ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆନନ୍ଦପୁର | ଜୟଦେବ ଜେନା | କଂଗ୍ରେସ |
ଚମ୍ପୂଆ | ଧନୁର୍ଜ୍ଜୟ ଲାଗୁଡ଼ି | କଂଗ୍ରେସ |
ଏହି ନିର୍ବାଚନରେ ବିଭିନ୍ନ ଦଳରୁ ସାତଜଣ ମହିଳାର୍ପ୍ରାୀ ନିର୍ବାଚିତ ହୋଇ ଆସିିଥିଲେ । ସେମାନେ ଓ ସେମାନଙ୍କ ନିର୍ବାଚନମଣ୍ଡଳୀଗୁଡ଼ିକ ହେଲା:
କୁଳିଅଣା | ସରସ୍ୱତୀ ହେମ୍ବ୍ରମ୍ | କଂଗ୍ରେସ |
ଭୋଗରାଇ | ଉମାରାଣୀ ପାତ୍ର | କଂଗ୍ରେସ |
ଖଲ୍ଲିକୋଟ | ଭି.ସୁଜ୍ଞାନ କୁମାରୀ ଦେଓ | ଜନତାଦଳ |
ପଟାଙ୍ଗୀ | ଚନ୍ଦ୍ରମା ସାନ୍ତା | କଂଗ୍ରେସ |
ଉମରକୋଟ | ପରମା ପୂଜାରୀ | କଂଗ୍ରେସ |
ଢେଙ୍କାନାଳ | ନନ୍ଦିନୀ ଶତପଥୀ | ସ୍ୱାଧୀନ |
ରଘୁନାଥ ପାଲ୍ଲୀ | ଫ୍ରିଡା ଟପ୍ନୋ | କଂଗ୍ରେସ |
ସର୍ବସମ୍ମତି କ୍ରମେ ଜାନକୀ ବଲ୍ଲଭ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହେଲେ ଓ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ୧୯୮୫ ମସିହା ମାର୍ଚ୍ଚ ୧୦ ତାରିଖ ଦିନ ଶପଥ ଗ୍ରହଣ କଲେ । ମାନ୍ୟବର ରାଜ୍ୟପାଳ ବିଶ୍ୱମ୍ଭର ନାଥ ପାଣ୍ଡେ ତାଙ୍କୁ ଶପଥ ଗ୍ରହଣ କରାଇଲେ । ମାର୍ଚ୍ଚ ୧୨ ତାରିଖରେ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଶପଥ ଗ୍ରହଣ କଲେ । ସେମାନଙ୍କ ଭିତରେ ରହିଲେ ୫ଜଣ କ୍ୟାବିନେଟ ମନ୍ତ୍ରୀ ଓ ୧୦ଜଣ ରାଷ୍ଟ୍ର ପାହ୍ୟା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତ୍ରିମଣ୍ଡଳଟି ଏହିପରି ଭାବରେ ଗଢ଼ାଯାଇ ବିଭାଗ ବଣ୍ଟନ କରାଗଲା ।
ଓଡ଼ିଶା ରାଜନୀତିର ଇତିହାସ . ୨୪୫