ଉଇକିପାଠାଗାର:ଜନ୍ମତିଥି/୨/କର୍ମଶାଳା/ବଡ଼ କାର୍ଯ୍ୟକ୍ରମ ପାଇଁ ଫର୍ମ, ଇମେଲ, ବ୍ଲଗ ଓ ମିଡ଼ିଆ ପରିଚାଳନା

ଉଇକିପାଠାଗାର‌ରୁ
Comment ଏହି ପୃଷ୍ଠାଟି ଏବେ ତିଆରି ଚାଲିଛି । ଅଧିକ ସୂଚନା ଆଲୋଚନା ପୃଷ୍ଠାରେ ଉପଲବ୍ଧ ।
ବଡ଼ କାର୍ଯ୍ୟକ୍ରମ ପାଇଁ ଫର୍ମ, ଇମେଲ, ବ୍ଲଗ ଓ ମିଡ଼ିଆ ପରିଚାଳନା

ସାରାଂଶ[ସମ୍ପାଦନା]

  • ଏକ ବଡ଼ କର୍ମଶାଳା କିମ୍ବା ସଭା କଲାବେଳେ ଅଧିକ ଲୋକଙ୍କ ସଙ୍ଗେ ନିୟମିତ ଭାବେ ଯୋଗାଯୋଗ କରିବାକୁ ପଡ଼େ । ଆଉ ଏସବୁ ମାନୁଆଲି କରିବା ସମ୍ଭବ ନୁହେଁ । କିଛି ପରିମାଣରେ ଅଟୋମ୍ୟାଟିକ ବ୍ୟବସ୍ଥା କଲେ ଇମେଲ ଓ ବାକି କାମସବୁ ସହଜରେ ହୋଇପାରେ । ସେହିଭଳି ପ୍ରେସ ଓ ମିଡ଼ିଆ ସଙ୍ଗେ ଯୋଗାଯୋଗ ଆଦି କାମ ପାଇଁ ଖୁବ କମ ସମୟ ଭିତରେ ଖୁବ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ପଡ଼େ ।

ଆଉ ସଭା ପରେ ସେମାନଙ୍କ ସଙ୍ଗେ ଯୋଗାଯୋଗ କରି ସଭାବ ବାଦରେ ଖବରକାଗଜ ଆଦିରେ ଖବର ପ୍ରକାଶ କରିବା ପାଇଁ ବିଭିନ୍ନ ଅଟୋମ୍ୟାଟିକ ବାଟ ରହିଛି ।

ସଭାରେ ଆଲୋଚିତ ବିଷୟସବୁକୁ ଟିପିରଖିବା ଓ ପରେ ତାହାର ସାରାଂଶ ସଭିଙ୍କୁ ଜଣାଇବା ଦ୍ୱାରା ସଭା/ମେଳଣରେ ଉପସ୍ଥିତ ସଭିଙ୍କୁ ସେମାନେ କଣ କଣ ଶିଖିଲେ ତାହା ମନେପକାଇବାରେ ସାହାଯ୍ୟ କରେ ତଥା ଅନୁପସ୍ଥିତ ଉଇକିଆଳିଙ୍କୁ ଆଲୋଚିତ ବିଷୟ ବାବଦରେ ଅବଗତ କରାଇଥାଏ । ତା' ଛଡ଼ା ଭବିଷ୍ୟତରେ କେବେ ଆବଶ୍ୟକ ହେଲେ ବିବରଣୀସବୁ ଖୁବ କାମରେ ଲାଗେ । ତେବେ ସଭା/ମେଳଣର ସପ୍ତାହେ ଭିତରେ ଏସବୁ ହୋଇପାରିଲେ ଯାଏ ଭଲ ନଚେତ ସଭା/ମେଳଣ ବେଳର ଉତ୍ସାହ ମରିଯାଏ ଓ ଯୋଜନା କରିଥିବା କାମସବୁ ହୋଇପାରେନାହିଁ । କମ ସମୟରେ ଏସବୁ କରିବା ପାଇଁ କିଛି ବହୁ ପରିକ୍ଷୀତ ବାଟ ରହିଛି । ଏହି ବାଟସବୁ ସଭିଏଁ ସମାନ ଭାବେ କରିପାରିବେ ନାହିଁ କିନ୍ତୁ ନିଜ କାମରେ କିଛି କିଛି ଲଗାଇଲେ ମଧ୍ୟ ଅନେକ ଯୋଗାଯୋଗ କାମରେ ସଫଳ ହୋଇପାରିବେ ।

