ପୃଷ୍ଠା:Odisha Rajanitira Itihasa.pdf/୨୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚତୁର୍ବିଂଶ ପରିଚ୍ଛେଦ
ଦଶମ ଓଡ଼ିଶା ବିଧାନସଭା : ୨୭ ବର୍ଷ ପରେ
ମୁଖ୍ୟମନ୍ତ୍ରୀ ଆସନରେ ବିଜୁବାବୁ

ସଂସାରର ପ୍ରତ୍ୟେକ କ୍ଷେତ୍ରରେ ଉତ୍‍‌ଥାନ ପତନ ଲାଗି ରହିଛି । ଏହି ଦଶମ ବିଧାନସଭା ନିର୍ବାଚନରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଜନତାଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପଛରେ ପକାଇ ୧୪୭ଟି ରୁ ୧୨୩ଟି ଆସନ ଲାଭ କରି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କଲା । ଏହା ପୂର୍ବର ଦୁଇଟି ବିଧାନସଭା ନିର୍ବାଚନରେ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ୮ମ ଓ ୯ମ ବିଧାନସଭା ନିର୍ବାଚନରେ ସମାନ ସଂଖ୍ୟକ ୧୧୭ଟି କରି ଆସନ ଲାଭ କରିଥିଲା । ହେଲେ ୧୦ମ ବିଧାନସଭା ନିର୍ବାଚନରେ ପାଇଲା ମାତ୍ର ୧୦ଟି ଆସନ ।

ଏହି ନିର୍ବାଚନରେ ଥିଲେ ସମୁଦାୟ ୯୧୩ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ କଂଗ୍ରେସର ୧୪୫, ଜନତାଦଳର ୧୩୯, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୯, ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ୩, ଭାରତୀୟ ଜନତାପାର୍ଟିର ୬୨, ଜନତା ପାର୍ଟି ୬୧, ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଥିଲେ ୪୯୪ଜଣ ପ୍ରାର୍ଥୀ । ଏହି ନିର୍ବାଚନରେ ଜନତା ଦଳ, ଦୁଇ କମ୍ୟୁନିଷ୍ଟ ଦଳ ସହ ମେଣ୍ଟ କରି ସେମାନଙ୍କୁ ୧୨ଟି ଆସନ ଛାଡି ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଥିଲା । ହେଲେ ଶେଷ ସମୟରେ , ସେମାନଙ୍କୁ ମାତ୍ର ୮ଟି ଆସନ ଛାଡି ଅନ୍ୟ ୪ଟି ଆସନରେ ବନ୍ଧୁତ୍ୱପୂର୍ଣ୍ଣ ଲଢେଇରେ ଅବତୀର୍ଣ୍ଣ ହୋଇଥିଲା ।

୧୦ମ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ୧୯୯୦ ଫେବ୍ରୁଆରି ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜନତାଦଳ ୧୨୩, ଜାତୀୟ କଂଗ୍ରେସ ୧୦, ବିଜେପି ୨, ସି.ପି.ଆଇ ୫, ସି.ପି.ଏମ୍‍. ୧ ଓ ସ୍ୱାଧୀନ ସଭ୍ୟମାନେ ୬ଟି ଆସନ ଲାଭ କରିଥିଲେ । ନିର୍ବାଚିତ ସଭ୍ୟମାନଙ୍କ ମଧ୍ୟରେ ଥିଲେ ୭ଜଣ ମହିଳା ସଦସ୍ୟ । ସେମାନେ ହେଲେ- ନନ୍ଦିନୀ ଶତପଥୀ (କଂ)- ଗନ୍ଦିଆ (ଢେ଼ଙ୍କାନାଳ), ଡାକ୍ତର କମଳା ଦାସ- (ଜନତାଦଳ)- ଭୋଗରାଇ (ବାଲେଶ୍ୱର),୨୫୪ . ଓଡ଼ିଶା ରାଜନୀତିର ଇତିହାସ