ମୃତଦେହ । ଜୀବନ ଫେରିପାଇଲେ ଅଚିହ୍ନା ଲୋକଙ୍କ ଭିତରେ ଚଳିବେ କିପରି ? ତେଣୁ ରାଣୀ,
ବନ୍ଧୁ, ସହୋଦର ଓ ଅମାତ୍ୟଙ୍କୁ ବି 'ମମି' ଭାବେ ରଖାଯିବାର ବ୍ୟବସ୍ଥା ଥିଲା ପିରାମିଡ ଭିତରେ ।
ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଭବିଷ୍ୟତରେ କାମରେ ଲାଗିଲା ଭଳି ମୂଲ୍ୟବାନ ଧନ ସମ୍ପଦ ବି
ରଖାଯାଇିଲା ମୋ ମଧ୍ୟରେ ।
ଖୁଫୁ ଚାହୁିଁଲେ ତାଙ୍କ ପିରାମିଡ୍ ଇତିହାସରେ ସବୁଠାରୁ ବିଶାଳ ପିରାମିଡ୍ ହେଉ । ତାହାହିିଁ
ହେଲା । ଗୀଜାର ପିରାମିଡ୍ ଅଞ୍ଚଳରେ ଅଛି ତିନିଟି ବିଶାଳ ପିରାମିଡ୍ । ଏମାନଙ୍କ ମଧ୍ୟରେ ମୁଁ
ସବୁଠାରୁ ବଡ । ଖ୍ରୀଷ୍ଟପୂର୍ବ ୨୫୮୦ରେ ମୋର ନିର୍ମାଣ ସରିଲାବେଳେ ମୋ ଉଚ୍ଚତା ଥିଲା
୧୪୫.୭୫ ମିଟର । ସମୟର ଝଡଝଞ୍ଜାରେ ମୁଁ ଘୋରି ହୋଇଛି । ତେଣୁ ମୋ ଉଚ୍ଚତା ପ୍ରାୟ
୧୦ମିଟର କମି ଯାଇଛି । ୪୫୦୦ ବର୍ଷରେ ୧୦ମିଟର, ଖୁବ କମ୍ ଘୋରି ହୋଇଛି ନିଶ୍ଚୟ!
ମୋ ପାଖରେ ଅଛି ଫରାଓ ଖୁଫୁଙ୍କ ଉତ୍ତରାଧିକାରୀ ଫରାଓ ଖଫ୍ରଙ୍କ ପିରାମିଡ । ଏହା ମୋ ଠାରୁ
ଟିକେ ଛୋଟ । ତା'କୁ ଲାଗି ରହିଛି ଖଫ୍ରଙ୍କ ପରବର୍ତ୍ତୀ ଫରାଓ, ମେନକଉରେଙ୍କ ପିରାମିଡ । ଏହା
ଆହୁରି ଛୋଟ । ଗର୍ବ କରି କହୁନି, ଊନବିଂଶ ଶତାବ୍ଦୀ ଯାଏ ମୁଁ ଥିଲି ମାନବ ନିର୍ମିତ ସବୁଠାରୁ
ବିଶାଳ ଓ ଉଚ୍ଚ ବସ୍ତୁ ।
ଆଜିଯାଏ ଗବେଷକମାନେ ଧନ୍ଦି ହେଉଛନ୍ତି, ଏଡେ ବଡ ସ୍ଥାପତ୍ୟ ନିର୍ମାଣ କରାଗଲା
କିପରି ? ଏଥିରେ ବ୍ୟବହୃତ ବିରାଟ ବିରାଟ ପ୍ରସ୍ତର ଖଣ୍ତକୁ ଏଠାକୁ ଅଣାଗଲା କିପରି ? ଗ୍ରୀକ୍
ଇତିହାସକାରମାନେ ଭାବିିଲେ ଇଜିପ୍ଟର ଫରାଓମାନେ କ୍ରୀତଦାସମାନଙ୍କ ଦ୍ୱାରା ଏହାର ନିର୍ମାଣ
ପୃଷ୍ଠା:Saptascharya.pdf/୧୭
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୧୭