
ଚିହ୍ମରା = ଯେ ଚିହ୍ନିପାରେ
ଚୁଗୁଲି = ଖର
ଚୁଚୁମିବା = ଚୁଷିବା
ଚୁଙ୍ଗୁ ଚୁଙ୍ଗିଆ = ତରତରିଆ
ଚେକା = ଘାସଖଣ୍ତ
ଚେଙ୍ଗ = ଦାଗ
ଛଟପଟ = କଲବଲ
ଛନ‌କା = ଭୟ
ଛନ‌ଛନ = ଅସ୍ଥିର
ଛାଗୁଲେଇବା = ବିଦ୍ରୂପ କରିବା
ଛାଟିପିଟି = ଅଥୟ
ଛାଞ୍ଚୁଣୀ = ସମ୍ମାର୍ଜନୀ
ଛାରଖାର = ନଷ୍ଟ
ଛୋପରା = ଯେ ବେଲି କରେ
ଜନ୍ତାଳ = ଦେବୀଙ୍କ ନିକଟରେ ଅନୁଷ୍ଠିତ ଭୋଜି
ଜ‌ଳଜ‌ଳା = ନିର୍ଲଜ୍ଜ
ଜଳା = ଛିଦ୍ର
ଜଳାକବାଟି = ଖିଡ଼ିକି, ଗବାକ୍ଷ

ଜୁଳୁଜୁଳାପୋକ = ଖଦ୍ୟୋତ
ଜେଠପା = ବାପର ବଡ଼ ଭାଇ
ଝଗଡ଼ିବା = ବକିବା
ଝରି = ଗଡ଼ୁ
ଝଲକ = ଚକ୍‌ଚକ୍
ଝାଉଁଳିବା = ମଉଳିବା
ଝିମିଟେ = କ୍ଷଣମାତ୍ର
ଝୁଣ୍ଟିଆ = ପଦାଗ୍ର-ମୁଦ୍ରିକା
ଝୁମ୍ପୁଡ଼ି = ଶାଗବିଶେଷ
ଝୋଲାମାରିବା = ଅଚେତନ ହେବା
ଟକଳା = ଓଲିଆ
ଟମକ = ଧେଣ୍ତୁରା
ଟ‌ହଟ‌ହ = ଠୋଠୋ
ଟ‌ହଲିଆ = ସେବାକର୍ମକାରୀ
ଟ‌ହଲିବା = ବୁଲିବା
ଟାଆଁସା = କର୍କଶ
ଟାଉକା = ଡ଼ହରା
ଟାକର = ପରାଭବ
ଟାପରା = ପରିହାସ
ଟାହି = ଥଟା
ଟାହୁଲି = ଉପ‌ହାସ
ଟିଣା = ରଗୁଆ
ଟେକା = ଢ଼େଲା
ଟେହିବ = ଉସ୍କେଇବା
ଟୋପ = ଖାଲ, କାରାଗାର
ଟୋପର = ମୁକୁଟ
ଟୋଲା = ଚେପା
ଠଉରେବା = ଲକ୍ଷ୍ୟ ସ୍ଥିର କରିବା

ଠଣା = ତାକ
ଠାଣି = ଅଙ୍ଗଭଙ୍ଗୀ
ଠାପୁଆ = ଅଳସୁଆ
ଠାବ = ରହିବାର ସ୍ଥାନ
ଠାସକୁମାରିବା = ଅନୁମାନ କରିବା
ଠିକ = ଆଭ୍ରାନ୍ତ
ଠେଲିବା = ପେଲିବା
ଠେସିବା = ଠେଲିବା
ଠୋକର = ବାଧୀ
ଠୋଲା = ଦନା
ଡଉଲ = ସୁନ୍ଦର
ଡଗର = ବାର୍ତ୍ତାବ‌ହ
ଡକରା =ଡାକ
ଡବଡବା=ଡମ୍ପା
ଡହରା=ଟକଳା
ଡାକୁଆ = ଆହ୍ୱାନକାରୀ
ଡିଙ୍ଗର=ଦାସ
ଡୁଇଁବା=ବ୍ୟାକୁଳ ହେବା
ଡେଙ୍ଗୁରା = ବାଦ୍ୟବିଶେଷ
ଡେଣା=ପକ୍ଷ
ଡେରିବା = ଆଉଜାଇବା
ଡେଲଙ୍ଗିଯିବା=ନୋଚା ହେବା
ଢଗ = ପ୍ରବଚନ
ଢଙ୍ଗ=ଆଚରଣ
ଢଣା=କ୍ଳାନ୍ତ

