ଏହି ପୃଷ୍ଠାଟି ବୈଧ ହୋଇସାରିଛି
(କ) | ଦୟାଳୁ ଲୋକ | (ଗ) | ପାଞ୍ଚ ଟଙ୍କା | ||
(ଖ) | ଭଙ୍ଗା ଘର | (ଘ) | ବହୁଳ କ୍ଷୀର |
ଲୋକ, ଘର, ଟଙ୍କା, କ୍ଷୀର- ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷ୍ୟ ପଦ । ‘ଦୟାଳୁ’ ପଦଟି ଲୋକର ଦୟାଗୁଣକୁ ବୁଝାଉଛି । ‘ଭଙ୍ଗା’ ପଦଟି ଘରର ଅବସ୍ଥାକୁ ବୁଝାଉଛି । ‘ପାଞ୍ଚ’ ପଦଟି ଟଙ୍କାର ସଂଖ୍ୟାକୁ ବୁଝାଉଛି । ‘ବହୁତ’ ପଦଟି କ୍ଷୀରର ପରିମାଣକୁ ବୁଝାଉଛି ।
ଯେଉଁ ପଦ ବିଶେଷ୍ୟ ପଦର ଗୁଣ, ଅବସ୍ଥା, ସଂଖ୍ୟା କିମ୍ବା ପରିମାଣକୁ ବୁଝାଏ, ତାହାକୁ ବିଶେଷଣ ପଦ କହନ୍ତି ।
ଦୟାଳୁ , ଭଙ୍ଗା, ପାଞ୍ଚ, ବହୁତ - ଏଗୁଡ଼ିକ ଗୋଟିଏ ଗୋଟିଏ ବିଶେଷଣ ପଦ ।
ତଳେ କେତେକ ବିଶେଷଣ ପଦ ଓ ସେଗୁଡ଼ିକର ବିଶେଷ୍ୟ ପଦ ଦିଆଯାଇଛି । ବିଶେଷଣଗୁଡ଼ିକ ବିଶେଷ୍ୟଗୁଡ଼ିକର କଅଣ ବୁଝାଉଛି ଲେଖ ।
ସରଳ | ବାଳକ | ଅଧିକ | ଲାଭ | |||
ତାତିଲା | ବାଲି | ଚାରି | ଦିଗ | |||
ସାତ | ସମୁଦ୍ର | ଖାଣ୍ଟି | କ୍ଷୀର | |||
ଅଳ୍ପ | ଜଳ | ଚଳନ୍ତା | ଗାଡ଼ି | |||
ଦୁର୍ବଳ | ଦେହ | ଚିରା | ଲୁଗା |
ଆମ ଓଡ଼ିଆ ବ୍ୟାକରଣ ■ ୫୩