ସଭା ବାବଦରେ କିମ୍ବା କର୍ମଶାଳାଟିଏ କଲେ ସେଥିରେ ଆଲୋଚିତ ନିଆରା ବିଷୟକୁ ନେଇ ବ୍ଲଗ ଲେଖିବା ଆଉ ଏକ ନିହାତି ଜରୁରୀ ବିଷୟ । ଏହି ଭଳି ବ୍ଲଗ ଲେଖିବା ପାଇଁ ଭାଷା ଦକ୍ଷତା ଯେତେ ଜରୁରୀ ନୁହେଁ ସଜାଡ଼ି ଲେଖିବା ତାଠୁ ବେଶୀ ଜରୁରୀ । କିନ୍ତୁ ସ୍ୱେଚ୍ଛାରେ କାମ କରୁଥିବା ସଭିଏଁ କିପରି କମ ସମୟରେ କେବଳ ଦରକାରୀ ଓ କାମରେ ଲାଗିବା ଭଳି ବିଷୟକୁ ବାଛି ଲେଖିପାରିବେ ତାହା ଜାଣିବାକୁ ହେବ । କମ ସମୟରେ ସଫଳ ଭାବେ ଅଧିକ ହାସଲ କରିବାକୁ ଆଖିଆଗରେ ରଖି, ଏହି କର୍ମଶାଳା ବ୍ଲଗ ଲେଖିବା ବାବଦରେ ଓ ଉପରେ ବର୍ଣ୍ଣିତ ବାକି ତିନୋଟି ବିଷୟରେ (୧. ସଭା ସମୟରେ ଲୋକଙ୍କ ସଙ୍ଗେ ଯୋଗାଯୋଗ, ୨. ପ୍ରେସ/ମିଡ଼ିଆ ସଙ୍ଗେ ଯୋଗାଯୋଗ, ୩. ସଭାରେ ବିବରଣୀ ଲେଖିବା) ଜାଣିବାକୁ ଇଚ୍ଛୁକ ଥିବା ଉଇକିଆଳିଙ୍କ ପାଇଁ ।

ଏହି କର୍ମଶାଳା ଏକ ଉଇକିମିଡ଼ିଆ ପ୍ରକଳ୍ପ ଓ ସଂଘର କେଉଁ ପ୍ରକାର ବିକାଶରେ ଲାଗିବ?[ସମ୍ପାଦନା]

  1. ସଭା ସମୟରେ ଲୋକଙ୍କ ସଙ୍ଗେ ଯୋଗାଯୋଗ
  2. ପ୍ରେସ/ମିଡ଼ିଆ ସଙ୍ଗେ ଯୋଗାଯୋଗ
  3. ସଭାରେ ବିବରଣୀ ଲେଖିବା
  4. ସଭା/କର୍ମଶାଳା ଉପରେ ବ୍ଲଗ ଲେଖିବା

ପ୍ରେଜେଣ୍ଟେସନ[ସମ୍ପାଦନା]

  • ...

କର୍ମଶାଳା ପରିଚାଳନା[ସମ୍ପାଦନା]

ସୁଭାସିସ ପାଣିଘରି (ମୋ ଆଲୋଚନା) ୧୩:୦୯, ୧୯ ଜାନୁଆରୀ ୨୦୧୭ (IST)[reply]

ଇଚ୍ଛୁକ ଉଇକିଆଳି[ସମ୍ପାଦନା]