ଉନବିଂଶ ଶତାବ୍ଦୀର ଶେଷ ବେଳକୁ ନିଉଟନୀୟ ଯାନ୍ତି କୀ, ତାପଗତି, ବାଷ୍ଟର ଅଣୁ ଗତି ତତ୍ତ୍ବ, ମାକ୍ସୱେଲଙ୍କ ବୈଦ୍ଯୁତିକ-ଚୁମ୍ବକୀୟ ତତ୍ତ୍ବ ଏବଂ ଆଲୁଅର ଚରଙ୍ଗ ତତ୍ତ୍ବ ସର୍ବସମ୍ମତ ପଦାର୍ଥ ବିଜ୍ଞାନର ଆଧାର ହୋଇସାରିଥିଲା । ମନେ ହେଉଥିଲା ଯେ ପଦାର୍ଥ ବିଜ୍ଞାନର ସବୁ ଗୁରୁତ୍ବପୂର୍ଣ୍ଣ ତତ୍ତ୍ବ ଆବିଷ୍ଣୁତ ହୋଇସାରିଛି ଏବଂ ଆବିଷ୍କାର କରିବା ପାଇଁ ଆଉ କିଛି ନୁଆ ବାକି ନାହିଁ । ସେ ସମୟରେ ସବୁ ପଦର୍ଥ ବିଜ୍ଞାନୀ ଧରି ନେଇଥିଲେ ଯେ ପଦାର୍ଥ ବିଜ୍ଞାନ ତା’ର ଶେଷ ସୀମାରେ ପହଞ୍ଚି ସାରିଛି ।
କିନ୍ତୁ ଏଭଳି ଧାରଣା ବେଶୀ ଦିନ ପାଇଁ ରହିଲା ନାହିଁ । ଧୀରେ ଧୀରେ ନୂଆ ସମସ୍ୟାମାନ ଆସିବାକୁ ଲାଗିଲା ଯାହାର ସମାଧାନ ପଦାର୍ଥ ବିଜ୍ଞାନର ଜଣାଥିବା ତତ୍ତ୍ବ ସବୁର ସାହାଯ୍ୟରେ କରାଯାଇ ପାରିଲା ନାହିଁ ।
ଇଥର ତତ୍ତ୍ୱ
ଉନବିଂଶ ଶତାବ୍ଦୀରେ ଇଥରର ଅବସ୍ଥିତି ପ୍ରମାଣିତ କରିବା ଗୋଟିଏ ବଡ଼ ସମସ୍ୟା ଥିଲା । ମାକ୍ସୱେଲ କହିଥିଲେ ଯେ ଆଲୁଅ ଗୋଟିଏ ଅଦୃଶ୍ୟ ମାଧ୍ୟମରେ ଗତି କରୁଛି ଏବଂ ସେ ଏହାର ନାଁ ଦେଇଥିଲେ ଇଥର । ଏହି ମାଧ୍ୟମ ଗୋଟିଏ ତାରାରୁ ଆଉ ଗୋଟିଏ ତାରା ଯାଏଁ ଅବିଛିନ୍ନ ଭାବରେ ପୁରା ଆକାଶରେ ସବୁଆଡ଼େ ଖେଳାଇ ହୋଇ ରହିଛି ବୋଲି ସେ କହିଥିଲେ । ୧୮୭୩ରେ ମାକ୍ସୱେଲଙ୍କ କହିବା କଥା ଥିଲା, "ଏଥିରେ କୌଣସି ସନ୍ଦେହ ନାହିଁ ଯେ ଗ୍ରହ ତାରା ଆଦିଙ୍କ ମଝିରେ ଜାଗା। ଖଲି ନାହିଁ । ବରଂ କିଛି ବାସ୍ତବ ପଦାର୍ଥରେ ଭରା । ଏହି ପଦାର୍ଥ ନିଶ୍ଚିତ ଭାବରେ ବହୁତ ବଡ଼ ଏବଂ ବୋଧହୁଏ ପ୍ରାୟ ଏକା ଭଳି, ଯାହା ବିଷୟରେ ଆମକୁ କିଛି ବି ଜଣା ନାହିଁ ।"
ଏହି ପ୍ରକାରର ମାଧ୍ୟମ ବିଷୟରେ ଚିନ୍ତା କରିବାରେ ମାକ୍ସୱେଲ ପ୍ରଥମ ନଥିଲେ, କିନ୍ତୁ ଇଥରର ଅବସ୍ଥିତି ବିଷୟରେ ତାଙ୍କୁ ସ୍ପଷ୍ଟ ଭାବେ କହିବାକୁ