ପୃଷ୍ଠା:Odisha Rajanitira Itihasa.pdf/୨୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(ଆଇ) ପ୍ରାର୍ଥନୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲୋକଦଳ (ଜନତା ଏସ୍‍) ପ୍ରାର୍ଥୀ ରବି ରାୟଙ୍କୁ ହରାଇ ନିର୍ବାଚିତା ହେଲେ । ଶ୍ରୀମତୀ ପଟ୍ଟନାୟକ ୧,୫୬,୯୦୬ ଭୋଟ ପାଇଥିଲେ ।

ରାଜ୍ୟର ସାମୂହିକ ବିକାଶ :

ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶାସନ କାଳରୁ ହିିଁ ଓଡ଼ିଶା ଶାସନରେ ସ୍ଥିରତା ପରିଲକ୍ଷିତ ହେଲା । ତାଙ୍କ ପୂର୍ବରୁ ସାଂସଦ ଜୟନ୍ତୀ ପଟ୍ଟନାୟକ ୧୯୬୧-୧୯୮୦ ମସିହା ମଧ୍ୟରେ ରାଜ୍ୟରେ ୯ ଥର ମନ୍ତ୍ରିମଣ୍ଡଳ ବଦଳିବା ସହିତ ଦୁଇଥର ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ସ୍ଥିର ଶାସନ ଯୋଗୁଁ ରାଜ୍ୟରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେଲା । କଳାହାଣ୍ଡି, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଉନ୍ନୟନ ପାଇଁ କେବିକେ ଯୋଜନାର ଶୁଭାରମ୍ଭ ସହିତ ନାଲକୋ ନିର୍ମାଣ କାର୍ଯ୍ୟର ଆରମ୍ଭ ହେଲା । ରାଜ୍ୟରେ ପ୍ରଥମ ଥର ପାଇଁ ଲୋକପାଳ ନିଯୁକ୍ତ ହେଲେ । ଜଷ୍ଟିସ୍‍ ବାଳକୃଷ୍ଣ ପାତ୍ର ଓଡ଼ିଶାର ପ୍ରଥମ ଲୋକପାଳ ଭାବରେ ୧୯୮୩ ମସିହା ନଭେମ୍ବର ୧୭ ତାରିଖରେ କାର୍ଯ୍ୟଭାର ଗ୍ରହଣ କଲେ ।

ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କଦ୍ୱାରା ୧୯୮୪ ମସିହାରେ ବଲାଙ୍ଗୀର ଜିଲ୍ଲାର ସଇଁତଳାଠାରେ ଗୋଳାବାରୁଦ କାରଖାନାର ଭିତ୍ତି ସ୍ଥାପନ ହେଲା । ତାଳଚେର- ସମ୍ବଲପୁର ରେଳପଥର ମଧ୍ୟ ଭିତ୍ତିପ୍ରଦାନ କରାଗଲା । ବିଜ୍ଞାନକୁ ଲୋକପ୍ରିୟ କରିବାପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଓରେଡ଼ା (OREDA), ଓଡ଼ିଶା କମ୍ପୁଟର ଆପ୍ଲିକେସନ ସେଣ୍ଟର (OCAC), ଓଡ଼ିଶା ସୁଦୂର ପର୍ଯ୍ୟବେକ୍ଷଣ ଉପଯୋଗ କେନ୍ଦ୍ର (ORSAC) ଏବଂ ଓଡ଼ିଶା ବିଜ୍ଞାନ ଏକାଡେମୀ ପ୍ରତିଷ୍ଠା ହେଲା । ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ଗମନାଗମନର ସୁବିଧା ନିମନ୍ତେ ପ୍ରଥମଥର ପାଇଁ ନୂଆଦିଲ୍ଲୀ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ହେଲା । ପୁରୀ ନୂଆଦିଲ୍ଲୀ ମଧ୍ୟରେ ନୀଳାଚଳ ଏକ୍ସପ୍ରେସ ନାମରେ ଏକ ସୁପରଫାଷ୍ଟ ଟ୍ରେନର ଚଳାଚଳ ମଧ୍ୟ ଆରମ୍ଭ ହେଲା ।

ରାଜ୍ୟରେ ଶିଳ୍ପର ବିକାଶ ପାଇଁ ନୂତନ ଶିଳ୍ପନୀତି ପ୍ରସ୍ତୁତ ହେଲା । ହଜାରେ ଦିନରେ ହଜାରେ କୋଟି ଟଙ୍କା ବ୍ୟୟରେ ହଜାରେ ଶିଳ୍ପ ପ୍ରତିଷ୍ଠା କଥା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଘୋଷଣା କଲେ । କଟକ ସହର ଉପକଣ୍ଠ ଜଗତପୁରଠାରେ ଓ ଭୁବନେଶ୍ୱରର

ମଞ୍ଚେଶ୍ୱରଠାରେ ନୂତନ ଶିଳ୍ପାଞ୍ଚଳମାନ ଗଢ଼ି ଉଠିଲା ।

ଓଡ଼ିଶା ରାଜନୀତିର ଇତିହାସ . ୨୩୫