ଓଲଟ ବୃକ୍ଷେ ଖେଳୁଛି

ଉଇକିପାଠାଗାର‌ରୁ
ଲେଖକ/କବି: ରାଧୁ ଦାସ
ଓଲଟ ବୃକ୍ଷେ ଖେଳୁଛି

ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା
ଅଠାକାଠି ପଞ୍ଜୁରୀରେ ନପଡ଼େ ଧରା ||

ସେ ପାରାର ଡ଼େଣା ନାହିଁ ଲକ୍ଷେ ଯୋଜନ ଉଡ଼ଇ
ଜଳ ଫଳ ନଭୁଞ୍ଜଇ ଅଟେ ଅମରା(ଅଜରା) ||

ପାରା ଅଛି ଯେଉଁଠାରେ କେହି ତ ଦେଖି ନପାରେ
ଶୀତଳ ବଟ ଛାୟାରେ ନପଡ଼େ ଖରା ||

ପାରା ଯେବେ ଯିବ ଉଡ଼ି ବୃକ୍ଷ ପଡ଼ିବ ଉପୁଡ଼ି
ଦାସ ରାଧୁ ବୋଲେ ଭଜ ଦୁଃଖ ପାସୋରା ||