ଭାଙ୍ଗିଲାଣି ଆଜି ଗୋରାଙ୍କର ଜିଅଲଖାନା

ଉଇକିପାଠାଗାର‌ରୁ

ଭାଙ୍ଗିଲାଣି ଆଜି ଗୋରାଙ୍କର ଜିଅଲଖାନା

ଗଣକବି ବୈଷ୍ଣବ ପାଣି (୧୮୮୨-୧୯୫୬)

ଦେଖ ଦେଖ ଭାଇ ଭାଙ୍ଗିଲାଣି ଆଜି ଗୋରାଙ୍କ ଜିଅଲ ଖାନା ହେ କାଲିର କାଇଦା ନାହିଁ ଆଜି ଆଉ ପଶନ୍ତି ସ୍ୱରାଜ ସେନା ହେ ।

ଚିହ୍ନିଲାଣି ସରକାର, ଲାଭହାନି ପୁଣି କେତେ କାର ହେ ।

ଜଗବନ୍ଧୁଙ୍କର ଦେଉଳ-ଦରଜା ହୋଇଛି କାରା-ଫାଟକ ହେ ପଶୁଛନ୍ତି, ଆସୁଛନ୍ତି ନିତିନିତି ଯାତ୍ରୀଙ୍କ ସମାନ ଦେଖ ହେ । ଆମ୍ଭ ରାଜବନ୍ଦୀ ଗଣ ଆଉ ନାହିଁ ସେ ପୁରୁବ ଟାଣ ହେ ।

ବଣିଆ ଟୋକା ଉଠାଇ ଦେଲାଣି ଜିଅଲଖାନାର ଡ଼ର ହେ ଦେଶ କାମ କରି ପଶ ଯା' ତହିଁରେ ବରଷକ ଦଶ ଥର ହେ । ସରକାର ବିଷ ଦାନ୍ତ ଏକା ଝାଡ଼ିବାର ସେହି ପଥ ହେ ।