ପଶ୍ଚିମ ଓଡ଼ିଶା (ଭୂଧାରକ) | ରାଜାକୃଷ୍ଣଚନ୍ଦ୍ର ମାନସିଂହ ହରିଚନ୍ଦନ ମର୍ଦ୍ଦରାଜ | |
ଭ୍ରମରବର ରାୟ (ପାରିକୁଦ ରାଜା) | ||
ଶ୍ରମ ଓଡ଼ିଶା | ପ୍ୟାରୀ ଶଙ୍କର ରାୟ | କଂଗ୍ରେସ |
ଘୁମୁସର-ଉଦୟଗିରି(ମନୋନୀତ) | ଇ.ଏମ୍. ଇଭାନ୍ସ୍ | |
ସେରାଙ୍ଗ ଗଞ୍ଜାମ (ମନୋନୀତ) | ହରିପାଣି ଜେନ୍ନା | |
କୋରାପୁଟ (ମନୋନୀତ) | ଏମ୍.ଆରାବଲୁ ଆପଲାସ୍ୱାମୀ ନାଇଡ଼ୁ | |
ରାୟଗଡ଼ା (ମନୋନୀତ) | ରାଧାମୋହନ ପଣ୍ଡା |
ବିଶ୍ୱନାଥ ଦାସ କଂଗ୍ରେସ ଦଳର ଦଳପତି ନିର୍ବାଚିତ ହେଲେ । କିନ୍ତୁ ସରକାର ଓ କଂଗ୍ରେସ ଦଳ ଭିତରେ କେତେକ କାରଣରୁ ମତଭେଦ ଉପୁଜିବାରୁ କଂଗ୍ରେସ ଦଳ ସରକାର ଗଠନ କଲେ ନାହିଁ । ଫଳରେ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ପ୍ରଥମ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ସେ ହେଲେ ନୂତନ ଓଡ଼ଶ।ର ପ୍ରଥମ ପ୍ରଧ।ନମନ୍ତ୍ରୀ । ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ପ୍ରଧ।ନମନ୍ତ୍ରୀ ପଦ ରହିଥିଲା । ଏହି ମନ୍ତ୍ରିମଣ୍ଡଳ ୧୯୩୭ ମସିହା ଏପ୍ରିଲ ମାସ ପହିଲାରେ ଗଠିତ ହେଲ। । ପ୍ରଧ।ନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦୁଇ ସହଯୋଗୀ ମନ୍ତ୍ରୀ ହେଲେ ମାନ୍ଧାତା ଗୋରାଚାନ୍ଦ ପଟ୍ଟନାୟକ-ରାଜସ୍ୱ ବିଭାଗର ମନ୍ତ୍ରୀ ଓ ମୌଲବୀ ମହମ୍ମଦ ଲିତିଫର ରହମନ-ଶିକ୍ଷାମନ୍ତ୍ରୀ । ସରକାର ଓ କଂଗ୍ରେସଦଳ ମଧ୍ୟରେ ଉପୁଜିିବା ବିବାଦର ସମାଧାନ ହୋଇଯିବାରୁ କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲେ ।
ବିଶ୍ୱନାଥ ଦାସଙ୍କ ନେତୃତ୍ୱରେ ୧୯୩୭ ଜୁଲାଇ ୨୬-୨୭ ତାରିଖରେ କଂଗ୍ରେସଦଳର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କଲେ । ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କ ଦୁଇ ସହଯୋଗୀ ମନ୍ତ୍ରୀହେଲେ; ନିତ୍ୟାନନ୍ଦ କାନୁନ୍ଗୋ- ରାଜସ୍ୱ ବିଭାଗ ମନ୍ତ୍ରୀ ଓ ଶ୍ରୀ ବୋଧିରାମ ଦୁବେ-ଶିକ୍ଷାମନ୍ତ୍ରୀ । ମନ୍ତ୍ରୀ ଦ୍ୱୟଙ୍କୁ ସହାୟତା କରିବା ନିମନ୍ତେ ବିଧାୟକମାନଙ୍କ ମଧ୍ୟରୁ ଚାରିଜଣ ବ୍ୟବସ୍ଥାପକ ସଚିବ ଭାବରେ ନିଯୁକ୍ତି ପାଇଲେ । ସେମାନେ ହେଲେ ଯଦୁମଣି ମଙ୍ଗରାଜ, ଜଗନ୍ନାଥ ମିଶ୍ର, ରାଜକୃଷ୍ଣ ବୋଷ ଓ ରାଧାକୃଷ୍ଣ ବିଶ୍ୱାସ ରାୟ । ମୁକୁନ୍ଦ ପ୍ରସାଦ ଦାସ ହେଲେ ବାଚସ୍ପତି ଓ ନନ୍ଦକିଶୋର ଦାସ ହେଲେ ଉପବାଚସ୍ପତି ।
୨୮ . ଓଡ଼ିଶା ରାଜନୀତିର ଇତିହାସ