ପୃଷ୍ଠା:Odisha Rajanitira Itihasa.pdf/୨୦୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଦାନ କଲେ । ମାର୍ଚ୍ଚ ୨୪ ତାରିଖରେ କେନ୍ଦ୍ରରେ ପ୍ରଥମ ଅଣ-କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠନ ହେଲା । ମୋରାଜୀ ଦେଶାଇ ହେଲେ ଭାରତର ପ୍ରଧାନମନ୍ତ୍ରୀ ।

କେନ୍ଦ୍ରରେ ନୂତନ ମନ୍ତ୍ରିମଣ୍ଡଳରେ ସ୍ୱରାଷ୍ଟ୍ର ବିଭାଗ ଦାୟିତ୍ୱରେ ରହିଲେ ଚୌଧୁରୀ ଚରଣ ସିଂହ । ସେ ଘୋଷଣା କଲେ ଯେ, ଯେଉଁ ରାଜ୍ୟମାନଙ୍କରେ କଂଗ୍ରେସ ଦଳ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିଛି ସେସବୁ ରାଜ୍ୟରେ କଂଗ୍ରେସ ଦଳର ଶାସନ କରିବାର ଅଧିକାର ନାହିିଁ । "ଏହି ପରିପ୍ରେକ୍ଷୀରେ ସେ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ, ସେମାନେ ଶୀଘ୍ର ଇସ୍ତଫା ଦେଇ ବିଧାନସଭା ଭାଙ୍ଗିଦେବା ନିମନ୍ତେ ସୁପାରିଶ କରନ୍ତୁ ।" ଏହି ସବୁ ରାଜ୍ୟ ହେଲା : ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ରାଜସ୍ଥାନ, ହରିଆଣା, ପଞ୍ଜାବ ଓ ଉତ୍ତରପ୍ରଦେଶ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଏତାଦୃଶ ପତ୍ରରେ ଅସନ୍ତୋଷ ପ୍ରକାଶ କରି ଏହି ରାଜ୍ୟ ସରକାରମାନେ ସୁପ୍ରିମକୋର୍ଟରେ ଅପିଲ କଲେ । ଓଡ଼ିଶା ସରକାର ହାଇକୋର୍ଟରେ ଅନୁରୂପ ପିଟିସନ ଦାଖଲ କଲେ । ଏପ୍ରିଲ ୨୯ ତାରିଖରେ ସୁପ୍ରିମ କୋର୍ଟ ଏହି ସବୁ ରାଜ୍ୟସରକାରମାନଙ୍କ ପିଟିସନକୁ ଖାରଜ କରିଦେଲେ । ଫଳରେ ଏହି ସବୁ ନଅଟି ରାଜ୍ୟର ସରକାରଙ୍କୁ କେନ୍ଦ୍ରସରକାର ବରଖାସ୍ତ କରିଦେଲେ ।

ଓଡ଼ିଶାରେ ଅନୁଷ୍ଠିତ ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ୪ଗୋଟି ଆସନ ପାଇଥିଲା ଓ କଳାହାଣ୍ଡି ଆସନରୁ କଳାହାଣ୍ଡି ରାଜା ପ୍ରତାପକେଶରୀ ଦେଓ କଂଗ୍ରେସ ସର୍ମନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ଜନତାଦଳର ୧୬ଜଣ ସଭ୍ୟଙ୍କ ମଧ୍ୟରୁ ପାଞ୍ଚଜଣ

ଓଡ଼ିଶା ରାଜନୀତିର ଇତିହାସ . ୨୦୯