ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନିରଞ୍ଜନ ପଟ୍ଟନାୟକ | : | ଶିଳ୍ପ, ହସ୍ତତନ୍ତ ଓ ବୟନଶିଳ୍ପ, ହସ୍ତ ଓ କୁଟୀର ଶିଳ୍ପ |
ପ୍ରସନ୍ନ କୁମାର ଦାସ | : | ପରିବେଶ, ବିଜ୍ଞାନ ଓ କାରିଗରୀ |
ଭାଗବତ ପ୍ରସାଦ ମହାନ୍ତି | : | ଯୋଜନା ସମନ୍ୱୟ ଓ ଉଚ୍ଚ ଶିକ୍ଷା |
ଭୂପିନ୍ଦର ସିଂହ | : | ପର୍ଯ୍ୟଟନ ଓ ସଂସ୍କୃତି, |
ହବିବୁଲ୍ଲା ଖାଁ | : | ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ |
ହରିହର ସ୍ୱାଇଁ | : | ପୂର୍ତ୍ତ |
ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ :
ଅମରନାଥ ପ୍ରଧାନ | : | ନଗର ଉନ୍ନୟନ |
ଜଗନ୍ନାଥ ରାଉତ | : | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ |
ନେତ୍ରାନନ୍ଦ ମଲ୍ଲିକ | : | ସୂଚନା ଓ ଲୋକସଂପର୍କ |
ପ୍ରକାଶ ଦେବତା | : | ମତ୍ସ୍ୟ ଓ ପଶୁସମ୍ପଦ ବିକାଶ |
ରାଷ୍ଟ୍ରମନ୍ତ୍ରୀ
ଗଦାଧର ମାଝି | : | କଲ୍ୟାଣ, |
ନବୀନଚନ୍ଦ୍ର ନାରାୟଣ ଦାସ | : | ପଞ୍ଚାୟତିରାଜ, |
ବିଜୟଲକ୍ଷ୍ମୀ ସାହୁ | : | ମହିଳା ଓ ଶିଶୁ ବିକାଶ |
ରବୀନ୍ଦ୍ର କୁମାର ସେଠୀ | : | ସମବାୟ |
ସୁରେଶ କୁମାର ରାଉତରାୟ | : | କ୍ରୀଡା ଓ ଯୁବସେବା |
ବାଚସ୍ପତି ଓ ଉପବାଚସ୍ପତି :
ନବନିର୍ବାଚିତ ବିଧାନସଭା ସଦସ୍ୟମାନେ ୧୯୯୫ ମାର୍ଚ୍ଚ ମାସ ୨୦,୨୧ ଓ ୨୨ ତାରିଖ
ଦିନ ଶପଥ ଗ୍ରହଣ କଲେ । ବିଧାନସଭାର ବରିଷ୍ଠ ସଭ୍ୟ ଘାସିରାମ ମାଝି ଅସ୍ଥାୟୀ ବାଚସ୍ପତି
ଭାବରେ ନିଯୁକ୍ତି ପାଇ ସଦସ୍ୟମାନଙ୍କୁ ଶପଥପାଠ କରାଇଲେ । ମାର୍ଚ୍ଚ ୨୨ ତାରିଖରେ କଂଗ୍ରେସ
ଦଳର ବିଧାୟକ କିଶୋର ଚନ୍ଦ୍ର ପଟେଲ ସର୍ବସମ୍ମତି କ୍ରମେ ବାଚସ୍ପତି ଭାବରେ ନିର୍ବାଚିତ ହେଲେ ।
ମାର୍ଚ୍ଚ ୨୮ ତାରିଖ ରେ ସେହି କଂଗ୍ରେସ ଦଳର ସଦସ୍ୟ ଚିନ୍ତାମଣି ଦ୍ୟାନ ସାମନ୍ତରାୟ ଉପବାଚସ୍ପତି
ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହେଲେ ।
କିଶୋର ଚନ୍ଦ୍ର ପଟେଲ ୧୯୯୬ ମସିହା ଜାନୁଆରି ୧୪ ତାରିଖରେ ବାଚସ୍ପତି ପଦରୁ ଇସ୍ତଫା ପ୍ରଦାନ କରି ମନ୍ତ୍ରିମଣ୍ଡଳରେ ଯୋଗଦାନ କରିବାରୁ ସେହିଦିନ ଉପ-ବାଚସ୍ପତି ଚିନ୍ତାମଣି ଦ୍ୟାନ ସାମନ୍ତରାୟ ବାଚସ୍ପତି ପଦର ଦାୟିତ୍ୱ ଗ୍ରହଣ କଲେ ଏବଂ ଫେବ୍ରୁଆରି ୧୨ ତାରିଖରେ
୨୭୬ ଓଡ଼ିଶା ରାଜନୀତିର ଇତିହାସ