ପୃଷ୍ଠା:Odisha Rajanitira Itihasa.pdf/୨୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗ୍ରହଣ କଲେ । ୧୧.୧୦.୧୯୯୬ ରେ ସୋରୋ ଓ ଭୁବନେଶ୍ୱର ବିଧାନସଭା ଆସନ ଦୁଇଟିର ଉପନିର୍ବାଚନରେ ଯଥାକ୍ରମେ କଂଗ୍ରେସ ପ୍ରାର୍ଥିନୀ ଇନ୍ଦୁରାଣୀ ମହାପାତ୍ର ଓ ବିଜେପି ପ୍ରାର୍ଥୀ ବିଶ୍ୱଭୂଷଣ ହରିଚନ୍ଦନ ବିଜୟଲାଭ କଲେ । ଶ୍ରୀମତୀ ମହାପାତ୍ର ୨୪ତାରିଖରେ ଓ ଶ୍ରୀ ହରିଚନ୍ଦନ ୨୯ ତାରିଖରେ ଶପଥ ଗ୍ରହଣ କଲେ ।

୮.୨.୧୯୯୬ରେ କାମାକ୍ଷାନଗର ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥିନୀ ଶ୍ରୀମତୀ ପ୍ରେମଲତା ମହାପାତ୍ର ବିଜୟଲାଭ କରି ୨୦ତାରିଖରେ ବିଧାୟିକା ଭାବରେ ଶପଥ ଗ୍ରହଣ କଲେ ।

୯.୫.୧୯୯୭ରେ ଦଶପଲ୍ଲା ଓ ନୂଆପଡା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଲା । ଏହି ଉପନିର୍ବାଚନରେ ଯଥାକ୍ରମେ ସ୍ୱାଧୀନ ପ୍ରାର୍ଥୀ ହରିହର କରଣ ଓ କଂଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକ ନିର୍ବାଚିତ ହେଲେ । ଶ୍ରୀ କରଣ ଜୁନ୍‍ ୪ତାରିଖରେ ଓ ଶ୍ରୀ ପଟ୍ଟନାୟକ ଜୁନ୍‍ ୧୧ତାରିଖରେ ବିଧାୟକ ଭାବରେ ଶପଥ ଗ୍ରହଣ କଲେ ।

୨୨.୨.୧୯୯୮ରେ ବ୍ରଜରାଜ ନଗର ଓ ଦେବଗଡ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଯଥାକ୍ରମେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ କେଶବ ସାହୁ ଓ ବିଜେପି ପ୍ରାର୍ଥୀ ସୁବାସ ଚନ୍ଦ୍ର ପାଣିଗ୍ରାହୀ ନିର୍ବାଚିତ ହୋଇ ମାର୍ଚ୍ଚ ୯ ତାରିଖରେ ଶପଥ ଗହଣ କଲେ । ୩.୬.୧୯୯୮ରେ ଭଣ୍ଡାରିପୋଖରୀ, ଖୋର୍ଦ୍ଧା, ଜୁନାଗଡ, ବରଗଡ ଓ ବଣାଇ ବିଧାନସଭା ଆସନପାଇଁ ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ଏହି ସବୁ ନିର୍ବାଚନ ମଣ୍ଡଳୀରେ ଯଥାକ୍ରମେ କଂଗ୍ରେସ ପ୍ରାର୍ଥୀ କୁମାର ଶ୍ରୀ ଚିରଞ୍ଜୀବ, ଦିଲ୍ଲୀପ ଶ୍ରୀଚନ୍ଦନ, ବିଜେପି ପ୍ରାର୍ଥୀ ହିମାଂଶୁ ଶେଖର ମେହେର, ବିଜେଡି ପ୍ରାର୍ଥୀ ଆନନ୍ଦ ଆଚାର୍ଯ୍ୟ ଓ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ବିଧାନସଭାକୁ ନିର୍ବାଚିତ ହୋଇ ୮ତାରିଖରେ ଶପଥ ଗ୍ରହଣ କଲେ ।

୨୧.୬.୧୯୯୯ରେ ଲକ୍ଷ୍ମୀପୁର ବିଧାନସଭା ଆସନର ଉପ-ନିର୍ବାଚନ ଅନୁଷ୍ଠିତ ହେଲା । ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇ ବିଧାନସଭା ସଦସ୍ୟ ଭାବରେ ଜୁନ୍‍ ୨୮ତାରିଖରେ ଶପଥ ଗ୍ରହଣ କଲେ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଭଞ୍ଜନଗର ବିଧାନସଭା ଆସନର ନିର୍ବାଚିତ ପ୍ରତିନିଧି ବିକ୍ରମ କେଶରୀ ଆରୁଖ୍‍ ଅଯୋଗ୍ୟ ବିବେଚିତ ହୋଇ ୧୪.୯.୧୯୯୯ ଠାରୁ ସଭ୍ୟପଦ ହରାଇଲେ ।

ଜାନକୀଙ୍କ କାର୍ଯ୍ୟକ୍ରମ : ଦୁଇଟଙ୍କିଆ ଚାଉଳ

ରାଜ୍ୟର ୧୧ଟି ଆଦିବାସୀ ଅଧ୍ୟୁଷିିତ ଓ ୨୫ଟି ମରୁଡି ପ୍ରବଣ ବ୍ଲକରେ କିଲୋ ୨ଟଙ୍କା ଦରରେ ଚାଉଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା । ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଗୁମ୍ମାଠାରେ ଏକ ବିଶାଳ ଜନସମାବେଶରେ ଏହି ଯୋଜନାର ଶୁଭାରମ୍ଭ କଲେ । ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ପ୍ରକାଶ କଲେ ଯେ, ଦଶବର୍ଷ ତଳେ

ଓଡ଼ିଶା ରାଜନୀତିର ଇତିହାସ ୨୮୧