ମୁଁ କିନ୍ତୁ ବୁଝିସାରିିଥିଲି ଯେ
ବିଶ୍ୱାସର ଆଧାର ସ୍ତମ୍ଭ ଭାବେ
ମୋ ସ୍ଥିତି ଚିରନ୍ତନ ନୁହେଁ । ମୋର
ପତନ ଅବଶ୍ୟମ୍ଭାବୀ ।
ରୋମାନ୍ମାନଙ୍କ ବିରୋଧୀ ଗ୍ଥମାନେ ମୋତେ ଆକ୍ରମଣ
କଲେ ୨୬୨ ଖ୍ରୀଷ୍ଟାବ୍ଦରେ ।
ଉଦ୍ଦେଶ୍ୟ ଥିଲା ନିଜ ପ୍ରତିପତ୍ତି ଓ
ବୀରତ୍ୱ ପ୍ରଖ୍ୟାପିତ କରିବା । ମୁଁ
ପୁଣି ଲୁଣ୍ଠିତ ହେଲି, ଧୂଳିସାତ୍
ହେଲି । ଇଫେସସ୍ବାସୀ ପୁନର୍ବାର
ପ୍ରତିଜ୍ଞା କଲେ ମୋର ପୁନଃ
ନିର୍ମାଣ କରିବାକୁ । ହେଲେ
ସେମାନେ ଦେଖି ପାରିଲେନି ଯେ
ସେମାନଙ୍କ ଅବଚେତନ ମନରେ
ମୋ ପ୍ରତି ଥିବା ବିଶ୍ୱାସ ଧୀରେ
ଧୀରେ ଚହଲିବା ଆରମ୍ଭ କରିଛି ।
ଖ୍ରୀଷ୍ଟ ଧର୍ମ ଖୁବ୍ ଭଲ ଭାବରେ
ପ୍ରଭାବ ବିସ୍ତାର କରିବା ଆରମ୍ଭ
କରିଥିଲା । ସମାଜର ଉପର
ସ୍ତରରେ ଥିବା ବ୍ୟକ୍ତି ଓ ପରିବାରମାନେ ଦେବୀ ଆର୍ଟେମିସ୍ଙ୍କ ଶରଣ ଛାଡି ପ୍ରଭୁ ଯୀଶୁଙ୍କ
କୃପାଭାଜନ ହେବାପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଇଥିଲେ । ଖ୍ରୀଷ୍ଟଧର୍ମ, ରାଜଧର୍ମର ରୂପ ନେବା
ଆରମ୍ଭ ହୋଇଯାଇଥିଲା । ଚତୁର୍ଥ ଖ୍ରୀଷ୍ଟାବ୍ଦ ବେଳକୁ ଇଫେସସ୍ର ଅଧିକାଂଶ ପରିବାର ଖ୍ରୀଷ୍ଟ
ଧର୍ମାବଲମ୍ବୀ ହୋଇସାରିଥିଲେ । ନୂତନ ଧର୍ମ ସେମାନଙ୍କ ବିଶ୍ୱାସର ନୂଆ ଆଧାର ହୋଇପାରିଥିଲା ।
ସେମାନେ ନିଜର ବିଶ୍ୱାସକୁ ଆଉ ମୋ ସହ କି ପ୍ରକୃତିର ଦେବୀ ଆର୍ଟେମିସ୍ଙ୍କ ସହ ଯୋଡିବାକୁ
ଚାହୁଁନଥିଲେ ।
ଏହାର ସୁଯୋଗ ନେଲେ ଧର୍ମଧ୍ୱଜୀମାନେ । ପରିତ୍ରାଣ କରିବାର ଦ୍ୱାହି ଦେଇ ଅତୀତକୁ
ଧ୍ୱଂସ କରିବା ଧର୍ମଧ୍ୱଜୀମାନଙ୍କର କାଳ କାଳର ଅଭ୍ୟାସ । ରାଜତନ୍ତ୍ରର ପୃଷ୍ଠପୋଷକତାରେ
ମାନବମନ ଉପରେ ରାଜତ୍ୱ କରିବାର ଅପଚେଷ୍ଟା କରୁଥିବା ଏହି ଧର୍ମଧ୍ୱଜୀମାନେ କଳା, ଭାସ୍କର୍ଯ୍ୟ
ଓ ସଂସ୍କୃତିକୁ ଧ୍ୱସ୍ତ କରିବାରେ କୌଣସି ଗ୍ଳାନି ଅନୁଭବ କରନ୍ତି ନାହିିଁ । ସେମାନଙ୍କ ମନରେ
ସବୁବେଳେ ଗୋଟିଏ ଗର୍ବ ଘର କରିରହିଥାଏ "ଆମେ ହିିଁ ସତ୍ୟର ଏକମାତ୍ର ମାର୍ଫତଦାର" ।
ଫଳରେ ୪୦୧ ଖ୍ରୀଷ୍ଟାବ୍ଦରେ ମୁଁ ପୁଣି ଥରେ ଦେଖିଲି ଏକ ବର୍ବର କାଣ୍ତ ।
ପୃଷ୍ଠା:Saptascharya.pdf/୩୮
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୩୮ ସପ୍ତାଶ୍ଚର୍ଯ୍ୟ