ପୃଷ୍ଠା:Odisha Rajanitira Itihasa.pdf/୨୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କଂଗ୍ରେସ ବିଧାୟକ ଦଳ ନେତା ଭାବରେ ଚିନ୍ତାମଣି ପାଣିଗ୍ରାହୀ ନିର୍ବାଚିତ ହୋଇ ବିରୋଧିଦଳର ନେତା ପଦ ଗ୍ରହଣ କଲେ । ସପ୍ତମ ବିଧାନସଭାର ଏହି ନବନିର୍ବାଚିତ ସଦସ୍ୟମାନେ ୧୯୭୭ ମସିହା ଜୁନ୍‍ ୨୯ ତାରିଖ ଦିନ ଶପଥ ଗ୍ରହଣ କଲେ । ସତ୍ୟପ୍ରିୟ ମହାନ୍ତି ଓ ସୁରେନ୍ଦ୍ର ନାଥ ନାୟକ ଯଥାକ୍ରମେ ବାଚସ୍ପତି ଓ ଉପବାଚସ୍ପତି ଭାବରେ ନିର୍ବାଚିତ ହେଲେ ।

ଜାତୀୟ କଂଗ୍ରେସର ବିଭାଜନ:

୧୯୭୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ଦ୍ୱିତୀୟ ଥରପାଇଁ ବିଭାଜିତ ହେଲା । ଇନ୍ଦିରାଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ ଦଳ କଂଗ୍ରେସ (ଆଇ) ଭାବରେ ପରିଚିତ ହୋଇ 'ହାତ' ଚିହ୍ନ ନିର୍ବାଚନ ସଂକେତ ଲାଭ କଲା । ସଂଜୀବ ରେଡିଙ୍କ ନେତୃତ୍ୱରେ ପରିଚାଳିତ କଂଗ୍ରେସ 'ଗାଈ-ବାଛୁରୀ' ଚିହ୍ନକୁ ନିର୍ବାଚନ ସଂକେତ ଭାବରେ ବଜାୟ ରଖିଲା । ଓଡ଼ିଶା ବିଧାନ ସଭାରେ ଥିବା ୨୬ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୧୫ଜଣ କଂଗ୍ରେସ (ଆଇ) ଦଳକୁ ସମର୍ଥନ କରି କଂଗ୍ରେସ (ଆଇ)ର ବିଧାୟକ ଭାବରେ ପରିଚିତ ହେଲେ । ୨୦.୨.୧୯୭୮ ତାରିଖରେ ଏହି ଦଳର ନେତା ବୃନ୍ଦାବନ ନାୟକ ବିରୋଧୀ ଦଳର ନେତା ଭାବରେ ମାନ୍ୟତା ଲାଭ କଲେ । ଅନ୍ୟ ୧୧ଜଣ କଂଗ୍ରେସ ବିଧାୟକ କଂଗ୍ରେସ (ୟୁ)ର ବିଧାୟକ ଭାବରେ ପରିଚିତ ହେଲେ । କାରଣ ଦେବରାଜ ଅର୍ସ ଥିଲେ ଏହି କଂଗ୍ରେସ ଗୋଷ୍ଠୀର ସଭାପତି । ପରେ ଜାତୀୟ ସ୍ତରରେ କଂଗ୍ରେସ (ୟୁ) ଦଳ ପୂରାପୂରି ଜନତା ଦଳରେ ମିଶି ଯାଇଥିଲା, ଫଳରେ ଇନ୍ଦିରାଗାନ୍ଧୀଙ୍କ ପରିଚାଳିତ କଂଗ୍ରେସ (ଆଇ) ପ୍ରକୃତ ଜାତୀୟ କଂଗ୍ରେସ ଭାବରେ ସ୍ୱୀକୃତି ଲାଭ କଲା । ଏହି ଦଳକୁ ଗାଈ-ବାଛୁରୀ ନିର୍ବାଚନ ସଙ୍କେତ ମିଳିଲା । କିନ୍ତୁ ଦଳ ତାହାକୁ ଗ୍ରହଣ ନକରି ପୂର୍ବରୁ ପାଇଥିବା ସେହି 'ହାତ' ଚିହ୍ନକୁ ଦଳର ନିର୍ବାଚନ ସଙ୍କେତ ଭାବରେ ଗ୍ରହଣ କରିନେଲା । ଆଜିଯାଏଁ ବି 'ହାତ' ଚିହ୍ନ ଦଳର ନିର୍ବାଚନ ସଂକେତ ହୋଇ ରହିଛି ।

ଜନତା ଦଳର ବିଭାଜନ, ଦେଶାଇଙ୍କ ଇସ୍ତଫା :

ଚାରୋଟି ଅଣ-କଂଗ୍ରେସ ଓ ଅଣ କମ୍ୟୁନିଷ୍ଟ ଦଳର ସଭ୍ୟମାନଙ୍କୁ ନେଇ ଗଠିତ ଜନତା ଦଳରେ ବିଭିନ୍ନ ସମୟରେ ଆଭ୍ୟନ୍ତରୀଣ କନ୍ଦଳ ପରିଲକ୍ଷିତ ହେଲା । ତା'ଭିତରେ ଚରଣ

ସିଂହଙ୍କର ଇଚ୍ଛା, କେମିତି ପ୍ରଧାନମନ୍ତ୍ରୀ ହେବେ! ଫଳରେ ସେ ଜନତା ଦଳର କେତେଜଣ

ଓଡ଼ିଶା ରାଜନୀତିର ଇତିହାସ . ୨୧୭