ଢପ=ଛଇ
ଢମ=ଚାତର
ଢାଳ=ନୋଟା
ଢାଳେ=ନିଶ୍ଚୟ, ଥରେ
ଧୋକିବା= ପିଇବା
ଢୋଲା=ପେଟା
ତକିଆ = ମୁଚୁଳା
ତଡ଼ପ=ସାଦାଧୋତି
ତଣ୍ଟିଆ=ଅର୍ଦ୍ଧଚନ୍ଦ୍ର
ତରାଇ=ନାବିକ
ତାଟକା=କାବା
ତିଆରିବା=କଟକଣା କରିବା
ତୁଛେଇଁ=ଅକାରଣ
ତେଲାଉଣି = ପଲମ
ତୋଡ଼=ବେଗ
ତୋରା = ସୁନ୍ଦର
ଥଙ୍ଗେଇବା = ମଠ କରିବା
ଥଣ୍ଟା =ଚଞ୍ଚୁ
ଥଲଥଲ=ଥକଥକ
ଥାଟ=ସୈନ୍ୟ
ଥାତି= ଗଚ୍ଛିତ ଧନ
ଥୋଇଲୀ=ରାକ୍ଷିତା ସ୍ତ୍ରୀ
ଥୋପି ପଡ଼ିବା = ବୋହି ପଡ଼ିବା
ଥୋମଣି= ପଶୁର ଓଷ୍ଠ
ଥୋର=ହାତୀଶୁଣ୍ଡ
ଦକ=ଭୟ

ଦରବା = ଜୀର୍ଣ୍ଣ ବସ୍ତ୍ର
ଦରାଣ୍ତିବା = ଅଣ୍ତାଳିବା
ଦଲଦଲ = ଥଲଥଲ
ଦିହୁଡ଼ି = ମଶାଲ
ଦୁଲାଳ = ପୁତ୍ର
ଦୁଲାଳୀ = ଝିଅ
ଦୁଲଣୀ = କନ୍ୟା
ଦେହୁରି = ଜାତିବିଶେଷ
ଦୋହରା = ଦ୍ୱିତୀୟ
ଧକସକ = ଆକୁଳ
ଧକାଇବା = ଖରଶ୍ୱାସ ପକାଇବା
ଧତଡ଼ା = ଭଙ୍ଗା
ଧନ୍ଦା = ପରିଶ୍ରମ
ଧପା = ପ୍ରତାରଣା
ଧାତିକାରେ = ଶୀଘ୍ର
ଧାସ = ଉତ୍ତାପ
ଧିମା = ମନ୍ଥର
ଧୁମୁସା = କୁତ୍ସିତ ପୁରୁଷ
ଧୋକଡ଼ା = ଚୀରା
ଧୋକ = ସନ୍ଦେହ
ନଉତି = ଗୌଣୀ
ନ‌କଟେ = କିଞ୍ଚିତ୍ତ
ନନା = ବଡ଼ ଭାଇ, କ୍ୱଚିତ୍ତ ପିତା
ନଟଖଟ = ଅଡ଼ୁଆ
ନସରପସର = ଅତିବ୍ୟସ୍ତ
ନସି = ଡେମ୍ଫର ରସ
ନ‌ହରପ‌ହର = କୌଣସି କାର୍ଯ୍ୟ ଚେଷ୍ଟାରେ ଟ‌ହଲିବା
ନ‌ହୁଲି = କୋମଳ

