ପୃଷ୍ଠା:Odisha Rajanitira Itihasa.pdf/୨୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଞ୍ଚବିଂଶ ପରିଚ୍ଛେଦ

ଏକାଦଶ ଓଡ଼ିଶା ବିଧାନସଭା :

ଜାନକୀବାବୁ ତୃତୀୟର ମୁଖ୍ୟମନ୍ତ୍ରୀ

ଏକାଦଶ ଓଡ଼ିଶା ବିଧାନସଭା ନିମନ୍ତେ ୧୪୭ଟି ଯାକ ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଲା । ପ୍ରଥମ ପର୍ଯ୍ୟାୟରେ ୧୯୯୫ ମସିହା ମାର୍ଚ୍ଚମାସ ୭ ତାରିଖରେ ୭୧ଟି ଆସନପାଇଁ ଓ ମାର୍ଚ୍ଚ ୯ ତାରିଖରେ ୭୬ଟି ଆସନ ପାଇଁ ଭୋଟ୍‍ ଗ୍ରହଣ କରାଯାଇ ମାର୍ଚ୍ଚ ୧୫ ତାରିଖରେ ବିଧାନସଭା ଗଠିତ ହେଲା । ଏହି ନିର୍ବାଚନରେ କଂଗ୍ରେସ-୮୦, ଜନତାଦଳ-୪୬, ବିଜେପି - ୯, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା-୪, ଝାଡଖଣ୍ଡ ପିପୁଲସ୍‍ ପାର୍ଟି-୧, ଭାରତୀୟ କମ୍ୟୁନିଷ୍ଟ ପାର୍ଟି-୧ ଓ ସ୍ୱାଧୀନ ପ୍ରାର୍ଥୀ ୬ଟି ଆସନ ଲାଭ କଲେ । କଂଗ୍ରେସ ହେଲା ଏକକ ସଂଖ୍ୟା ଗରିଷ୍ଠ ଦଳ । ବିଭିନ୍ନ ଦଳରୁ ୭ଜଣ ମହିଳା ପ୍ରାର୍ଥୀ ନିର୍ବାଚିତ ହୋଇ ଆସିଲେ । ସେମାନେ ହେଲେ- ସରସ୍ୱତୀ ହେମ୍ବ୍ରମ୍ (କଂ)- ଖୁଣ୍ଟା, କମଳା ଦାସ (ଜ.ଦ)ଭୋଗରାଇ, ବିଜୟଲକ୍ଷ୍ମୀ ସାହୁ (କଂ)- କଟକ ସଦର, ଉଷାରାଣୀ ପଣ୍ଡା (କଂ)- ଆସ୍କା, ପରମା

ଓଡ଼ିଶା ରାଜନୀତିର ଇତିହାସ ୨୬୯