ପୃଷ୍ଠା:Odisha Rajanitira Itihasa.pdf/୨୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂବନେଶ୍ୱର ପ୍ୟାରେଡ଼ ପଡ଼ିଆଠାରେ ଏକ ସାଧାରଣ ସଭାରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ଜାନ‌କୀବଲ୍ଲଭ ପଟ୍ଟନାୟକ ଉପସ୍ଥିତ ରହି ବକ୍ତୃତା ପ୍ରଦାନ କରିିଥିଲେ । ଶ୍ରୀମତୀ ଗାନ୍ଧୀ ଏହି ସଭାରେ କହିଥିଲେ, "ମୁଁ କ୍ଷମତାରେ ରହେ କି ନ ରହେ, ମୋ ଜୀବନର ଶେଷ ରକ୍ତବିନ୍ଦୁ ଦେଶ ସେବାରେ ନିୟୋଜିତ ହେବ ।"

ତା'ପରଦିନ ସେ ତାଙ୍କର ନିରାପତ୍ତା ରକ୍ଷୀଙ୍କ ଗୁଳିମାଡରେ ଦିଲ୍ଲୀ ଠାରେ ପ୍ରାଣତ୍ୟାଗ କଲେ । ଦେଶବାସୀ ସ୍ତମ୍ଭୀଭୂତ ହୋଇଗଲେ ।

ଅଷ୍ଟମ ବିଧାନସଭାର ମୋଟ ୧୦ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ୧୭୬ଟି ବୈଠକ ବସିିଥିଲା । ଅଷ୍ଟମ ବିଧାନସଭା ୧୯୮୫ ମସିହା ମାର୍ଚ୍ଚ ୯ତାରିଖରେ ଭଙ୍ଗ ହେଲା ଓ ସେହିଦିନ ମନ୍ତ୍ରିମଣ୍ଡଳ ଇସ୍ତଫା ପ୍ରଦାନ କଲା ।

* * *

ଓଡ଼ିଶା ରାଜନୀତିର ଇତିହାସ . ୨୩୭