ପୃଷ୍ଠା:Prabodha Chandrika (1856).pdf/୫୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଏବଂ ଇନ୍ଦ୍ରିୟ ସକଳର ଦମନ ନ କରିବା ବିପତ୍ତିର ମାର୍ଗ ଅଟେ, ଆଉ ସେମାନଙ୍କର ଦମନ‌କରିବା ସମ୍ପତ୍ତିର ପଥ ଅଟଇ; ବର୍ତ୍ତମାନ ଯେଉଁ ମାର୍ଗରେ ଇଚ୍ଛା ସେହି ମାର୍ଗରେ ଯାଏ ।

ତାଙ୍କ ପ୍ରତି ସମସ୍ତଙ୍କର ତିରସ୍କାର ବାକ୍ୟ ଶୁଣି ଚିତ୍ରଗ୍ରୀବ କ‌ହିଲା, ଇହାର ଏ ଦୋଷ ନୁହେ; ଯେହେତୁଋ,

ଆପଦାମାପତନ୍ତୀନାଂ ହିତୋପ୍ୟାୟାତି ହେତୁନାଂ ମାତୃଜଙ୍‌ଘା ହି ବତ୍ସସ୍ୟ ସ୍ତମ୍ଭୀଭବତି ବନ୍ଧନେ ।

ହିତକାରୀସୁଦ୍ଧା ପତନଶୀଳ ଆପଦର କାରଣ ହୁଏ, ଯେମନ୍ତ ମାତୃଜଙ୍‌ଘା ବତ୍ସର ବନ୍ଧନ ନିମନ୍ତେ ସ୍ତମ୍ଭ ହୁଏ ।

ସ ବନ୍ଧୁର୍ଯୋ ବିପନ୍ନାନାମାପଦୁଦ୍ଧାରଣକ୍ଷମଃ । ନ ତୁ ଭୀତପରିତ୍ରାଣବସ୍ତୁପାଲମ୍ଭପଣ୍ତିତଃ ।।

ଅଥଚ ଯେଉଁ ବ୍ୟକ୍ତି ବିପଦ୍‌ଗ୍ରସ୍ତ ଲୋକ‌କୁ ଆପଦ‌ଋ ଉଦ୍ଧାର କରିପାରେ ସେହି ବନ୍ଧୁ, କିନ୍ତୁ ଯେ ଭୀତ ଲୋକର ପରିତ୍ରାଣ ନିମନ୍ତେ ଧନ ଗ୍ରହଣରେ ପଣ୍ତିତ ସେ ବନ୍ଧୁ ନୁହେଁ ।

ବିପତ୍କାଳରେ ବିସ୍ମୟାପନ୍ନ ହେବା କୁତ୍ସିତ ପୁଋଷର ଲକ୍ଷଣ; ଅତଏବ ଏ ସମୟରେ ଧୈର୍ଯ୍ୟ ଅବଲମ୍ବନ କରି ଉପାୟ ଚିନ୍ତା କର: ଯେହେତୁଋ,

ବିପଦ ଧୈର୍ଯ୍ୟମଥାଭ୍ୟୁଦୟେ କ୍ଷମା ସଦସି ବାତ୍କପଟୁତା ଯୁଧି ବିକ୍ରମଃ । ଯଶସି ଚାଭିଋଚି ର୍ବ୍ୟସନଂ ଶ୍ରୁତୌ, ପ୍ରକୃତିସିଦ୍ଧମିଦଂ ହି ମହାତ୍ମନାଂ ।।

ବିପତ୍କାଳରେ ଧୈର୍ଯ, ବୁଦ୍ଧିକାଳରେ କ୍ଷମା, ସଭାରେ ବାକ୍ୟର ପଟୁତା, ଯୁଦ୍ଧରେ ପରାକ୍ରମ, ଯଶରେ ଅଭିଋଚି, ଏବଂ ଶାସ୍ତ୍ରଶ୍ରବଣର ଆସକ୍ତି, ଏହିସବୁ ଉତ୍ତମ ଲୋକଙ୍କର ସ୍ୱଭାବସିଦ୍ଧ ଅଟଇ ।

ସଂପଦି ଯସ୍ୟ ନ ହର୍ଷୋ, ବିପଦି ବିଷାଦୋ ନ ରଣେ ଚ ଧୀରତ୍ବଂ । ତଂ ଭୁବନତ୍ରୟତିଳକଂ, ଜନୟତି ଜନନୀ ସୁତଂ ବିରଳଂ ।।