ନ‌ହସ = ଛଳ
ନାଇବା = ପିନ୍ଧିବା
ନାତ = ଗୋଇଠା
ନାରଖାର = ଜର
ନାଳିଚା = ସ୍ନେହସମ୍ପର୍କ
ନାହାଳିବା = ମୂଷଳ ଧାରାରେ ବର୍ଷିବା
ନିଆଁଗିଳା = ନିପଟ ମିଛୁଆ
ନିଉଡ଼ିବା = ଅଜାଡ଼ିବା
ନିକୁଟିହେବା = ଖୋସାମତ କରିବା
ନିକୁଚ୍ଛ = ଅନ୍ତ‌ତଃ
ନିଖାରିବା = ତନ୍ନତନ୍ନ ଦେଖିବା
ନିଛାଟିଆ = ନିର୍ଜ୍ଜନ
ନିଠେଇବା = ଧୀରରେ କ‌ହିବା
ନିଦା = ନିବିର୍ଜ୍ଜ
ନିପଟ = ନିତାନ୍ତ
ନିରାଟ = ତୀବ୍ର
ନିଲଠା = ନିର୍ଲଜ୍ଜ
ନୁରତା = ନୀରୋଳା
ନେଞ୍ଜରା = ଅଳିଆ
ନେହୁରା = ଚାଟୁକ୍ତି
ନୋଧା = ପାଣୀବୁ‌ହା ଯନ୍ତ୍ର
ନୋଳା = ଦାଗ
ପଇତି = ରନ୍ଧା ଡ଼ାଲି
ପଇଠ = ଭରା
ପଖାଳ = ପାଣୀମିଶା ଭାତ

ବାଲିଙ୍ଗି = ଚାଖି, ଚାତର
ପଟୁଆରି = ଉତ୍ସବ
ପତନି = ପରିଧେୟ ବସ୍ତ୍ର
ପନୀର = ସୁବାସିତ ଜଳ
ପରିଛା = ସରଦାର
ପରିବା = କଞ୍ଚା ତରକାରୀ
ପରିମୁଣ୍ତା = ଅତି ସ୍ନେହରେ ଅନ୍ୟର ଅନିଷ୍ଟକୁ ନିଜେ ମୁଣ୍ତାଇ ନେବା
ପସରା = ବିକ୍ରୟପାତ୍ର
ପ‌ହଣ୍ତ = ପ୍ରତି ପଦବିକ୍ଷେପ
ପ‌ହଣିପଟ୍ଟା = ନୌକାର ପଟ୍ଟା
ପ‌ହିଲେ = ପ୍ରଥମେ
ପାଇଟି = କାର୍ଯ୍ୟ
ପାଏଡ଼ା = ପାଦକ୍ଷେପଣ ନିମିତ୍ତ ବସ୍ତ୍ର
ପାକୁଆ = ଦନ୍ତ‌ହୀନ
ପାକୁଳି = ରୋମନ୍ଥ
ପାଖରା = ଦୁଷ୍ଟ
ପାଛୋଟି = ଆଗବଳି ଆଣିବା
ପାଢ଼ୁଆ = ଗୃହୀତ ଧନର ଅଦାତା
ପାଣିପାଟିଆ = ଘରିଓଳିର ମୁହଁପଟ୍ଟା
ପାରିଧି = ଶିକାର
ପେଙ୍ଗେଇବା = ଛୋଟେଇବା
ପେଣ୍ଠା = ବାଙ୍ଗର
ପୋଇଲୀ = ଦାସୀ
ପୋପରା = ଘୃଣଖିଆ

