ମଞ୍ଜରୀ ଦେବୀ ଓ ଦଶପଲ୍ଲାର ରାଜା କୃଷ୍ଣଚନ୍ଦ୍ର ଦେଓ ଭଞ୍ଜ ଆଦି ଅନ୍ୟତମ । ଏମାନେ ସମସ୍ତେ କଂଗ୍ରେସର ଦଳୀୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାନସଭାକୁ ନିର୍ବାଚିତ ହୋଇ ଆସିଲେ ।
ପଶ୍ଚିମ ଓଡ଼ିଶାର ବଲାଙ୍ଗୀରର ପୂର୍ବତନ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ କଳାହାଣ୍ଡିର ପୂର୍ବତନ ମହାରାଜା ପ୍ରତାପ କେଶରୀ ଦେଓଙ୍କ ନେତୃତ୍ୱରେ 'ଗଣତନ୍ତ୍ର ପରିଷଦ' ନାମରେ ଏକ ରାଜନୈତିକ ଦଳ ଗଢିଲେ । ଏହି ଦଳ ଗଠନ ହେବା ପୂର୍ବରୁ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ 'କୋଶଳ-ଉତ୍କଳ-ପ୍ରଜାପରିଷଦ' ନାମରେ ଏକ ରାଜନୈତିକ ଦଳ ଗଠନ ହୋଇ ସାରିିଥିଲା । ଏହାର ମୁଖ୍ୟ କାର୍ଯ୍ୟାଳୟ ସମ୍ବଲପୁରଠାରେ ଥିଲା । ଶାଖା କାର୍ଯ୍ୟାଳୟ ମାନ କଳାହାଣ୍ଡି, କେନ୍ଦୁଝର, ସୋନପୁର, ଗାଙ୍ଗପୁର, ବଣେଇ, ବୌଦ୍ଧ ଓ ଆଠମଲ୍ଲିକରେ ଥିଲା । ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାରୁ ଏହି ଦଳ 'ଗଣତନ୍ତ୍ର ପରିଷଦ' ନାମରେ ସକ୍ରିୟ ହୋଇ ଉଠିଲା । ଏହି ଦଳ ପଶ୍ଚିମ ଓଡ଼ିଶାରେ ସୁସଂଗଠିତ ହେବା ସଙ୍ଗେ ସଙ୍ଗେ କେତେକ ଗଡ଼ଜାତରେ ମଧ୍ୟ ବେଶ୍ ସକ୍ରିୟ ଥିଲା ।
ପଶ୍ଚିମ ଓଡ଼ିଶାରେ ଗଣତନ୍ତ୍ର ପରିଷଦ ଓ ଉପକୂଳ ଅଞ୍ଚଳ ସମେତ ଢେଙ୍କାନାଳରେ କମ୍ୟୁନିଷ୍ଟ ଓ ସୋସାଲିଷ୍ଟ ପାର୍ଟିର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ବିଶେଷ ଭାବରେ ବ୍ୟସ୍ତ ଓ ବିବ୍ରତ ଅବସ୍ଥାରେ ନିର୍ବାଚନ ନିମନ୍ତେ ଅଣ୍ଟା ଭିଡ଼ି ବାହାରି ପଡ଼ିଲେ । ୧୯୫୧ ମସିହା ଶେଷ ଆଡ଼କୁ ଓଡ଼ିଶାରେ ନିର୍ବାଚନ ହେବା ନିମନ୍ତେ ସ୍ଥିର ହେଲା । ଓଡ଼ିଶାର ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ୧୯୫୧ ମସିହା ଡିସେମ୍ବର ୨୦ ତାରିଖରୁ ୧୯୫୨ ମସିହା ଜାନୁଆରି ୨୪ ତାରିଖ ଯାଏ ଦୀର୍ଘ ୩୬ ଦିନ ବ୍ୟାପୀ ନିର୍ବାଚନ ଅନୁଷ୍ଠିତ ହେଲା । ଏହା ହେଲା ପ୍ରଥମ ସାମ୍ବିଧାନିକ ସାଧାରଣ ନିର୍ବାଚନ ।
ଏହି ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ସୋସାଲିଷ୍ଟ ପାର୍ଟି ଓ ଗଣତନ୍ତ୍ର ପରିଷଦ ପ୍ରାର୍ଥୀ ଠିଆ କରାଇଲେ । ଯେଉଁମାନେ ଦଳୀୟ ଟିକେଟ ପାଇବାରୁ ବଞ୍ଚିତ ହେଲେ ସେମାନେ ନିର୍ଦ୍ଦଳୀୟ ବା ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିଲେ । ଏହି ସ୍ୱାଧୀନ ପ୍ରାର୍ଥୀମାନଙ୍କ ଭିତରେ ଥିଲେ ଓଡ଼ିଶାର ବହୁ ନାମୀ ଦାମୀ ନେତା ଓ ମାନ୍ୟଗଣ୍ୟ ବ୍ୟକ୍ତି । ଫରଓ୍ୱାର୍ଡ ବ୍ଲକ ତରଫରୁ ମଧ୍ୟ ପ୍ରାର୍ଥୀ ଠିଆ ହେଲେ । ଏହି ପ୍ରଥମ ସାଧାରଣ ନିର୍ବାଚନରେ ଭାରତୀୟ ଜାତୀୟ
ଓଡ଼ିଶା ରାଜନୀତିର ଇତିହାସ . ୯୧