ରୋହ୍ଡ଼ସ୍ର ଅରାକଲ୍ ଏକ ଅଜବ ନିର୍ଦ୍ଦେଶ ଦେଲେ । ସେ କହିଲେ, ମୋର ପୁନଃନିର୍ମାଣ
କରାଯିବା ଅନୁଚିତ । ରୋହ୍ଡସ୍ବାସୀ ଏହି ନିର୍ଦ୍ଦେଶକୁ ମାନିନେଲେ । ମୋର ପୁନଃନିର୍ମାଣ
ହେଲାନାହିଁ । ରୋହ୍ଡ଼ସ୍ ପୋତାଶ୍ରୟର ପ୍ରବେଶ ପଥ ପାଖରେ ପ୍ରାୟ ୮୦୦ ବର୍ଷ ଯାଏ ପଡ଼ି
ରହିଲା ମୋର ଧ୍ୱସ୍ତ ଶରୀର । ହୁଏତ ଅରାକଲ୍ ଅନୁମାନ କରିପାରିଥିଲେ ଭବିଷ୍ୟତ । ଗ୍ରୀକ୍
ପୌରାଣିକ ବିଶ୍ୱାସରେ ହେଲିଓସ୍ଙ୍କ ସ୍ଥିତି ଓ ବୈଶିଷ୍ଟ୍ୟ ବି କମି ଆସିଲା । ତାଙ୍କ ସ୍ଥାନ ନେଲେ
ସୂର୍ଯ୍ୟଙ୍କ ପ୍ରତୀକ ଦେବତା ଆପୋଲୋ ।
କିନ୍ତୁ ମୋ' ଧ୍ୱଂସାବଶେଷ ନିଜ ସ୍ଥିତି ଜାହିର କରି ଚାଲିଲା ଜନମାନସରେ । ମୋତେ
ଗ୍ରହଣ କରାଗଲା ସପ୍ତାଶ୍ଚର୍ଯ୍ୟଙ୍କ ଭିତରେ । ଇତିହାସକାର ପ୍ଲିନି ଦ ଏଲ୍ଡ଼ର ଲେଖିଥିଲେ,
"ଭୂପତିତ ହୋଇଥିଲେ ମଧ୍ୟ ଏହା ଏକ ଆଶ୍ଚର୍ଯ୍ୟ ।" ସେ ଲେଖିଛନ୍ତି, ଶହଶହ ବର୍ଷ ଧରି
ପର୍ଯ୍ୟଟକମାନେ ମୋର ଧ୍ୱସ୍ତ ଶରୀରର ବିରାଟତାକୁ ଦେଖି ବିସ୍ମିତ ହେଉଥିଲେ । ବହୁତ କମ୍
ଲୋକ ମୋର ଭାଙ୍ଗିଯାଇ ତଳେ ପଡ଼ିଥିବା ବୁଢା଼ ଆଙ୍ଗୁଳିକୁ ଦୁଇ ହାତରେ କୁଣ୍ଡାଇ ଧରି ପାରୁଥିଲେ ।
ମୋର ତଳେ ପଡ଼ିଥିବା ଆଙ୍ଗୁଳିଗୁଡ଼ିକ ଅନେକ ସମସାମୟିକ ମୂର୍ତ୍ତିିମାନଙ୍କଠାରୁ ଆକାରରେ ବଡ଼
ଥିଲେ ।
ମୋର ବିଭଙ୍ଗ ବିରାଟତାକୁ ଦେଖି ନିଜ ନିଜ ଉପାୟରେ ମୋର ରୂପ ଓ ଆକାରକୁ ନେଇ
ବିଭିନ୍ନ ପର୍ଯ୍ୟଟକ ବିଭିନ୍ନ ପ୍ରକାର ବର୍ଣ୍ଣନା କରିବା ଆରମ୍ଭ କଲେ । ମୋର ବିରାଟତାକୁ ନେଇ ଗଢ଼ି
ଉଠିଲା କିମ୍ବଦନ୍ତୀ । ଏଭଳି କିମ୍ବଦନ୍ତୀକୁ କିଛିଲୋକ ଆଜିଯାଏ ବିଶ୍ୱାସ କରନ୍ତି । ଏହି କିମ୍ବଦନ୍ତୀ
ପୃଷ୍ଠା:Saptascharya.pdf/୭୩
ଦେଖଣା
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସପ୍ତାଶ୍ଚର୍ଯ୍ୟ ୭୩