ପ୍ରଦଳି = ଗୋଳମାଳ
ଫକାସି = ଧୈର୍ଯ୍ୟ
ଫତୁଆ = ବାସ୍ତୁର
ଫରକଟା = ଫରଚା
ଫରୁଆ = ସଂପୁଟକ
ଫବେଇବା = ଚିକ୍କଣେଇବା
ଫସରଫସା = ବୃଥା
ଫସରଫାଟିବା = ସିନ୍ଦୂରାମାରିବା
ଫସ୍କା = ଭଙ୍ଗପ୍ରବଣ
ଫାଲୁଆ = ସ୍ଥୂଳ
ଫିକା = ମଳିନ
ଫୁରୁଣା = ଆନନ୍ଦ
ଫୁଲଣା = ଆନନ୍ଦିତ
ଫୁଲାଫାଙ୍କିଆ = ଗର୍ବସ୍ଫୀତ
ଫୁସୁଲେଇବା = ଭୁଲାଇବା
ଫେଟା = ବସ୍ତ୍ର
ବକଟେ = ଅଳ୍ପ
ବଖଡ଼ = କଳହ
ବଣା = ଗୁଡ଼ପାତ୍ର, ଭ୍ରାନ୍ତ
ବଧାଇ = ପାରିତୋଷିକ
ବରଗିବା = ପଠାଇବା
ବଳା = ବାଳକ
ବାଆଁରେଇବା = ଭୂତାଇବା
ବାଇବିଛ = ଅତି ବ୍ୟସ୍ତ
ବାଇବା = ବଜାଇବା
ବାଇସ = ଠିକଣା
ବାପୁଡ଼ା = ଇତର

ବାଲିଙ୍ଗି = ଚାଖି, ଚାତର
ବାଲିଶୁଆ = ପକ୍ଷିବିଶେଷ
ବାସ୍ତୁରା = ଫତୁଆ
ବାହାନା = ଛଳ
ବାହାପିଆ = ବଗୁଲିଆ
ବାହାଲ = ତେଣ୍ତା ବା‌ଉଁଶ
ବାହୁଟୀ = ହସ୍ତାଳଙ୍କାର
ବାହୁନିବା = ଗୁଣ ସ୍ମରଣ କରି ଦୁଃଖୀ ହେବା
ବିଚରା = ବରାକ
ବିଣ୍ତି = ସ୍ଥୂଳ ଚର୍ମ
ବିଳିବିଳେଇବା = ସପ୍ନରେ ବକିବା
ବିଳୋହିବା = ସମ୍ମାନ ପ୍ରଦର୍ଶନ
ବିଶାକାଠି = ଏକପ୍ରକାର ତରାଜୁ
ବିଶଳପାତିଆ = ଦୁଷ୍ଟ
ବିଷାବଳି = ଦଣ୍ତ
ବୁଟୀ = ଔଷଧ
ବୁଲାକି = ନାସାଭୂଷଣ
ବେଣ୍ଟକାର = ବ୍ୟାଧ
ବେନି = ଉଭୟ
ଭକୁଆ = କାବା
ଭଗାରିହସା = ଲୋକ‌ହସା
ଭଣ୍ତାଇବା = ଭୁଲାଇବା
ଭାତୁଆଣି = ଭାତ ରାନ୍ଧିବାଉଷ୍ଣ ଜଳ
ଭୂତେଇବା = ପ୍ରତାରଣା କରିବା
ଭୁରୁକୁଣ୍ତା = ହୁଣ୍ତା
ଭୁରୁଡ଼େଇବା = ମିଥ୍ୟା କଳ୍ପନା
ଭୁଷୁଣ୍ତା = ମୋଟା ଅଥଚ ହୁଣ୍ତା
ଭୁସୁଡ଼ିବା = ହଠାତ୍ ବିଦୀଣ୍ଣ ହେବା

