ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବରଗଡ | ଆନନ୍ଦ ଆଚାର୍ଯ୍ୟ | ବିଜେଡ଼ି |
ସମ୍ବଲପୁର | ଜୟନାରାୟଣ ମିଶ୍ର | ବିଜେପି |
ବ୍ରଜରାଜନଗର | ଅନୁପ କୁମାର ସାଏ | କଂଗ୍ରେସ |
ଝାରସୁଗୁଡ଼ା | କିଶୋର କୁମାର ମହାନ୍ତି | ବିଜେଡ଼ି |
ଲାଇକେରା | ହେମାନନ୍ଦ ବିଶ୍ୱାଳ | କଂଗ୍ରେସ |
କୁଚିଣ୍ଡା | ରବିନାରାୟଣ ନାୟକ | ବିଜେପି |
ରେଢ଼ାଖୋଲ | ସନାତନ ବିଶି | ବିଜେଡ଼ି |
ଦେଓଗଡ଼ | ସୁବାସ ଚନ୍ଦ୍ର ପାଣିଗ୍ରାହୀ | ବିଜେପି |
ସୁନ୍ଦରଗଡ଼ | ଶଙ୍କର୍ଷଣ ନାୟକ | ବିଜେପି |
ତଲସରା | ଗଦାଧର ମାଝି | କଂଗ୍ରେସ |
ରାଜଗାଙ୍ଗପୁର | ମଙ୍ଗଳା କିଷାନ୍ | ବିଜେଡ଼ି |
ବୀରମିତ୍ରପୁର | ଜର୍ଜ ତିର୍କୀ | ବିଜେଡ଼ି |
ରାଉରକେଲା | ଅଜିତ ଦାସ | ବିଜେଡ଼ି |
ରଘୁନାଥପଲ୍ଲୀ | ଶଙ୍କର ଓରାମ | ବିଜେପି |
ବଣାଇ | ଦୟାନିଧି କିଷାନ୍ | ବିଜେପି |
ଚମ୍ପୁଆ | ସହରାଇ ଓରାମ | ସ୍ୱାଧୀନ |
ପାଟଣା | ଗୌରହରି ନାୟକ | ବିଜେପି |
କେନ୍ଦୁଝର | ମୋହନ ଚରଣ ମାଝି | ବିଜେପି |
ତେଲକୋଇ | ନୀଳାଦ୍ରି ନାୟକ | ବିଜେଡ଼ି |
ରାମଚନ୍ଦ୍ରପୁର | ବଦ୍ରିନାରାୟଣ ପାତ୍ର | ସ୍ୱାଧୀନ |
ଆନନ୍ଦପୁର | ମାୟାଧର ଜେନା | ବିଜେପି |
ମିଳିତ ମନ୍ତ୍ରିମଣ୍ଡଳ ଗଠନ :
ନବୀନ ପଟ୍ଟନାୟକ ବିଜୁ ଜନତା ବିଧାୟକ ଦଳର ନେତା ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲେ । ସେହିପରି ଭାରତୀୟ ଜନତାପାର୍ଟି ବିଧାୟକ ଦଳର ନେତା ଭାବରେ ବିଶ୍ୱଭୂଷଣ ହରିଚନ୍ଦନ ସର୍ବସମ୍ମତିକ୍ରମେ ନିର୍ବାଚିତ ହେଲେ । ଦୁଇ ଦଳର ବିଧାୟକଙ୍କ ମିଳିତ ବୈଠକରେ ବିଜେଡ଼ି-ବିଜେପି ମେଣ୍ଟର ନେତା ଭାବରେ ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତିକ୍ରମେ ନିର୍ବାଚିତ କରାଗଲା । ଏହାପରେ ନବୀନ ପଟ୍ଟନାୟକ ମାନ୍ୟବର ରାଜ୍ୟପାଳ ଶ୍ରୀ ଏମ୍. ଏମ୍. ରାଜେନ୍ଦ୍ରନ୍ଙ୍କୁ ସାକ୍ଷାତ କଲେ ସରକାର ଗଠନ ନିମନ୍ତେ । ରାଜ୍ୟପାଳ ନବୀନବାବୁଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କଲେ । ମାର୍ଚ୍ଚ ୫ ତାରିଖ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସ । ୨୦୦୦ ମସିହାର ଏହି ତାରିଖରେ ନବୀନ ପଟ୍ଟନୟକ ମିଳିତ ମନ୍ତ୍ରିମଣ୍ଡଳର ମୁଖ୍ୟମନ୍ତ୍ରୀ ଭାବରେ ଶପଥ
୨୯୬ * ଓଡ଼ିଶା ରାଜନୀତିର ଇତିହାସ