ସେତେବେଳେ ଇଫେସସ୍ରେ ରାଜୁତି କରୁଥିଲା ଖ୍ରୀଷ୍ଟଧର୍ମ । ଅଳ୍ପ କେତେଜଣ ପ୍ରକୃତି
ଉପାସକ ମୋତେ ବଞ୍ଚାଇ ରଖିଥିଲେ । ଖ୍ରୀଷ୍ଟଧର୍ମ ପ୍ରଚାରକ ସେଣ୍ଟ ଜନ୍ କ୍ରିସୋଷ୍ଟମ୍ କିନ୍ତୁ ସହିପାରି
ନଥିଲେ ମୋର ସୌନ୍ଦର୍ଯ୍ୟ ଓ ଭାସ୍କର୍ଯ୍ୟର ପରାକାଷ୍ଠା । ସେ ଚାହୁଁଥିଲେ ପୁରାତନ ବିଶ୍ୱାସର କୌଣସି
ସ୍ମୃତି ବଞ୍ଚି ନରହୁ । ୪୦୧ ଖ୍ରୀଷ୍ଟାବ୍ଦରେ ସେ ନିଜ ଖ୍ରୀଷ୍ଟ ଧର୍ମାବଲମ୍ବୀ ସମର୍ଥକମାନଙ୍କ ସହ ଧସେଇ
ପଶିିଥିଲେ ମୋ ଭିତରେ । ମୋତେ ସମ୍ପୂର୍ଣ୍ଣ ଧ୍ୱସ୍ତ କରି ମାଟିରେ ମିଶାଇ ଦେଇଥିଲେ । ଧ୍ୱଂସ
କରିଦେଇଥିଲେ ଅନୁପମ ସୃଜନର ନିଦର୍ଶନ ମହାନ କଳାକୃତିଗୁଡିକୁ । ମୋର ପଥର ଓ କଳାକୃତିକୁ
ବୋହି ନେଇଥିଲେ ନୂତନ ପ୍ରାସାଦ ନିର୍ମାଣପାଇଁ । ଏଥର କିନ୍ତୁ ମୋର ପୁନଃ ନିର୍ମାଣ କରିବାପାଇଁ
କେହି ନଥିଲେ । କାରଣ ମୁଁ ଆଉ କାହାର ବିଶ୍ୱାସର କେନ୍ଦ୍ରବିନ୍ଦୁ ବା ଆଧାରସ୍ତମ୍ଭ ନଥିଲି । ମୋତେ
ଧ୍ୱସ୍ତ କରିିଥିବା ଧର୍ମଧ୍ୱଜୀମାନେ ଖୁବ୍ ଗର୍ବ ଅନୁଭବ କରିିଥିଲେ । ସେମାନଙ୍କ ମତରେ ସେମାନେ
ରାକ୍ଷସୀ ଉପାସନାର ପ୍ରତୀକ ଆର୍ଟେମିସ୍ଙ୍କ ମୂର୍ତ୍ତିକୁ ଧ୍ୱଂସ କରି ପୁତ୍ତଳିକା ଉପାସନାର ଊର୍ଦ୍ଧ୍ୱରେ
ଥିବା ପ୍ରକୃତ ସତ୍ୟ ଓ ଖ୍ରୀଷ୍ଟଙ୍କ ପଥର ପ୍ରଚାର କରିିଥିଲେ ।
ମୋତେ ଖୁବ୍ ହସ ଲାଗିିଥିଲା ଯେତେବେଳେ ପରବର୍ତ୍ତୀ ସମୟରେ ଖ୍ରୀଷ୍ଟଧର୍ମାବଲମ୍ବୀମାନେ
ବିରାଟ ବିରାଟ ଚର୍ଚ୍ଚ ଓ କ୍ୟାଡ୍ରୋଲ ତିଆରି କରିବା ଆରମ୍ଭ କରିିଥିଲେ, ଆଉ ସେସବୁକୁ
ସଜାଇବାରେ ଲାଗିିଥିଲେ ମାଇକେଲ ଏଞ୍ଜେଲୋ ବା ଲିଓନାର୍ଡୋ ଦା ଭିନ୍ସିଙ୍କ ଭଳି ମହାନ
କଳାକାର ମାନଙ୍କ ଦ୍ୱାରା । ସେମାନେ ବି ଆରମ୍ଭ କରିଦେଇଥିଲେ ମାତୃ ଉପାସନା । ପୂଜା କରିଥିଲେ
ପୃଷ୍ଠା:Saptascharya.pdf/୩୯
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୩୯