ଭେଣ୍ତିଆ = ଯୁବକ
ଭେଳାଭେଳା = ପଲପଲ
ମଗରା = ଅବାଧ୍ୟ
ମଞ୍ଚାଳିବା = ପାଦସେବା
ମଢ଼ୁଆଳ = ବସ୍ତ୍ରବିଶେଷ
ମଢ଼ୁଆଶାଙ୍କୁଳି = ପାଠଶାଳାର ଦଣ୍ତବିଶେଷ
ମଣାଇବା = ମନାଇବା
ମ‌ହକ = ବାସନା
ମ‌ହିଷଟିପା = ମଇଁଷିବେକରେ ବାନ୍ଧିଥିବା କାଠର ଘଣ୍ଟି
ମାଖରା = ନୁଖୁରା
ମାଣ୍ତି = ତକିଆ
ମିଣିପ = ପୁରୁଷ
ମୁଆଁ = ଖାଦ୍ୟଦ୍ରବ୍ୟ
ମୁଦୁସୁଲି = ରାଣୀଆଦିଙ୍କର ଦାସୀ
ମେଲିବା = ବିସ୍ତାରିବା
ଯଥା = ଦକ୍ଷିଣୀ ଲୁଗା
ଯୋଗଣ = ମଣୋହି
ରଗଡ଼ିବା = ଶିଳରେ ଦଳିବା
ରହୁବର = ରଥ
ରାହାବାଳା = କଳହପ୍ରିୟା
ରିଝାଇବା = ମଣାଇବା
ରିହ = ହିଂସା
ରୋଟ = ମୋଟ
ଲଙ୍ଗପଙ୍ଗ = ଗମନାଗମନ
ଲଡ଼ବଡ଼ିଆ = ନଟଖଟିଆ
ଲଣ୍ତଭଣ୍ତ = ଅତି ବ୍ୟସ୍ତ
ଲାଟଲୁଗା = ପାଲଟବସ୍ତ୍ର
ଲୁଚକାଳି = ଖେଳବିଶେଷ

ଲୋଡ଼ା = ଆବଶ୍ୟକ
ଶଅଳ = ଶୀଘ୍ର
ଶୟଳ = ସଂସାର
ଶକାଇବା = ଅଳ୍ପ କାନ୍ଦିବା
ଶଲଶଲ = ଗଲଗଲ
ଶୋଡ଼ୁଅ = କ୍ଷେତକୁ ପାଣି ବୋହିବାର ପାତ୍ର
ସଙ୍ଖାଳି = ଗଣ୍ଠିଧନ
ସଙ୍ଖୁଳିବା = ସ‌ହାନୁଭୂତି ଦେଖାଇବା
ସଞ୍ଚପି = ସ୍ଥିର କରି
ସନ୍ତକ = ସଙ୍ଖାଳି
ସରପୁଳି = ପିଷ୍ଟକବିଶେଷ
ସଲ = ମ‌ନ୍ଦ
ସାଆନ୍ତାଣୀ = ମାନ୍ୟା ସ୍ତ୍ରୀ
ସାଉଁଟିବା = ସଂଗ୍ରହ କରିବା
ସାକୁଳେଇବା = ମିନତି କରିବା
ସାରଣୀ = ଚରଖୀ
ସାଲୁବାଲୁ = ଗୋଳିଆପୋଳିଆ
ସଂଇହାର = ଭୂଷଣ
ସୁଡ଼ୁକା = ହାପୁରା
ସୁପାତି = ଶେଯ
ସେରନ୍ତା = ଅଲିଅର
ହଇରାଣ = ହରକତ
ହକାରିବା = ଡ଼ାକିବା
ହକାଳିବା = ଧୋଇବା
ହଟ‌ହଟା = ଲୋକ‌ହସା

