ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଧୀରେ ଧୀରେ ତତେ ଭୁଲିଯିବେ । ଜାଣିଥା, ଏବେ ତୋ ଲୋକେ ନୋଟ୍ ଦେଇ ମୋ ଲୋକଙ୍କଠୁ ଆଉ ଶସ୍ତାରେ ଭୋଟ୍ କିଣି ପାରିବେ ନାହିଁ । ଏଥର ଦି ଟଙ୍କାରେ ଚାଉଳ ଦେଲେ ସିନା, ଆର ଥରକୁ ଦେବେ ମାଗଣା । ତା ଆର ଥରକୁ ଚାଉଳ ନ ଦେଇ ମତେ ରାନ୍ଧି ଖୁଆଇବେ । ମୋତେ ସାଙ୍ଗରେ ନ ନେଲେ ନିର୍ବାଚନ ଜିତିବା ମୁସ୍କିଲ ହେବ । ତେଣୁ ମୋ ଶକ୍ତି ତୋଠୁ ଅଧିକ । ସବୁ ଶୁଣି ସାରିଲା ପରେ ଡାଲି କହିଲା- ହଉ ହେଲା, ଏସବୁ କଥା ଛାଡ଼ । ଏବେ ନେତା, ବାବୁ ଓ ଲାଲାଙ୍କୁ କହ ଆମ ଦୁହିଁଙ୍କୁ ପୁଣି ଏକାଠି କରି ଦିଅନ୍ତୁ । ବିରହ ଅସହ୍ୟ ହେଲାଣି ।
୧୬ ଅକ୍ଟୋବର, ୨୦୦୯
ବିକଳ୍ପ ବିଶ୍ୱ ୩୩୯