Jump to content

ପୃଷ୍ଠା:Prabodha Chandrika (1856).pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଯାହାର ସମ୍ପତ୍କାଳରେ ଆହ୍ଲାଦ ହୁଏନାହିଂ, ବିପତ୍କାଳରେ ବିଷାଦ ହୁଏ ନାହିଁ, ଅଥଚ ଯୁଦ୍ଧରେ ପଣ୍ତିତ ଅଟେ ଏମନ୍ତ ତ୍ରିଭୁବନଶ୍ରେଷ୍ଠ ପୁତ୍ର ଦୁର୍ଲଭ ।

ଷଡ୍‌ଦୋଷାଃ ପୁଋଷେଣେହ ହାତବ୍ୟା ଭୁତିମିଚ୍ଛତା ।

ନିଦ୍ରା ତନ୍ଦ୍ରା ଭୟଂ କ୍ରୋଧ ଆଳସ୍ୟଂ ଦୀର୍ଘସୂତ୍ରତା ।।

ପୁନଶ୍ଚ ନିଦ୍ରା, ତନ୍ଦ୍ରା, ଭୟ, କ୍ରୋଧ, ଆଳସ୍ୟ ଓ ଦୀର୍ଘସୂତ୍ରତା ଏହି ଛ ଦୋଷ ଐଶ୍ୱର୍ଯେଚ୍ଛୁ ପୁଋଷ ତ୍ୟାଗ କରିବ । ବର୍ତ୍ତମାନ ମଧ୍ୟ ଇହା କର ସମସ୍ତେ ଏକମନ ହୋଇ ଜାଲ ଘେନି ଉଡ଼; ଯେହେତୁଋ,

ଅଳ୍ପନାମ‌ପି ବସ୍ତୁନାଂ ସଂହତିଃ କାର୍ଯ୍ୟସାଧିକା ।

ତୃଣୈର୍ଗୁଣତ୍ବମାପନ୍ନୈ ର୍ବଧ୍ୟନ୍ତେ ମତ୍ତଦନ୍ତିନଃ ।।

ତୁଚ୍ଛ ବସ୍ତୁର ଯେ ସମୂହ ତ‌ହିଂରେ ସୁଦ୍ଧା କାର୍ଯ୍ୟ ସାଧନ ହୁଏ; ଯେମନ୍ତ ତୃଣ ସମୂହ ଦ୍ୱାରା ପ୍ରସ୍ତୁତ ରଜ୍ଜୁରେ ମତ୍ତ ହସ୍ତୀ ବଦ୍ଧ ହୁଏ ।

ସଂହତିଃ ଶ୍ରେୟସୀ ପୁଂସାଂ ସ୍ୱକୁଳୈରଳ୍ପକୈରପି ।

ତୁଷେଣାପି ପରିତ୍ୟକ୍ତା ନ ପ୍ରରୋହନ୍ତି ତଣ୍ତୁଳାଃ ।।

ସ୍ୱଜାତୀୟ ତୁଚ୍ଛ ବସ୍ତୁରସୁଦ୍ଧା ସମୂହ ପୁଋଷର ମଙ୍ଗଳଦାୟକ ହୁଏ । ତ‌ହିଁର ଦୃଷ୍ଟାନ୍ତ, ତୁଷରେ ବିହୀନ ହେଲେ ତଣ୍ତୁଳ‌ଋ ଅଙ୍କୁର ଜନ୍ମେ ନାହିଁ ।

ଇହା ଚିନ୍ତା କରି ସକଳ ପକ୍ଷିମାନେ ଜାଲ ଘେନି ଉପରକୁ ଉଡ଼ିଲେ । ଅନନ୍ତର ସେ ବ୍ୟାଧ ଅତିଦୂର‌ଋ ଜାଲର ଅପ‌ହାରକ କପୋତମାନଙ୍କୁ ଦେଖି ପଶ୍ଚାଦ୍ଧାବମାନ ହୋଇ ଏହି ଭାବନା କଲା, ଏ କପୋତମାନେ ସମସ୍ତେ ଏକତ୍ର ହୋଇ ଆମ୍ଭ ଜାଲକୁ ଘେନି ଯାଉଅଛନ୍ତି; କିନ୍ତୁ ଯେତେବେଳେ ତଳେ ପଡ଼ିବେ ତେତେବେଳେ ଆମ୍ଭର ବଶୀଭୂତ ହେବେ । ତଦନନ୍ତର ସେ ପକ୍ଷିସବୁ ବ୍ୟାଧର ଚକ୍ଷୁ ଦୃଷ୍ଟିଋ ଅତିକ୍ରମ ହେଲାଋ ସେହି ବ୍ୟାଧ ନିବର୍ତ୍ତ ହେଲା । ସେଠାଋ ବ୍ୟାଧକୁ ନିବର୍ତ୍ତ ଦେଖି କପୋତମାନେ କ‌ହିଲେ, ହେ ସ୍ୱାମିନ୍, ସମ୍ପ୍ରତି କି କର୍ତ୍ତବ୍ୟ? ଚିତ୍ରଗ୍ରୀବ କ‌ହିଲା,

ମାତା ମିତ୍ରଂ ପିତା ଚେତି ସ୍ୱଭାବତ୍ତ୍ରିତୟଂ ହିତଂ ।

କାର୍ଯ୍ୟକାରଣତଶ୍ଚାନ୍ୟେ ଭବନ୍ତି ହିତବୁଦ୍ଧୟଃ ।।