ହଡ଼ପ = ତାମ୍ବୁକ ସାମଗ୍ରୀ
ହ‌ପ୍‌ପା = ଉଚ୍ଚ ଢ଼େଉ
ହମହମ = ଉଚ୍ଛନ୍ନ
ହଂସାଉଡ଼ିବା = ଝୋଲା ମାରିବା
ହଲକ = ଧୈର୍ଯ୍ୟ
ହାଉ‌ଡ଼ା = ହୁଣ୍ତା
ହାଉହାଉ = ବ‌ହୁତ
ହାଉଲେ = ଧୀରେ
ହାଦେ = ନିଶ୍ଚୟ
ହାପୁରିବା = ଜଳୀୟ ଖାଦ୍ୟ ଖାଇ‌ବା
ହାମ୍ବୋଡ଼ିବା = ଆଘାତ କରିବା
ହାଲିଆ = ନିରାଶ
ହାଳିକି = ଅପେକ୍ଷା
ହାଲୁକା = ଉଶ୍ୱାସ
ହାଲୋଳ = କୋଳାହଳ
ହୁଗୁଳା = ଢ଼ିଲା
ହୁଡ଼ିବା = ଛଡ଼ାଇନେବା
ହୁରି = ଡ଼ାକ
ହୁଣ୍ତା = ନିର୍ବୋଧ
ହୁଳା = ତପ୍ତି
ହେଟ = ଉଚ୍ଚ
ହେଣ୍ଟେଇବା = ସାହାଯ୍ୟ କରିବା
ହେଣ୍ତି = କନ୍ଧବାଦ୍ୟ
ହେରସା = ହାସ୍ୟପ୍ରିୟ
ହେଇ = ଚାହିଁ
ହେରିବା = ପ୍ରଭୃତି

ସମାପ୍ତ


Printed by V. Kar, U.S. Press, Cuttack

ବିଜ୍ଞାପନ ।


ଅପଭ୍ରଂଶବୋଧିନୀ ... ... ଟ ୦ ଙ୍କା
ଶୁଦ୍ଧବୋଧକ ... ... ଟ ୦ ଙ୍କା
ପ୍ରବନ୍ଧକଳିକା ... ... ଟ ୦ ଙ୍କା
ଚାଶାଳିମାନସାଙ୍କ ... ... ଟ ୦ ଙ୍କା

ମାନସାଙ୍କ ସାର ।

ମୂଲ୍ୟ ଛଅଣା ମାତ୍ର ।

ଏ ପୁସ୍ତକ ପ୍ରାଇଜ୍ ଲାଇବ୍ରେରି ତାଲିକାଅନ୍ତର୍ଗତ ହୋଇଅଛି । ମାନସାଙ୍କସାରର ଅର୍ଡର ଦେଲା ବେଳେ (ଅର୍ତ୍ତତ୍ରାଣ କୃତ) ଏ କଥା ଲେଖିବାକୁ ଭୁଲିବେ ନାହିଁ ।

ବାସବ ଦତ୍ତା ।

ମଲ୍ୟ ପାଞ୍ଚଅଣା ମାତ୍ର ।

ଓଡ଼ିଶାରେ ପ୍ରତ୍ୟକ ସାହିତ୍ୟ-ସେକଙ୍କର ବାରମ୍ବାର ଅନୁରୋଧରୁ ଏ ପୁସ୍ତକର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ ହୋଇଅଛି । ଚିତ୍ତବିନୋଦନ ନିମିତ୍ତ ଏହି ସୁଲଳିତ କବିତାପୁସ୍ତକ ଥରେ ପଢ଼ିବାକୁ ଆରମ୍ଭ କଲେ ଶେଷ କରି ରହି ପାରିବେ ନାହିଁ ।

ଉପରଲିଖିତ ପୁସ୍ତକମାନ ପଣ୍ଡିତ ଆକୁଳ ମିଶ୍ର କାବ୍ୟତୀର୍ଥ, ବାବୁ ରାଧାକୃଷ୍ଣ ବସୁ, ମାଣିକଘୋଷ ବଜାର ଏବଂ ଅନ୍ୟାନ୍ୟ ପୁସ୍ତକ ଦୋକାନରେ ପ୍ରାପ୍ତବ୍ୟ ।

ଚାନ୍ଦିନୀ ଚୌକ
ଶ୍ରୀ ରାଧାକୃଷ୍ଣ ଶତପଥୀ
କଟକ }

ପାରିଜାତ ପୁସ୍ତକାଳୟ