ଏମାନେ କୁଆଡେ଼ ଥିଲେ ବର୍ତ୍ତମାନ ଯାଏ ରହସ୍ୟାବୃତ୍ତ-ଆଟଲାଣ୍ଟିସ୍ ମହାଦେଶର ଲୋକ । ବିଶ୍ୱାସ
କରାଯାଏ, ଆଟଲାଣ୍ଟିସ୍ ସମୁଦ୍ରଗର୍ଭରେ ଲୀନ ହୋଇଯାଇଛି । କେସି କୁହନ୍ତି ଆଟଲାଣ୍ଟିସ୍ର
ବୈଜ୍ଞାନିକମାନେ ନିଜର ଅତି ଉନ୍ନତ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିିଥିଲେ ଏହାର ନିିର୍ମାଣପାଇଁ ।
ଏମାନେ ସମସ୍ତେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ମୋ' ଭିତରେ ଥିବା 'ହେରୋଗ୍ଳିଫିକ୍ସ' ଲେଖାର
ତର୍ଜମା କରି ।
ଥାଉ ସେକଥା । ଏବେ ଦେଖିବା ମୋ ବ୍ୟାପ୍ତି । ମୁଁ କେତେଗୁଡ଼ିଏ ବିରାଟ ବର୍ଗକ୍ଷେତ୍ର
ରୂପକ ପଥରପିଣ୍ତିମାନଙ୍କ ସମଷ୍ଟି । ଏହି ପିଣ୍ତିଗୁଡ଼ିକ ଯେପରି ତଳୁ ବଡ଼ରୁ ଛୋଟ କ୍ରମରେ
ସଜାଯାଇଛି । ମୋର ତଳପିଣ୍ତିର ଗୋଟିଏ ବାହୁର ଲମ୍ବ ୨୨୯ ମିଟର । ମୋର ଚାରିଟି ପାର୍ଶ୍ୱ
୫୪୦ ୫୪ କୋଣ କରି ଉପରୁ ଯାଇ ମିଶିଛନ୍ତି ଶିଖରରେ । ମୋତେ ତିଆରି କରିବାପାଇଁ ପ୍ରାୟ
୨୦ଲକ୍ଷ ବିରାଟ ପଥର ଖଣ୍ତ ବ୍ୟବହାର କରାଯାଇଛି । ଏହି ପଥର ଖଣ୍ତକୁ ଗୋଟାକ ପରେ
ଗୋଟାଏ ରଖିଲେ ଫ୍ରାନ୍ସ ଚାରିପାଖରେ ପାଚେରୀଟିଏ ଗଢ଼ା ହୋଇପାରିବ । ମୋର ସବୁକିଛିକୁ
ନିର୍ମାଣ କରାଯାଇପାରିଛି ଟିକିନିଖି ଗାଣିତିକ ଆକଳନ ସହ । ଏଣୁ ଆଜିର ଆଧୁନିକ ମାପ ଯନ୍ତ୍ରରେ
ଯେତେ ମାପିଲେ ବି ଦେଖାଯାଉଛି- ମାପଚୁପର ପ୍ରମାଦ ଶତକଡ଼ା ୦.୦୧ରୁ କମ୍ ।
ମୋ ଉତ୍ତର ପାର୍ଶ୍ୱରେ ଅଛି ମୋ' ଭିତରକୁ ଦ୍ୱାର । ଏହିଠାରୁ ଆରମ୍ଭ ହୋଇଛି କିଛି ଅଳିନ୍ଦ,
ଆବୃତ ଗମନ-ପଥ ଓ ବାହାରକୁ ଯିବାର ରାସ୍ତା । ହୃଦୟରେ ସ୍ଥାନପାଇଛି ଫରାଓଙ୍କ ଗର୍ଭଗୃହ ।
ଏଠାରେ କେବଳ ପହଞ୍ଚି ହେବ ମୁଖ୍ୟ ଦ୍ୱାରଠାରୁ ଉପରକୁ ଉଠିଚାଲିିବା ଏକ ଅଳିନ୍ଦ ଦ୍ୱାରା ।
ପୃଷ୍ଠା:Saptascharya.pdf/୨୧
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୨୧