Jump to content

ପୃଷ୍ଠା:Saptascharya.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିରାଟ ସୌଧମାନଙ୍କୁ ନିର୍ମାଣ କରାଯାଏ ସମୟ ଓ ନିଜର ନଶ୍ୱରତା ଉପରେ ବିଜୟ ଲାଭ କରିବାପାଇଁ । କାଳର କରାଳତାକୁ କାଟିବାପାଇଁ ସୌନ୍ଦର୍ଯ୍ୟକୁ ଅସ୍ତ୍ରଭାବେ ବ୍ୟବହାର କରାଯାଏ । ନଶ୍ୱରତାର ହୀନମନ୍ୟତାଗ୍ରସ୍ତ ମାନବ ଏହି ସୌଧମାନଙ୍କୁ ଉତ୍ସର୍ଗ କରେ ପ୍ରେମ ବା ଦେବତାମାନଙ୍କ ଉଦ୍ଦେଶ୍ୟରେ । ନିଜର ଓ ନିଜ ବ୍ୟବହାର୍ଯ୍ୟ ସଂସାରର କ୍ଷଣଭଙ୍ଗୁରତା ଦ୍ୱାରା ଭାରାକ୍ରାନ୍ତ ମଣିଷ ଅଧିକାଂଶ ସମୟରେ ଭୁଲିଯାଏ ଯେ, ଯେକୌଣସି ପ୍ରଚେଷ୍ଟାର ଉତ୍କର୍ଷ କାଳଜୟୀ । ସପ୍ତାଶ୍ଚର୍ଯ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାପତ୍ୟର କୌଣସି ବ୍ୟାବହାରିକ ଉପଯୋଗିତା ନଥିଲା । କିନ୍ତୁ ବ୍ୟାବହାରିକ ଉପଯୋଗିତା ହିଁ ମୋତେ ସାରା ବିଶ୍ୱରେ ଏକ ବିସ୍ମୟ ଭାବେ ବଞ୍ଚାଇ ରଖିଥିଲା ପ୍ରାୟ ୧୬୦୦ ବର୍ଷ । ବ୍ୟାବହାରିକ ଉପଯୋଗିତାର ଚରମ ଉତ୍କର୍ଷର ପ୍ରତୀକ ମୁଁ ଆଲେକ୍‍ଜାଣ୍ତ୍ରିଆର ବତିଘର ।

[[ଫାଇଲ:|387px|page=77]]

ଆଲେକ୍‍ଜାଣ୍ତ୍ରିଆର ବତିଘର

ସପ୍ତାଶ୍ଚର୍ଯ୍ୟ ୭୭